Biblia Todo Logo
Bib sou entènèt

- Piblisite -




ଏଫିସୀୟ 2:7 - ଓଡିଆ ବାଇବେଲ

7 ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ଯୀଶୁ ଖ୍ରୀଷ୍ଟଙ୍କଠାରେ ପ୍ରଦର୍ଶିତ ପ୍ରେମରେ ତାଙ୍କ ଅନୁଗ୍ରହର ଅସାଧାରଣ ମହତ୍ତ୍ୱ ଯୁଗେ ଯୁଗେ ପ୍ରତିପାଦିତ କରିବା ପାଇଁ ଈଶ୍ୱର ଏହା କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି।

Gade chapit la Kopi

ପବିତ୍ର ବାଇବଲ

7 ଭବିଷ୍ୟତରେ ତାହାଙ୍କ କୃପାର ମହାନ୍ ସମ୍ପଦକୁ ଆମ୍ଭକୁ ଦେଖାଇବା ପାଇଁ ପରମେଶ୍ୱର ଏପରି କଲେ। ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱର ତାହାଙ୍କର ଏହି ଅନୁଗ୍ରହ ପ୍ରକାଶ କଲେ। ଏହି ଅନୁଗ୍ରହ ଦ୍ୱାରା ତୁମ୍ଭେ ଉଦ୍ଧାର ପାଇଛ।

Gade chapit la Kopi




ଏଫିସୀୟ 2:7
13 Referans Kwoze  

କିନ୍ତୁ ଯେତେବେଳେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୟା ଓ ମାନବଜାତି ପ୍ରତି ତାହାଙ୍କ ପ୍ରେମ ପ୍ରକାଶିତ ହେଲା,


ତାହାହେଲେ ଆମ୍ଭମାନଙ୍କ ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ୱିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ୱିତ ହେବ ।


ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ୱର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ,


ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହେବାରୁ କେହି ତୁମ୍ଭର ମଧ୍ୟ ଦେଇ ଯାତାୟାତ କଲା ନାହିଁ, ତହିଁର ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତ କାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷ ପରମ୍ପରାର ଆନନ୍ଦ ସ୍ୱରୂପ କରିବା।


ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା,


ଯୁଗେ ଯୁଗେ ପୁରୁଷାନୁକ୍ରମରେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ ହେଉ । ଆମେନ୍।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହେଉନ୍ତୁ। ପୁଣି, ସମୁଦାୟ ଲୋକ ଆମେନ୍‍ କୁହନ୍ତୁ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।


ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହି ସବୁ ବିଷୟ ଦୂତମାନେ ମଧ୍ୟ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ।


ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ଧନ୍ୟ ହେଉନ୍ତୁ। ଆମେନ୍‍, ଆମେନ୍‍।


କିମ୍ବା ଈଶ୍ୱରଙ୍କ କୃପା ଯେ ତୁମ୍ଭକୁ ମନ ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର କୃପା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ ?


ତାହାଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ତାହାଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ।


Swiv nou:

Piblisite


Piblisite