Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 2:23 - ଓଡିଆ ବାଇବେଲ

23 ବହୁ କାଳ ଉତ୍ତାରେ ମିସ୍ରୀୟ ରାଜାଙ୍କର ମୃତ୍ୟୁୁ ହେଲା, ପୁଣି, ଇସ୍ରାଏଲ ସନ୍ତାନଗଣ ଦାସ୍ୟକର୍ମ ସକାଶୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ବହୁ କାଳ ଉତ୍ତାରେ ମିସ୍ରୀୟ ରାଜାଙ୍କର ମୃତ୍ୟୁ ହେଲା, ପୁଣି ଇସ୍ରାଏଲ-ସନ୍ତାନଗଣ ଦାସ୍ୟକର୍ମ ହେତୁରୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ଵରଙ୍କ ଛାମୁରେ ଉପସ୍ଥିତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ବହୁ କାଳ ଉତ୍ତାରେ ମିସରୀୟ ରାଜାଙ୍କର ମୃତ୍ୟୁୁ ହେଲା, ପୁଣି, ଇସ୍ରାଏଲ-ସନ୍ତାନଗଣ ଦାସ୍ୟକର୍ମ ସକାଶୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେଲା।

Gade chapit la Kopi

ପବିତ୍ର ବାଇବଲ

23 ଦୀର୍ଘଦିନ ପରେ ସେହି ମିଶରର ରାଜା ମୃତ୍ୟୁବରଣ କଲେ କିନ୍ତୁ ଇସ୍ରାଏଲୀୟମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡ଼ିଲା। ସେମାନେ ଅନୁନୟ କଲେ ଏବଂ ପରମେଶ୍ୱର ସେମାନଙ୍କର ଡାକ ଶୁଣିଲେ।

Gade chapit la Kopi




ଯାତ୍ରା ପୁସ୍ତକ 2:23
31 Referans Kwoze  

ଦେଖ, ତୁମ୍ଭମାନଙ୍କ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ପ୍ରବଞ୍ଚନା କରି ତୁମ୍ଭେମାନେ ଯେଉଁ ମୂଲ ଦେଇ ନାହଁ, ତାହା ଚିତ୍କାର କରୁଅଛି, ପୁଣି, ଶସ୍ୟ ଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି ।


ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ ।


ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାୟେଲ ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ।


ପୁଣି, ତାହା ମିସର ଦେଶରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଚିହ୍ନ ଓ ସାକ୍ଷୀ ସ୍ୱରୂପ ହେବ; କାରଣ ସେମାନେ ଉପଦ୍ରବୀଗଣର ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରିବେ, ତହିଁରେ ସେ ଜଣେ ତ୍ରାଣକର୍ତ୍ତା ଓ ରକ୍ଷକ ପଠାଇବେ ଓ ସେ ସେମାନଙ୍କୁ ଉଦ୍ଧାର କରିବେ।


ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋ’ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି; ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି, ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା।


ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।


ଏଥିଉତ୍ତାରେ ତୁମ୍ଭେ ମିସର ଦେଶରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ;


ତାହାରି ଦିନରେ ତାହାକୁ ତାହାର ବେତନ ଦେବ; ସୂର୍ଯ୍ୟାସ୍ତ ଯାଏ ତାହା ରଖିବ ନାହିଁ; କାରଣ ସେ ଦୁଃଖୀ ଲୋକ, ତହିଁ ଉପରେ ତାହାର ମନ ଥାଏ କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।


ଆଉ ସଦାପ୍ରଭୁ ମିଦୀୟନରେ ମୋଶାଙ୍କୁ କହିଥିଲେ, “ତୁମ୍ଭେ ମିସରକୁ ଫେରିଯାଅ; ଯେହେତୁ ଯେଉଁ ଲୋକମାନେ ତୁମ୍ଭ ପ୍ରାଣ ଅନ୍ୱେଷଣ କରୁଥିଲେ, ସେସମସ୍ତେ ମରିଅଛନ୍ତି।”


ସେ କହିଲେ, “ତୁମ୍ଭେ କଅଣ କରିଅଛ ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି।


ସେହି ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କ ରବ ଶୁଣିଲେ, ପୁଣି, ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ; ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ;


ଫାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୋଶାଙ୍କୁ ଅଶୀ ଓ ହାରୋଣଙ୍କୁ ତେୟାଅଶୀ ବର୍ଷ ବୟସ ହୋଇଥିଲା।


ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।


ପୁଣି, କାଦୁଅ, ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେଉଁ ସମସ୍ତ ଦାସ୍ୟକର୍ମ କରାଇଲେ; ସେହି ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ।


ଏବେ ମିସ୍ରୀୟମାନେ ଯେଉଁମାନଙ୍କୁ ଦାସତ୍ୱରେ ରଖିଅଛନ୍ତି, ସେହି ଇସ୍ରାଏଲ ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ।


ଏଥିଉତ୍ତାରେ ମୋଶା ଇସ୍ରାଏଲ ସନ୍ତାନଗଣକୁ ତଦନୁସାରେ କହିଲେ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ୱ ସକାଶୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ।


ଯାକୁବ ମିସରକୁ ଆସିଲା ଉତ୍ତାରେ ଯେତେବେଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ସେତେବେଳେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ପଠାଇଲେ; ତହିଁରେ ସେମାନେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ବାହାର କରି ଆଣିଲେ ଓ ଏହି ସ୍ଥାନରେ ସେମାନଙ୍କୁ ବାସ କରାଇଲେ।


ଉପଦ୍ରବର ବାହୁଲ୍ୟ ସକାଶୁ ଲୋକେ କ୍ରନ୍ଦନ କରନ୍ତି; ବଳବାନର ବାହୁ ସକାଶୁ ସେମାନେ ସାହାଯ୍ୟ ପାଇଁ ଡାକ ପକାନ୍ତି।


ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ’ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ।


ଏଥିରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ; କାରଣ ତାହାର ନଅ ଶହ ଲୌହ ରଥ ଥିଲା; ପୁଣି ସେ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ପ୍ରତି ଶୋଷଣ ଓ କଠୋର ଅତ୍ୟାଚାର କଲା।


କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମୀନ୍ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ-ଲୋକଙ୍କ ଉପରେ ରାଜା କରି ଅଭିଷିକ୍ତ କରିବ ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଉଦ୍ଧାର କରିବ; କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ।


ମୋ’ ସଙ୍କଟ ଦିନରେ ମୋ’ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋ’ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ।


Swiv nou:

Piblisite


Piblisite