Biblia Todo Logo
Bib sou entènèt

- Piblisite -




ଉପଦେଶକ 2:4 - ଓଡିଆ ବାଇବେଲ

4 ମୁଁ ଆପଣା ନିମନ୍ତେ ମହତ୍ ମହତ୍ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ମୁଁ ଆପଣା ନିମନ୍ତେ ମହତ ମହତ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ମୁଁ ଆପଣା ନିମନ୍ତେ ମହତ୍ ମହତ୍ କର୍ମ କଲି; ମୁଁ ଗୃହମାନ ନିର୍ମାଣ କଲି; ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି;

Gade chapit la Kopi

ପବିତ୍ର ବାଇବଲ

4 ଏହା ପରେ ମୁଁ ଆପଣା ନିମନ୍ତେ ମହତ ମହତ କର୍ମମାନ କଲି। ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି।

Gade chapit la Kopi




ଉପଦେଶକ 2:4
17 Referans Kwoze  

ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ ?


ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋ’ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ। ଅତି ଉର୍ବରା ଏକ ପର୍ବତରେ ମୋ’ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା;


ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ; ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ପୁଟିତ ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ, ତାହା ଦେଖୁ; ସେଠାରେ ମୁଁ ତୁମ୍ଭକୁ ଆପଣା ପ୍ରେମ ପ୍ରଦାନ କରିବି।


ମୋ’ ପ୍ରିୟତମ ମୋ’ ପ୍ରତି ଐନଗଦୀର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦି ପୁଷ୍ପ ଗୁଚ୍ଛ ତୁଲ୍ୟ ଅଟନ୍ତି।


ସେମାନଙ୍କ କବରସ୍ଥାନ ଯେ ଚିରକାଳ ଓ ସେମାନଙ୍କ ବାସସ୍ଥାନ ଯେ ପୁରୁଷାନୁକ୍ରମେ ରହିବ, ଏହା ସେମାନଙ୍କର ଆନ୍ତରିକ ବିଚାର; ସେମାନେ ଆପଣା ଆପଣା ନାମାନୁସାରେ ଆପଣା ଆପଣା ଭୂମିର ନାମ ରଖନ୍ତି।


ପୁଣି, ସେ ପ୍ରାନ୍ତରରେ ଦୁର୍ଗମାନ ନିର୍ମାଣ କଲେ, ମଧ୍ୟ ତଳଭୂମିରେ ଓ ସମଭୂମିରେ ତାଙ୍କର ବହୁତ ପଶୁ ଥିବାରୁ ଅନେକ କୂପ ଖୋଳିଲେ; ଆଉ, ପର୍ବତରେ ଓ ଫଳବତ୍‍ କ୍ଷେତ୍ରରେ ତାଙ୍କର କୃଷକ ଓ ଦ୍ରାକ୍ଷା-କୃଷକଗଣ ଥିଲେ; କାରଣ ସେ କୃଷିପ୍ରିୟ ଥିଲେ।


ଏଉତ୍ତାରେ ଶଲୋମନ ଫାରୋର କନ୍ୟା ନିମନ୍ତେ ଯେଉଁ ଗୃହ ନିର୍ମାଣ କରିଥିଲେ, ସେହି ଗୃହକୁ ଦାଉଦ ନଗରରୁ ତାହାକୁ ଆଣିଲେ; କାରଣ ସେ କହିଲେ, ଆମ୍ଭର ଭାର୍ଯ୍ୟା ଇସ୍ରାଏଲର ରାଜା ଦାଉଦଙ୍କର ଗୃହରେ ବାସ କରିବ ନାହିଁ, ଯେହେତୁ ଯେଉଁ ଯେଉଁ ସ୍ଥାନକୁ ସଦାପ୍ରଭୁଙ୍କ ସିନ୍ଦୁକ ଆସିଅଛି, ସେସବୁ ସ୍ଥାନ ପବିତ୍ର।


ରାମାଥୀୟ ଶିମୀୟି ଦ୍ରାକ୍ଷାକ୍ଷେତ୍ରସକଳର ଅଧ୍ୟକ୍ଷ ଓ ଶିଫ୍‍ମୀୟ ସବ୍‍ଦି ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ-ଭଣ୍ଡାରର ଅଧ୍ୟକ୍ଷ ଥିଲା।


“ମୋର ଓ ତୁମ୍ଭ ମଧ୍ୟରେ, ମୋ’ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ନିୟମ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନାର ଭେଟୀ ପଠାଇଲି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗିଦିଅ, ତହିଁରେ ସେ ମୋ’ ନିକଟରୁ ପ୍ରସ୍ଥାନ କରିବ।”


ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଓ ଆପଣାର ଇଚ୍ଛାମତ ଯେଉଁ ସମସ୍ତ କର୍ମ କରିବାକୁ ସନ୍ତୁଷ୍ଟ ହେଲେ, ସେସବୁର ନିର୍ମାଣ ସମାପ୍ତ କରନ୍ତେ,


ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, “ମୋ’ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ;” ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ସେହି ଦିନ ଠାରୁ ଅାଜି ପର୍ଯ୍ୟନ୍ତ ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି।


ପୁଣି, ସେମାନେ କହିଲେ, “ଆସ, ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ; ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ, ପୁଣି, ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ହେବା ନାହିଁ।”


Swiv nou:

Piblisite


Piblisite