Biblia Todo Logo
Bib sou entènèt

- Piblisite -




ଏଫିସୀୟ 2:12 - ଓଡିଆ ବାଇବେଲ

12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ଇସ୍ରାଏଲର ପ୍ରଜାସତ୍ୱରହିତ , ଭରସାହୀନ ଓ ଈଶ୍ୱର ବିହୀନ ହୋଇଥିଲ, ଏହା ସ୍ମରଣ କର ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ, ଇସ୍ରାଏଲର ପ୍ରଜାସତ୍ତ୍ଵ ରହିତ, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ପୁଣି ଜଗତରେ ଭରସାହୀନ ଓ ଈଶ୍ଵରବିହୀନ ହୋଇଥିଲ, ଏହା ସ୍ମରଣ କର।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ପୂର୍ବେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ଦୂରରେ ଥିଲ, ତୁମ୍ଭେମାନେ ବିଦେଶୀ ଥିଲ ଓ ଈଶ୍ୱରଙ୍କ ମନୋନୀତ ଜାତିରେ ଅନ୍ତର୍ଭୁକ୍ତ ହୋଇ ନ ଥିଲ। ଈଶ୍ୱର ତାଙ୍କ ଲୋକମାନଙ୍କ ପ୍ରତି କରିଥିବା ପ୍ରତିଜ୍ଞା ଉପରେ ସ୍ଥାପିତ ନିୟମରେ ତୁମ୍ଭମାନଙ୍କର କୌଣସି ଅଂଶ ନ ଥିଲା। ଭରସାଶୂନ୍ୟ ଓ ଈଶ୍ୱରବିହୀନ ହୋଇ ତୁମ୍ଭେମାନେ ଜଗତରେ ବାସ କରୁଥିଲ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଇସ୍ରାଏଲର ପ୍ରଜାସତ୍ତ୍ବ ରହିତ, ପୁଣି ଜଗତରେ ଭରସାହୀନ ଓ ଈଶ୍ବରବିହୀନ ଥିଲ, ତାହା ସ୍ମରଣ କର।

Gade chapit la Kopi

ପବିତ୍ର ବାଇବଲ

12 ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ।

Gade chapit la Kopi




ଏଫିସୀୟ 2:12
51 Referans Kwoze  

ମାତ୍ର ପୂର୍ବରେ ତୁମ୍ଭେମାନେ ଈଶ୍ୱରଙ୍କୁ ନ ଜାଣି, ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହଁନ୍ତି, ସେମାନଙ୍କର ଦାସ ଥିଲ;


ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ୱରଙ୍କଠାରୁ ପୃଥକ୍‍ ଓ ମନରେ ତାହାଙ୍କର ଶତ୍ରୁ ଥିଲ,


ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ,


ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ ।


ସେମାନେ ଆପଣାମାନଙ୍କ ଠାରେ ଥିବା ମୁର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ୱରଙ୍କଠାରୁ ବିଛିନ୍ନ ହୋଇଅଛନ୍ତି;


ଆହୁରି, ଆମ୍ଭେ ସେମାନଙ୍କ ସହିତ ଶାନ୍ତିର ଏକ ନିୟମ ସ୍ଥିର କରିବା; ତାହା ସେମାନଙ୍କ ସହିତ ଚିରକାଳୀନ ନିୟମ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବସାଇବା ଓ ବଢ଼ାଇବା ଓ ସେମାନଙ୍କ ମଧ୍ୟରେ ସଦା କାଳ ଆମ୍ଭେ ଆପଣା ଧର୍ମଧାମ ସ୍ଥାପନ କରିବା।


ପ୍ରତ୍ୟେକେ ପବିତ୍ର ଓ ସମାଦର ଭାବରେ ଆପଣା ଆପଣା ଶରୀରକୁ ବଶ କରିବାକୁ ଜାଣ,


ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋ'ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋ' ବିନା ତୁମ୍ଭେମାନେ କିଛି କରି ପାର ନାହିଁ ।


ଯେପରି ଯେଉଁ ଦୁଇ ଅପରିବର୍ତ୍ତନୀୟ ବିଷୟରେ ଈଶ୍ୱରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ ।


ଏଥିର ଅର୍ଥ ଏହି, ଶାରୀରିକ ଭାବେ ଯେଉଁମାନେ ସନ୍ତାନ, ସେମାନେ ଯେ ଈଶ୍ୱରଙ୍କ ସନ୍ତାନ, ତାହା ନୁହେଁ, କିନ୍ତୁ ପ୍ରତିଜ୍ଞାର ସନ୍ତାନ ବଂଶ ରୂପେ ଗଣିତ ହୁଅନ୍ତି ।


ଇସ୍ରାଏଲ ବହୁ କାଳ ପର୍ଯ୍ୟନ୍ତ ସତ୍ୟ ପରମେଶ୍ୱର-ବିହୀନ ଓ ଶିକ୍ଷାଦାୟୀ-ଯାଜକବିହୀନ ଓ ବ୍ୟବସ୍ଥାବିହୀନ ହୋଇଥିଲେ।


କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,


ଅତଏବ ଏହି କାରଣରୁ ମୁଁ ଆପଣମାନଙ୍କୁ ମୋ ସହିତ ସାକ୍ଷାତ ଓ କଥାବାର୍ତ୍ତା କରିବାକୁ ଅନୁରୋଧ କଲି, କାରଣ ଇସ୍ରାଏଲର ଭରସା ଯୋଗୁଁ ମୁଁ ଏହି ଜଞ୍ଜିରରେ ବନ୍ଧାଯାଇଅଛି ।


ଆପଣମାନେ ସେହି ଭାବବାଦୀମାନଙ୍କର ସନ୍ତାନ, ପୁଣି, ତୁମ୍ଭର ବଂଶ ଦ୍ୱାରା ପୃଥିବୀର ସମସ୍ତ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ, ଏହି ବାକ୍ୟ ଈଶ୍ୱର ଅବ୍ରହାମଙ୍କୁ କହି ଆପଣମାନଙ୍କ ପିତୃପୁରୁଷମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିଥିଲେ, ଆପଣମାନେ ସେହି ନିୟମର ସନ୍ତାନ ଅଟନ୍ତି ।


ହେ ଇସ୍ରାଏଲର ପ୍ରତ୍ୟାଶାଭୂମି ସଦାପ୍ରଭୁ, ଯେଉଁମାନେ ତୁମ୍ଭଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତେ ଲଜ୍ଜିତ ହେବେ; ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝରସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।


ପୁଣି, ସେହିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, “ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ୍‍ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ,


ଆଉ ଯେ କେହି ତାହାଙ୍କଠାରେ ଏହି ଭରସା ସ୍ଥାପନ କରିଅଛି, ସେ ଯେପରି ପବିତ୍ର ଅଟନ୍ତି, ସେ ସେହିପରି ଆପଣାକୁ ପବିତ୍ର କରେ ।


ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି, ସେହି ଈଶ୍ୱରଙ୍କଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ, ଏଣୁ ଈଶ୍ୱର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥାନ ଅଟନ୍ତି ।


ଅଗ୍ନିର ତେଜ ନିବାରଣ କଲେ, ଖଡ଼୍ଗଧାରରୁ ରକ୍ଷା ପାଇଲେ, ଦୁର୍ବଳ ସମୟରେ ସବଳ ହେଲେ, ଯୁଦ୍ଧରେ ବିଜୟୀ ହେଲେ, ପୁଣି, ଅଣଯିହୂଦୀମାନଙ୍କର ସୈନ୍ୟମାନଙ୍କୁ ବିତାଡ଼ିତ କଲେ ।


ପାଉଲ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱର ଓ ଭରସାଭୂମି ଖ୍ରୀଷ୍ଟ ଯୀଶୁଙ୍କ ଆଜ୍ଞା ଅନୁସାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ,


ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି,


ଅଣଯିହୂଦୀମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କ'ଣ, ତାହା ଈଶ୍ୱର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ ସେହି ନିଗୂଢ଼ତତ୍ତ୍ୱ ଏହି, ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ୱରୂପ;


ସେହି ଭରସା ବିଷୟରେ ତୁମ୍ଭେମାନେ ସୁସମାଚାରର ସତ୍ୟ ବାକ୍ୟ ଦ୍ୱାରା ପୂର୍ବେ ଶୁଣିଅଛ ।


ଯେଉଁ ମେଷଗୁଡ଼ିକ ଏହି ମେଷଶାଳାର ନୁହଁନ୍ତି, ମୋହର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ, ପୁଣି, ସେମାନେ ମୋହର ସ୍ୱର ଶୁଣିବେ; ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ ହେବେ ।


ଯାହାକୁ ତୁମ୍ଭେମାନେ ଜାଣ ନାହିଁ, ତାହାକୁ ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ ।


ଯେପରି ସେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ପ୍ରତି ଦୟା ବ୍ୟବହାର କରନ୍ତି,


କାରଣ ଇସ୍ରାଏଲ ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜାହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ହୋଇ ରହିବେ;


“ପୁଣି, ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଅସାର ଦର୍ଶନ ପାଆନ୍ତି ଓ ମିଥ୍ୟା ମନ୍ତ୍ର ପଢ଼ନ୍ତି, ଆମ୍ଭର ହସ୍ତ ସେମାନଙ୍କର ପ୍ରତିକୂଳ ହେବ; ସେମାନେ ଆମ୍ଭ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ, କିଅବା ଇସ୍ରାଏଲ ବଂଶର ବଂଶାବଳୀ ମଧ୍ୟରେ ସେମାନେ ଲିଖିତ ହେବେ ନାହିଁ, ଅଥବା ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।


ହେ ଇସ୍ରାଏଲର ଆଶାଭୂମି, ସଙ୍କଟ ସମୟରେ ତାହାର ଉଦ୍ଧାରକର୍ତ୍ତା, ତୁମ୍ଭେ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ ଓ ଗୋଟିଏ ରାତ୍ରି କ୍ଷେପଣ କରିବା ପାଇଁ ଆସିବା ପଥିକ ତୁଲ୍ୟ କାହିଁକି ହେବ ?


ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ; ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବୋହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।


ସଦାପ୍ରଭୁ, ଇସ୍ରାଏଲର ରାଜା ଓ ତାହାର ମୁକ୍ତିଦାତା ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଆମ୍ଭେ ଆଦି ଓ ଆମ୍ଭେ ଅନ୍ତ, ପୁଣି ଆମ୍ଭ ଛଡ଼ା ପରମେଶ୍ୱର ଆଉ ନାହିଁ।


ମାତ୍ର ଯିରୁବ୍ବାବିଲ୍‍ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶର ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ; ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍‍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା।”


ଇସ୍ରାଏଲ ସନ୍ତାନଗଣ ଯେଉଁ ସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେସକଳ ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଓ କନ୍ୟାଗଣଙ୍କୁ ଦେଲୁ; ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ।”


ପୁଣି, ଅପରିଚିତ ଲୋକମାନେ ତୁମ୍ଭମାନଙ୍କର ପଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀୟମାନେ ତୁମ୍ଭମାନଙ୍କର ଶସ୍ୟକ୍ଷେତ୍ରର ଓ ଦ୍ରାକ୍ଷାକ୍ଷେତ୍ରର କୃଷକ ହେବେ।


କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି, ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ।


ପୁଣି, ତୁମ୍ଭେମାନେ ଆପଣାମାନଙ୍କର ଓ ଯେଉଁ ବିଦେଶୀ ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସ କରନ୍ତି ଓ ତୁମ୍ଭମାନଙ୍କ ମଧ୍ୟରେ ସନ୍ତାନସନ୍ତତି ଉତ୍ପନ୍ନ କରିବେ, ସେମାନଙ୍କର ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ; ଆଉ, ସେମାନେ ତୁମ୍ଭମାନଙ୍କ ପ୍ରତି ଇସ୍ରାଏଲ ସନ୍ତାନଗଣର ମଧ୍ୟରେ ଗୃହଜାତ ସନ୍ତାନଗଣର ତୁଲ୍ୟ ହେବେ; ସେମାନେ ତୁମ୍ଭମାନଙ୍କର ସହିତ ଇସ୍ରାଏଲର ଗୋଷ୍ଠୀଗଣ ମଧ୍ୟରେ ଉତ୍ତରାଧିକାର ପ୍ରାପ୍ତ ହେବେ।


କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ ।


ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ;


କିନ୍ତୁ ଏବେ ଯେଉଁ ପରିମାଣରେ ଖ୍ରୀଷ୍ଟ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ ହୋଇଅଛନ୍ତି ।


କୌଣସି ପ୍ରବାସୀ ବା ବେତନଜୀବୀ ଦାସ ତାହା ଖାଇ ପାରିବ ନାହିଁ।


Swiv nou:

Piblisite


Piblisite