Biblia Todo Logo
Bib sou entènèt

- Piblisite -




ଏଷ୍ଟର 5:2 - ଓଡିଆ ବାଇବେଲ

2 ଏଥିରେ ରାଜା ଏଷ୍ଟର ରାଣୀଙ୍କୁ ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ, ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏଥିରେ ରାଜା ଏଷ୍ଟର ରାଣୀକି ପ୍ରାଙ୍ଗଣରେ ଠିଆ ହେବାର ଦେଖିଲା, ପୁଣି ଏଷ୍ଟର ରାଜାର ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ତ ବଢ଼ାଇଲା; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ତର ଅଗ୍ରଭାଗ ଛୁଇଁଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏଥିରେ ରାଜା ଏଷ୍ଟର ରାଣୀଙ୍କୁ ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ, ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ।

Gade chapit la Kopi

ପବିତ୍ର ବାଇବଲ

2 ତା'ପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସୀ ହେଲେ, ତେଣୁ ସେ ତାଙ୍କ ହାତରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡ଼କୁ ବଢ଼ାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ।

Gade chapit la Kopi




ଏଷ୍ଟର 5:2
9 Referans Kwoze  

ତହିଁରେ ରାଜା ଏଷ୍ଟର ଆଡ଼େ ସୁବର୍ଣ୍ଣ ଦଣ୍ଡ ବିସ୍ତାର କରନ୍ତେ, ଏଷ୍ଟର ଉଠି ରାଜା ଛାମୁରେ ଠିଆ ହୋଇ କହିଲେ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ଯେବେ ମୁଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି,


“ବିନା ଡାକରାରେ ପୁରୁଷ କି ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ, ତାହାର ପ୍ରାଣଦଣ୍ଡ ହେବାର ଏକମାତ୍ର ଆଜ୍ଞା ଅଛି, କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ଡ ବଢ଼ାନ୍ତି, ସେହି ବଞ୍ଚେ, ଏହା ରାଜାଙ୍କର ସବୁ ଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି; ମାତ୍ର ଆଜକୁ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”


ରାଜାର ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳପ୍ରଣାଳୀ ତୁଲ୍ୟ ଥାଏ; ସେ ଯେଉଁ ଆଡ଼େ ଇଚ୍ଛା, ସେ ଆଡ଼େ ତାହା ଫେରାନ୍ତି।


ସେ ସେଥିରେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କ'ଣ ? ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳି ସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ୱରଙ୍କ ଛାମୁରେ ଉଠିଅଛି ।


ପୁଣି, ତାଙ୍କ ସମସ୍ତ କ୍ଲେଶରୁ ତାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ଦେଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ ।


ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, କାରଣ ସେ ମୋ’ ରବ ଓ ବିନତି ଶୁଣିଅଛନ୍ତି।


ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା; ଏଣୁ ସେ ଶୀଘ୍ର ଅଙ୍ଗରାଗାର୍ଥକ ଦ୍ରବ୍ୟାଦିର ଯେ ଯେ ଅଂଶ ତାହାଙ୍କୁ ଦେବାର ହୁଅଇ, ତାହା ଓ ରାଜଗୃହରୁ ମନୋନୀତା ସାତ ଦାସୀ ତାହାଙ୍କୁ ଦେଲା; ଆଉ, ସେ ତାହାଙ୍କୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା।


ହେ ପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭ ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରାର୍ଥନା ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ; ଆଉ, ପ୍ରାର୍ଥନା କରୁଅଛି, ଆଜି ଆପଣା ଦାସର କାର୍ଯ୍ୟ ସିଦ୍ଧ କର, ପୁଣି ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।” ଏସମୟରେ ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।


ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”


Swiv nou:

Piblisite


Piblisite