Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 32:12 - ଓଡିଆ ବାଇବେଲ

12 ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ, ଏପରି କଥା ମିସ୍ରୀୟମାନେ କାହିଁକି ଗଳ୍ପ କରିବେ ? ତୁମ୍ଭେ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ, ଏପରି କଥା ମିସ୍ରୀୟମାନେ କାହିଁକି ଗଳ୍ପ କରିବେ? ତୁମ୍ଭେ ଆପଣା ପ୍ରଚଣ୍ତ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ‘ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ,’ ଏପରି କଥା ମିସରୀୟମାନେ କାହିଁକି ଗଳ୍ପ କରିବେ? ତୁମ୍ଭେ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ।

Gade chapit la Kopi

ପବିତ୍ର ବାଇବଲ

12 କିନ୍ତୁ ଯଦି ତୁମ୍ଭେ ଆପଣା ଲୋକମାନଙ୍କୁ ଧ୍ୱଂସ କର, ତାହାହେଲେ ମିଶରୀୟମାନେ କହିବେ, ‘ସଦାପ୍ରଭୁ ତାଙ୍କର କ୍ଷତି କରିବାକୁ ଯୋଜନା କରିଥିଲେ। ସେହି କାରଣରୁ ସେ ତାଙ୍କୁ ମିଶରରୁ ବାହାର କରି ସେହି ପର୍ବତଗୁଡ଼ିକରେ ମାରି ପୃଥିବୀରୁ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ଯୋଜନା କରିଥିଲେ।’ ତେଣୁ ସେମାନଙ୍କ ଉପରେ କ୍ରୋଧ ହୁଅ ନାହିଁ। ଦୟାକରି ତୁମ୍ଭର ମନ ପରିବର୍ତ୍ତନ କର। ଦୟାଳୁ ହୁଅ ଓ ସେମାନଙ୍କୁ ଧ୍ୱଂସ କର ନାହିଁ।

Gade chapit la Kopi




ଯାତ୍ରା ପୁସ୍ତକ 32:12
32 Referans Kwoze  

କେଜାଣି, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁଠାରୁ ବାହାର କରି ଆଣିଅଛ, ସେହି ଦେଶର ଲୋକେ କହିବେ, ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇ ଯାଇ ନ ପାରିବାରୁ ଓ ସେମାନଙ୍କୁ ଘୃଣା କରିବାରୁ ଏହି ପ୍ରାନ୍ତରରେ ବଧ କରିବା ପାଇଁ ବାହାର କରି ଆଣିଅଛନ୍ତି।


କାରଣ କିଣାନୀୟମାନେ ଓ ଏ ଦେଶ ନିବାସୀ ସମସ୍ତେ ଏହା ଶୁଣିବେ, ପୁଣି ଆମ୍ଭମାନଙ୍କୁ ଚାରିଆଡ଼େ ଘେରି ପୃଥିବୀରୁ ଆମ୍ଭମାନଙ୍କ ନାମ ଉଚ୍ଛିନ୍ନ କରିବେ, ତହିଁରେ ତୁମ୍ଭେ ଆପଣା ମହାନାମ ନିମନ୍ତେ କ’ଣ କରିବ?


ତେବେ ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନିଷ୍ଟ କରିବାର କଥା କହିଥିଲେ, ତହିଁରୁ ନିବୃତ୍ତ ହେଲେ।


କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଙ୍କୁ କ୍ରୋଧ କରାଇବା ବେଳେ ଆମ୍ଭେ ଯେପରି ତୁମ୍ଭମାନଙ୍କର ଅମଙ୍ଗଳ କରିବାକୁ ସଂକଳ୍ପ କଲୁ ଓ ଦୁଃଖିତ ନ ହେଲୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।”


କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ହେବା ନାହିଁ।”


ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ତାହା ମଧ୍ୟ ହେବ ନାହିଁ,” ପ୍ରଭୁ ସଦାପ୍ରଭୁ ଏହା କହନ୍ତି।


ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ଏହା ହେବ ନାହିଁ,” ଏହା ସଦାପ୍ରଭୁ କହନ୍ତି।


ତଥାପି ଯେଉଁମାନଙ୍କ ସାକ୍ଷାତରେ ଆମ୍ଭେ ସେମାନଙ୍କୁ ବାହାର କରି ଆଣିଲୁ, ସେହି ଗୋଷ୍ଠୀୟମାନଙ୍କ ନିକଟରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ହସ୍ତ ସମ୍ବରଣ କଲୁ ଓ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।


ତଥାପି ଯେଉଁ ଗୋଷ୍ଠୀଗଣ ସାକ୍ଷାତରେ ଆମ୍ଭେ ସେମାନଙ୍କୁ ବାହାର କରି ଆଣିଲୁ, ସେମାନଙ୍କ ଦୃଷ୍ଟିରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।


ତଥାପି ସେମାନେ ଯେଉଁମାନଙ୍କ ମଧ୍ୟରେ ଥିଲେ, ଯେଉଁମାନଙ୍କ ସାକ୍ଷାତରେ ଆମ୍ଭେ ସେମାନଙ୍କୁ, ମିସର ଦେଶରୁ ବାହାର କରି ଆଣିବା ଦ୍ୱାରା ଆପଣାର ପରିଚୟ ଦେଇଥିଲୁ, ସେହି ଗୋଷ୍ଠୀୟମାନଙ୍କ ସାକ୍ଷାତରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।


ପୁଣି, ସେମାନଙ୍କ ପକ୍ଷରେ ସେ ଆପଣା ନିୟମ ସ୍ମରଣ କଲେ ଓ ନିଜର ଦୟାର ବାହୁଲ୍ୟ ଅନୁସାରେ ସେମାନଙ୍କ ପ୍ରତି କୃପା କଲେ।


ହେ ସଦାପ୍ରଭୁ, ଫେର; କେତେ କାଳ ? ଆପଣା ଦାସମାନଙ୍କ ପ୍ରତି ପ୍ରସନ୍ନ ହୁଅ।


ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ୍ତ ହୋଇଅଛ; ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ।


ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ; ପୁଣି, ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି ଆପଣା କୋପ ଉତ୍ତେଜ କଲେ ନାହିଁ।


ହେ ସଦାପ୍ରଭୁ, ଶତ୍ରୁ ଧିକ୍‍କାର କରିଅଛି ଓ ମୂଢ଼ ଗୋଷ୍ଠୀୟମାନେ ତୁମ୍ଭ ନାମର ନିନ୍ଦା କରିଅଛନ୍ତି, ଏହା ସ୍ମରଣ କର।


ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”


ଆଉ ସେମାନେ ତାହା ଉପରେ ଏକ ବୃହତ ପ୍ରସ୍ତର ଢିପି କଲେ, ତାହା ଆଜିଯାଏ ଅଛି; ଏହିରୂପେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେଲେ। ଏହେତୁ ସେହି ସ୍ଥାନ ଆଜିଯାଏ ଆଖୋର୍‍ ଉପତ୍ୟକା ବୋଲି ଖ୍ୟାତ ଅଛି।


ଯେହେତୁ ସଦାପ୍ରଭୁ ସେମାନଙ୍କୁ ଶକ୍ତିହୀନ ଓ ସେମାନଙ୍କ ମଧ୍ୟରେ ବଦ୍ଧ କି ମୁକ୍ତ କେହି ଅବଶିଷ୍ଟ ନ ଥିବାର ଦେଖିଲେ, ସେ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।


ଆଉ ସେହି ବର୍ଜିତ ଦ୍ରବ୍ୟର କିଛି ହିଁ ତୁମ୍ଭ ହସ୍ତରେ ଲାଗିବ ନାହିଁ; ତହିଁରେ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେରି ତୁମ୍ଭ ପ୍ରତି କରୁଣା କରିବେ;


ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ସକାଶୁ ଅନୁତାପ କରି ମନରେ ଶୋକ କଲେ।


ଉତ୍ତମ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ପାଇଁ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ମାର୍ଗ ଜଣାଅ; ପୁଣି, ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର।”


“ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ୍ କର, ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।”


ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ; କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି।


କାରଣ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ମିସରରୁ, ଲୌହ-ଅଗ୍ନିକୁଣ୍ଡ ମଧ୍ୟରୁ ଆଣିଅଛ;


ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରି ଦେବା; ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହର କଥା କହିଅଛ, ଏଥିପାଇଁ ଏହି ବର୍ଷ ମଧ୍ୟରେ ତୁମ୍ଭେ ମରିବ।’”


ବରଣ୍ଡା ଓ ବେଦିର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ପରିଚାରକ ଯାଜକମାନେ ରୋଦନ କରନ୍ତୁ, ଆଉ ସେମାନେ କହନ୍ତୁ, “ହେ ସଦାପ୍ରଭୁ, ଆପଣା ଲୋକମାନଙ୍କୁ ଦୟା କର ଓ ଅନ୍ୟ ଦେଶୀୟମାନେ ଯେପରି ସେମାନଙ୍କ ଉପରେ ଶାସନ ନ କରିବେ, ଏଥିପାଇଁ ଆପଣା ଅଧିକାରକୁ ନିନ୍ଦିତ ହେବାକୁ ଦିଅ ନାହିଁ; ସେମାନଙ୍କର ପରମେଶ୍ୱର କାହାନ୍ତି, ଏହା ସେମାନେ ନାନା ଗୋଷ୍ଠୀ ମଧ୍ୟରେ କାହିଁକି କହିବେ ?”


ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଓ ତୁମ୍ଭେ ଏହି ଲୋକମାନଙ୍କୁ ମିସରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ, ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।


ପୁଣି, ଯେ ତୁମ୍ଭ ନାମରେ ପ୍ରାର୍ଥନା କରେ, ଯେ ତୁମ୍ଭକୁ ଧରିବା ପାଇଁ ଆପଣାକୁ ଉତ୍ତେଜିତ କରେ, ଏପରି କେହି ନାହିଁ; କାରଣ ତୁମ୍ଭେ ଆମ୍ଭମାନଙ୍କଠାରୁ ଆପଣା ମୁଖ ଲୁଚାଇଅଛ ଓ ଆମ୍ଭମାନଙ୍କର ଅପରାଧ ଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।


ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।


Swiv nou:

Piblisite


Piblisite