Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 20:26 - ଓଡିଆ ବାଇବେଲ

26 ଆଉ ତୁମ୍ଭର ଉଲଙ୍ଗତା ଆମ୍ଭ ବେଦି ଉପରେ ଯେପରି ଅନାବୃତ ନ ହୁଏ, ଏଥିପାଇଁ ତୁମ୍ଭେ ପାହାଚ ଦେଇ ଆମ୍ଭ ବେଦି ଉପରକୁ ଯିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଆଉ ତୁମ୍ଭର ଉଲଙ୍ଗତା ଆମ୍ଭ ବେଦି ଉପରେ ଯେପରି ଅନାବୃତ୍ତ ନ ହୁଏ, ଏଥିପାଇଁ ତୁମ୍ଭେ ପାବଚ୍ଛ ଦେଇ ଆମ୍ଭ ବେଦି ଉପରକୁ ଉଠିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଆଉ ତୁମ୍ଭର ଉଲଙ୍ଗତା ଆମ୍ଭ ବେଦି ଉପରେ ଯେପରି ଅନାବୃତ ନ ହୁଏ, ଏଥିପାଇଁ ତୁମ୍ଭେ ପାହାଚ ଦେଇ ଆମ୍ଭ ବେଦି ଉପରକୁ ଯିବ ନାହିଁ।’”

Gade chapit la Kopi

ପବିତ୍ର ବାଇବଲ

26 ଆଉ ତୁମ୍ଭର ଉଲଗ୍ନତା ଆମ୍ଭ ବେଦି ଉପରେ ଯେମନ୍ତ ଅନାବୃତ ନ ହୁଏ, ଏଥିପାଇଁ ତୁମ୍ଭେ ପାବଚ୍ଛ ଦେଇ ଆମ୍ଭ ଯଜ୍ଞବେଦି ଉପରକୁ ଉଠିବ ନାହିଁ।”

Gade chapit la Kopi




ଯାତ୍ରା ପୁସ୍ତକ 20:26
8 Referans Kwoze  

ଯେଣୁ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର ।


ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ; କାରଣ ମୂର୍ଖମାନଙ୍କର ବଳି ଉତ୍ସର୍ଗ କରିବା ଅପେକ୍ଷା ଶ୍ରବଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ; ଯେଣୁ ସେମାନେ ମନ୍ଦ କର୍ମ କରନ୍ତି ବୋଲି ଜାଣନ୍ତି ନାହିଁ।


ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ, ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ ସନ୍ତାନଗଣ ମଧ୍ୟରେ କିଏ ଅଛି ?


ତହୁଁ ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା; ଓ ସମସ୍ତ ଲୋକଙ୍କ ସମ୍ମୁଖରେ ଆମ୍ଭେ ଗୌରବାନ୍ୱିତ ହେବା।” ତହିଁରେ ହାରୋଣ ମୌନ ହେଲେ।


ତୁମ୍ଭେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ।


ପୁଣି, ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁରେ ପ୍ରବେଶ କରିବେ, କିଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏନିମନ୍ତେ ସେମାନେ ଏହି ବସ୍ତ୍ର ପରିଧାନ କରିବେ; ଏହା ହାରୋଣର ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ।


ପୁଣି, ଥାକର ଚାରି ପାଖେ ଚଉଦ ହାତ ଦୀର୍ଘ, ପ୍ରସ୍ଥ ଚଉଦ ହାତ ହେବ, ଆଉ ତହିଁର ଧାର ଚାରି ଦିଗରେ ଅଧ ହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହେବ; ପୁଣି, ତହିଁର ପାବଚ୍ଛସବୁ ପୂର୍ବାଭିମୁଖ ହେବ।”


Swiv nou:

Piblisite


Piblisite