Biblia Todo Logo
Bib sou entènèt

- Piblisite -




ଦାନିୟେଲ 6:3 - ଓଡିଆ ବାଇବେଲ

3 ଏହି ଦାନିୟେଲଙ୍କର ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ଅପେକ୍ଷା ବିଖ୍ୟାତ ହୋଇଥିଲେ; ଆଉ, ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ମନସ୍ଥ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏହି ଦାନିୟେଲଙ୍କର ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ଅପେକ୍ଷା ବିଖ୍ୟାତ ହୋଇଥିଲେ; ଆଉ, ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ମନସ୍ଥ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏହି ଦାନିୟେଲଙ୍କର ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ଅପେକ୍ଷା ବିଖ୍ୟାତ ହୋଇଥିଲେ; ଆଉ, ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ନିଯୁକ୍ତ କରିବାକୁ ମନସ୍ଥ କଲା।

Gade chapit la Kopi

ପବିତ୍ର ବାଇବଲ

3 ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ମଧ୍ୟରେ ବିଖ୍ୟାତ ହୋଇଥିଲେ। ତେଣୁ ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ଶାସକ ଭାବରେ ନିଯୁକ୍ତ କରିବାକୁ ମନସ୍ଥ କଲେ।

Gade chapit la Kopi




ଦାନିୟେଲ 6:3
12 Referans Kwoze  

ମୁଁ ତୁମ୍ଭ ବିଷୟରେ ଶୁଣିଅଛି ଯେ, ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି, ଆଉ ଜ୍ଞାନ ଓ ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ଜ୍ଞାନ ତୁମ୍ଭଠାରେ ଦେଖାଯାଏ।


ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ। ସେ ନୀଚ ଲୋକଙ୍କ ଆଗରେ ଠିଆ ହେବ ନାହିଁ।


କାରଣ ସେହି ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା, ଜ୍ଞାନ ଓ ବୁଦ୍ଧି, ସ୍ୱପ୍ନ ଅର୍ଥ କରିବାର ଓ ଗୂଢ଼ ବାକ୍ୟ ପ୍ରକାଶ କରିବାର ଓ ସନ୍ଦେହ ଭଞ୍ଜନ କରିବାର ଶକ୍ତି ଦେଖା ଯାଇଥିଲା, ରାଜା ତାଙ୍କୁ ବେଲ୍‍ଟଶତ୍ସର ନାମ ଦେଇଥିଲେ। ଏବେ ଦାନିୟେଲଙ୍କୁ ଡକାଯାଉ, ସେ ଅର୍ଥ ପ୍ରକାଶ କରିବେ।


କାରଣ ଯିହୁଦୀୟ ମର୍ଦ୍ଦଖୟ ଅକ୍ଷଶ୍ୱେରଶ ରାଜାଙ୍କ ପ୍ରଧାନମନ୍ତ୍ରୀ ହୋଇ ଯିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ୍ ଓ ଆପଣା ଭ୍ରାତୃସମୂହ ମଧ୍ୟରେ ପ୍ରିୟପାତ୍ର ଓ ଆପଣା ଲୋକଙ୍କର ମଙ୍ଗଳାନ୍ୱେଷୀ, ପୁଣି ଆପଣା ସମସ୍ତ ବଂଶ ପ୍ରତି ଶାନ୍ତିବାଦୀ ଥିଲେ।


ତୁମ୍ଭର ବିନତିର ଆରମ୍ଭ ସମୟରେ ଆଜ୍ଞା ନିର୍ଗତ ହେଲା, ଆଉ ତୁମ୍ଭକୁ ଜଣାଇବା ପାଇଁ ମୁଁ ଆସିଅଛି, କାରଣ ତୁମ୍ଭେ ଅତ୍ୟନ୍ତ ପ୍ରିୟପାତ୍ର; ଏଥିପାଇଁ ଏ ବିଷୟ ବିବେଚନା କର ଓ ଦର୍ଶନ ବୁଝ।


ଯେ ଅଳ୍ପ ବାକ୍ୟ ବ୍ୟୟ କରେ, ତାହାର ଜ୍ଞାନ ଥାଏ; ପୁଣି, ଯାହାର ଶାନ୍ତ ଆତ୍ମା, ସେ ବୁଦ୍ଧିମାନ।


ତହୁଁ ମୁଁ ଦେଖିଲି, ଯେପରି ଅନ୍ଧକାର ଅପେକ୍ଷା ଦୀପ୍ତି ଉତ୍ତମ, ସେପରି ଅଜ୍ଞାନତା ଅପେକ୍ଷା ଜ୍ଞାନ ଉତ୍ତମ।


ତହୁଁ ମୁଁ ଆପଣା ଭ୍ରାତା ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ୱସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।


ରାଜା ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ଆଣିବା ପାଇଁ ଉଚ୍ଚସ୍ୱର କରି ଡାକିଲା। ରାଜା ବାବିଲୀୟ ବିଦ୍ୱାନ୍‍ମାନଙ୍କୁ କହିଲା, ଯେକେହି ଏହି ଲେଖା ପଢ଼ିବ ଓ ତହିଁର ଅର୍ଥ ମୋତେ ଜଣାଇବ, ସେ ବାଇଗଣିଆ ରଙ୍ଗ ବସନରେ ବସ୍ତ୍ରାନ୍ୱିତ ହେବ ଓ ତାହାର କଣ୍ଠରେ ସୁବର୍ଣ୍ଣର ହାର ଦିଆଯିବ, ଆଉ ସେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।


ପୁଣି ସାବଧାନ, ଏବିଷୟରେ ତୁମ୍ଭେମାନେ ହେଳା ନ କର; ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ ?”


Swiv nou:

Piblisite


Piblisite