Biblia Todo Logo
Bib sou entènèt

- Piblisite -




ଦାନିୟେଲ 8:8 - ଓଡିଆ ବାଇବେଲ

8 ଏଉତ୍ତାରେ ସେ ଛାଗ ଆପଣାର ଅତିଶୟ ବଡ଼ାଇ ପ୍ରକାଶ କଲା ଓ ସେ ବଳବାନ ଥିଲା ବେଳେ ତାହାର ବୃହତ୍‍ ଶୃଙ୍ଗ ଭଗ୍ନ ହେଲା; ଆଉ, ତହିଁର ପରିବର୍ତ୍ତରେ ଆକାଶର ଚତୁର୍ଦ୍ଦିଗ ଆଡ଼େ ଚାରି ବିଲକ୍ଷଣ ଶୃଙ୍ଗ ଉତ୍ପନ୍ନ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏଉତ୍ତାରେ ସେ ଛାଗ ଆପଣାର ଅତିଶୟ ବଡ଼ାଇ ପ୍ରକାଶ କଲା ଓ ସେ ବଳବାନ ଥିଲା ବେଳେ ତାହାର ବୃହତ୍ ଶୃଙ୍ଗ ଭଗ୍ନ ହେଲା; ଆଉ, ତହିଁର ପରିବର୍ତ୍ତରେ ଆକାଶର ଚତୁର୍ଦ୍ଦିଗ ଆଡ଼େ ଚାରି ବିଲକ୍ଷଣ ଶୃଙ୍ଗ ଉତ୍ପନ୍ନ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଉତ୍ତାରେ ସେ ଛାଗ ଆପଣାର ଅତିଶୟ ବଡ଼ାଇ ପ୍ରକାଶ କଲା ଓ ସେ ବଳବାନ ଥିଲା ବେଳେ ତାହାର ବୃହତ ଶୃଙ୍ଗ ଭଗ୍ନ ହେଲା; ଆଉ, ତହିଁର ପରିବର୍ତ୍ତରେ ଆକାଶର ଚତୁର୍ଦ୍ଦିଗ ଆଡ଼େ ଚାରି ବିଲକ୍ଷଣ ଶୃଙ୍ଗ ଉତ୍ପନ୍ନ ହେଲା।

Gade chapit la Kopi

ପବିତ୍ର ବାଇବଲ

8 ସେହି ଛାଗ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ନିଜର ପ୍ରତାପ ଦେଖାଉଥିଲା ବେଳେ ତା'ର ବୃହତ୍ ଶିଙ୍ଗ ଭାଙ୍ଗି ଗଲା ଓ ସେହି ସ୍ଥାନରେ ଗ୍ଭରି ଦିଗକୁ ଗ୍ଭରିଟି ବିଲକ୍ଷଣ ଶିଙ୍ଗ ଉତ୍ପନ୍ନ ହେଲା।

Gade chapit la Kopi




ଦାନିୟେଲ 8:8
19 Referans Kwoze  

ଦାନିୟେଲ କହିଲେ, “ମୁଁ ରାତ୍ରିକାଳରେ ଦର୍ଶନକ୍ରମେ ଦେଖିଲି ଯେ, ଦେଖ, ମହାସମୁଦ୍ର ଉପରେ ଆକାଶର ଚତୁର୍ଦ୍ଦିଗରୁ ବାୟୁ ପ୍ରଚଣ୍ଡ ରୂପେ ବହିଲା।


ତା'ପରେ ମୁଁ ଦେଖିଲି, ପୃଥିବୀକୁ ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥି ନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି ।


ଆଉ, ଯେଉଁ ଶୃଙ୍ଗ ଭଗ୍ନ ହୋଇ ତହିଁର ସ୍ଥାନରେ ଯେ ଚାରି ଶୃଙ୍ଗ ଉତ୍ପନ୍ନ ହେଲା, ଏଥିରେ ସେହି ଦେଶୀୟମାନଙ୍କ ମଧ୍ୟରୁ ଚାରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ପରାକ୍ରମରେ ତାହାର ତୁଲ୍ୟ ନୋହିବ।


ପୁଣି, ମୁଁ ଏହି ବିଷୟ ବିବେଚନା କରୁ କରୁ ଦେଖିଲି ଯେ, ଦେଖ, ଏକ ଛାଗ ପଶ୍ଚିମ ଦିଗରୁ ସମୁଦାୟ ପୃଥିବୀ ପାର ହୋଇ ଆସିଲା ଓ ସେ ଭୂମି ସ୍ପର୍ଶ କଲା ନାହିଁ; ଆଉ, ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଗୋଟିଏ ବିଲକ୍ଷଣ ଶୃଙ୍ଗ ଥିଲା।


ମାତ୍ର ତାଙ୍କର ଅନ୍ତଃକରଣ ଗର୍ବିତ ହୁଅନ୍ତେ ଓ ତାଙ୍କର ଆତ୍ମା କଠିନ ହୋଇ ସେ ଅହଙ୍କାରପୂର୍ବକ ବ୍ୟବହାର କରନ୍ତେ, ସେ ଆପଣା ରାଜସିଂହାସନରୁ ଚ୍ୟୁତ ହେଲେ ଓ ତାଙ୍କର ଗୌରବ ତାଙ୍କଠାରୁ ଅପହୃତ ହେଲା,


ମାତ୍ର ସେ ବଳବାନ ହୁଅନ୍ତେ, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା, ତହୁଁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ; କାରଣ ସେ ଧୂପବେଦିରେ ଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।


ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।


ଆଉ, ସେ ମହାତୂରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।


ଆଉ, ସେ ଉତ୍ପନ୍ନ ହେଲେ ତାହାର ରାଜ୍ୟ ଭଗ୍ନ ହେବ ଓ ଆକାଶର ଚାରି ଦିଗରେ ବିଭକ୍ତ ହେବ; ମାତ୍ର ତାହାର ବଂଶ ନିମନ୍ତେ କିଅବା ତାହାର କର୍ତ୍ତୃତ୍ୱାନୁଯାୟୀ ଶାସନ ନିମନ୍ତେ ନୋହିବ; କାରଣ ସେମାନଙ୍କ ନିମନ୍ତେ ନୁହେଁ, ମାତ୍ର ଅନ୍ୟମାନଙ୍କ ନିମନ୍ତେ ତାହାର ରାଜ୍ୟ ଉତ୍ପାଟିତ ହେବ।


ଏଉତ୍ତାରେ ମୁଁ ଦେଖିଲି, ଦେଖ, ଚିତାବାଘ ସଦୃଶ ଆଉ ଗୋଟିଏ ପଶୁ, ତାହାର ପିଠିରେ ପକ୍ଷୀର ଚାରି ଡେଣା ଥିଲା; ମଧ୍ୟ ସେ ପଶୁର ଚାରି ମସ୍ତକ ଥିଲା ଆଉ, ତାହାକୁ କର୍ତ୍ତୃତ୍ୱ ଦିଆଗଲା।


ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, ହେ ରାଜନ୍‍ ନବୂଖଦ୍‍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା।


ତଥାପି ତୁମ୍ଭେ କି ଆପଣା ବଧକାରୀର ସାକ୍ଷାତରେ କହିବ, “ମୁଁ ଈଶ୍ୱର ?” ମାତ୍ର ତୁମ୍ଭେ ତ ଆପଣା ଆଘାତକାରୀର ହସ୍ତରେ ମନୁଷ୍ୟ ମାତ୍ର ଅଟ, ଈଶ୍ୱର ନୁହଁ।


ଆମ୍ଭେ କ୍ଷେତ୍ରରେ ଉଦ୍ଭିଦ ପରି ତୁମ୍ଭକୁ ବହୁସଂଖ୍ୟକ କରାଇଲୁ, ତହିଁରେ ତୁମ୍ଭେ ବୃଦ୍ଧି ପାଇ ଅତି ବଡ଼ ହୋଇ ଉଠିଲ ଓ ମହାଶୋଭାରୂପ ଅଳଙ୍କାର ସ୍ୱରୂପ ହେଲ; ତୁମ୍ଭର ସ୍ତନଯୁଗଳ ସୁଡୌଲ ଓ ତୁମ୍ଭର କେଶ ଦୀର୍ଘ ହେଲା; ତଥାପି ତୁମ୍ଭେ ବିବସନା ଓ ଉଲଙ୍ଗିନୀ ଥିଲ।


ଯେପରି ପିଞ୍ଜର ପକ୍ଷୀରେ ପୂର୍ଣ୍ଣ, ସେପରି ସେମାନଙ୍କର ଗୃହ ଛଳରେ ପୂର୍ଣ୍ଣ; ଏହେତୁ ସେମାନେ ଉନ୍ନତ ଓ ଆହୁରି ଆହୁରି ଧନବନ୍ତ ହୋଇଅଛନ୍ତି।


ଯେହେତୁ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ମହାନ୍ ଥିଲେ ଓ ତାହାର ଯଶ ସର୍ବପ୍ରଦେଶରେ ବ୍ୟାପ୍ତ ହେଲା; କାରଣ ସେହି ମର୍ଦ୍ଦଖୟ ଅଧିକ ଶକ୍ତିଶାଳୀ ହେଲେ।


କାରଣ ଆମ୍ଭେ ଯେଉଁ ଦେଶ ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଅଛୁ, ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇ ଗଲା ଉତ୍ତାରେ ଯେତେବେଳେ ସେମାନେ ଭୋଜନ କରି ତୃପ୍ତ ଓ ହୃଷ୍ଟପୁଷ୍ଟ ହେବେ, ସେତେବେଳେ ସେମାନେ ଅନ୍ୟ ଦେବତାମାନଙ୍କ ପ୍ରତି ଫେରି ସେମାନଙ୍କ ସେବା କରିବେ ଓ ଆମ୍ଭଙ୍କୁ ଅଗ୍ରାହ୍ୟ କରି ଆମ୍ଭ ନିୟମ ଲଙ୍ଘନ କରିବେ।


ପୁଣି, ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଚାରି ବାୟୁ ଏଲମ୍‍ ଉପରେ ବହାଇବା ଓ ସେହିସବୁ ବାୟୁ ଆଡ଼େ ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆଉ, ଏଲମ୍‍ର ଦୂରୀକୃତ ଲୋକମାନେ ଯେଉଁଠାକୁ ନ ଯିବେ, ଏପରି ଦେଶ ନ ଥିବ।


ପୁଣି, ମୁଁ ଦେଖିଲି ଯେ, ସେ ସେହି ମେଷ ନିକଟକୁ ଆସିଲା ଓ ତାହା ଉପରେ ପ୍ରଚଣ୍ଡ କ୍ରୋଧରେ ଉତ୍ତେଜିତ ହୋଇ ସେହି ମେଷକୁ ଆଘାତ କଲା ଓ ତାହାର ଦୁଇ ଶୃଙ୍ଗ ଭାଙ୍ଗି ପକାଇଲା ଓ ତାହା ସମ୍ମୁଖରେ ଠିଆ ହେବା ପାଇଁ ସେହି ମେଷର ଆଉ ଶକ୍ତି ରହିଲା ନାହିଁ; ମାତ୍ର ସେ ଛାଗ ତାହାକୁ ଭୂମିରେ ପକାଇ ପଦରେ ଦଳିଲା, ଆଉ ତାହାର ହସ୍ତରୁ ସେହି ମେଷକୁ ଉଦ୍ଧାର କରିବା ପାଇଁ କେହି ନ ଥିଲା।


Swiv nou:

Piblisite


Piblisite