Biblia Todo Logo
Bib sou entènèt

- Piblisite -




ଦାନିୟେଲ 3:12 - ଓଡିଆ ବାଇବେଲ

12 ଏଠାରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି; ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି; ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଠାରେ ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି; ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି; ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଠାରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ନାମକ କେତେକ ଯିହୁଦୀ ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବାବିଲ ପ୍ରଦେଶର ରାଜକର୍ମରେ ନିଯୁକ୍ତ କରିଅଛନ୍ତି; ହେ ମହାରାଜ, ସେହି ଲୋକମାନେ ଆପଣଙ୍କୁ ମାନି ନାହାନ୍ତି; ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରନ୍ତି ନାହିଁ।”

Gade chapit la Kopi

ପବିତ୍ର ବାଇବଲ

12 ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମରେ ନିଯୁକ୍ତ କରିଥିବା କେତେକ ଯିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସେମାନେ ଆପଣଙ୍କ ଦେବଗଣର ସେବା କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।”

Gade chapit la Kopi




ଦାନିୟେଲ 3:12
15 Referans Kwoze  

ତହିଁରେ ସେମାନେ ରାଜାଙ୍କ ଛାମୁରେ ଉତ୍ତର କରି କହିଲେ, ହେ ମହାରାଜ, ନିର୍ବାସିତ ଯିହୁଦୀ-ସନ୍ତାନଗଣ ମଧ୍ୟରେ ଜଣେ ଯେ ଦାନିୟେଲ, ସେ ଆପଣଙ୍କୁ କିଅବା ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ, ମାତ୍ର ଦିନ ମଧ୍ୟରେ ତିନି ଥର ପ୍ରାର୍ଥନା କରେ।


ପୁଣି, ଦାନିୟେଲ ରାଜା ନିକଟରେ ନିବେଦନ କରନ୍ତେ, ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ବାବିଲ ପ୍ରଦେଶର କାର୍ଯ୍ୟରେ ନିଯୁକ୍ତ କଲା; ମାତ୍ର ଦାନିୟେଲ ରାଜଦ୍ୱାରରେ ରହିଲେ।


ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି ।


କୋପ ନିଷ୍ଠୁର ଓ କ୍ରୋଧ ପ୍ରଳୟକାରୀ; ମାତ୍ର ଅନ୍ତର୍ଜ୍ୱାଳା ଆଗରେ କିଏ ଠିଆ ହୋଇ ପାରେ ?


"ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ନାମରେ ଶିକ୍ଷା ଦେବାକୁ ଅତି ଦୃଢ଼ରୂପେ ନିଷେଧ କରିଥିଲୁୁ", ତଥାପି "ଦେଖ, ତୁମ୍ଭେମାନେ ତୁମ୍ଭମାନଙ୍କ ଶିକ୍ଷାରେ ଯିରୂୂଶାଲମ ପୂୂର୍ଣ୍ଣ କରି ସେହି ଲୋକର ରକ୍ତପାତର ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଇବାକୁ ଚାହୁଁଅଛ ।"


ତହୁଁ ମୁଁ ସମସ୍ତ ପରିଶ୍ରମ ଓ ପ୍ରତ୍ୟେକ ଦକ୍ଷ କାର୍ଯ୍ୟ ଦେଖିଲି ଯେ, ତହିଁ ସକାଶୁ ମନୁଷ୍ୟ ଆପଣା ପ୍ରତିବାସୀର ଈର୍ଷାପାତ୍ର ହୁଏ। ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର।


ଏଥିଉତ୍ତାରେ ହାମନ୍‍ ଅକ୍ଷଶ୍ୱେରଶ ରାଜାଙ୍କୁ କହିଲେ, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକୀକୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ।


ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍‍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍‍, ମୀଶାୟେଲଙ୍କୁ ମୈଶକ୍‍ ଓ ଅସରୀୟକୁ ଅବେଦ୍‍ନଗୋ ନାମ ଦେଲା।


ତହୁଁ ରାଜା ଦାନିୟେଲଙ୍କୁ ମହାନ କରି ଅନେକ ବହୁମୂଲ୍ୟ ଉପହାର ଦେଲା, ଆଉ ବାବିଲର ସମୁଦାୟ ପ୍ରଦେଶ ଉପରେ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ଯାବତୀୟ ବିଦ୍ୱାନ୍‍ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲା।


ପୁଣି, ଯେକୌଣସି ଲୋକ ଉବୁଡ଼ ହୋଇ ପ୍ରଣାମ ନ କରିବ, ସେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବ;


ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ରାଜାକୁ ଉତ୍ତର କରି କହିଲେ, ହେ ନବୂଖଦ୍‍ନିତ୍ସର, ଏହି ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ।


ଏଥିପାଇଁ ମୁଁ ଏହି ଆଜ୍ଞା କରୁଅଛି ଯେ, ଯେଉଁ ପ୍ରତ୍ୟେକ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକ, ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ପରମେଶ୍ୱରଙ୍କ ପ୍ରତିକୂଳରେ କୌଣସି ଭ୍ରାନ୍ତିର କଥା କହିବେ, ସେମାନେ ଖଣ୍ଡ ଖଣ୍ଡ ହୋଇ କଟା ଯିବେ ଓ ସେମାନଙ୍କର ଗୃହ ଖତ-ରାଶି ହେବ; କାରଣ ଏପ୍ରକାର ଉଦ୍ଧାର କରିବାକୁ ସମର୍ଥ ଆଉ କୌଣସି ଦେବତା ନାହିଁ।


ଏଥିରେ ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋର ବାବିଲ ପ୍ରଦେଶରେ ପଦ ବୃଦ୍ଧି କଲା।


ତହୁଁ ରାଜା ଏ କଥା ଶୁଣି ଅତିଶୟ ଅସନ୍ତୁଷ୍ଟ ହେଲା, ପୁଣି ଦାନିୟେଲଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବିଷୟରେ ମନୋଯୋଗ କଲା; ଆଉ, ତାଙ୍କୁ ରକ୍ଷା କରିବା ପାଇଁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚେଷ୍ଟା କଲା।


Swiv nou:

Piblisite


Piblisite