Biblia Todo Logo
Bib sou entènèt

- Piblisite -




ଦାନିୟେଲ 11:8 - ଓଡିଆ ବାଇବେଲ

8 ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ।

Gade chapit la Kopi

ପବିତ୍ର ବାଇବଲ

8 ସେ ସେମାନଙ୍କର ପ୍ରତିମାଗୁଡ଼ିକୁ, ସେମାନଙ୍କର ଦେବଗଣଙ୍କୁ ଓ ସୁନା, ରୂପାର ମନୋହର ପାତ୍ରଗୁଡ଼ିକୁ ମିଶରକୁ ନେଇଯିବ। କିଛି ବର୍ଷ ପାଇଁ ସେ ଉତ୍ତର ଦେଶୀୟ ରାଜାଙ୍କ ପାଇଁ ଆଉ ବିବ୍ରତ ହେବ ନାହିଁ।

Gade chapit la Kopi




ଦାନିୟେଲ 11:8
17 Referans Kwoze  

ଓ ସେମାନଙ୍କର ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି, ଏହା ସତ୍ୟ; କାରଣ ସେମାନେ ପରମେଶ୍ୱର ନୁହନ୍ତି, ମନୁଷ୍ୟର ହସ୍ତକୃତ କର୍ମ, କାଷ୍ଠ ଓ ପ୍ରସ୍ତର ମାତ୍ର; ଏହେତୁ ସେମାନେ ସେମାନଙ୍କୁ ବିନାଶ କରିଅଛନ୍ତି।


ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ, ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ, ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ; ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ କରିବେ।


କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକାର ଏହା ନିର୍ମାଣ କରିଅଛି, ତାହା ଈଶ୍ୱର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ଡ ଖଣ୍ଡ ହୋଇ ଭଗ୍ନ ହେବ।


ପୂର୍ଣ୍ଣ ତିନି ସପ୍ତାହ ସମାପ୍ତ ହେବା ପର୍ଯ୍ୟନ୍ତ ମୁଁ କୌଣସି ସୁସ୍ୱାଦ ଖାଦ୍ୟ ଭୋଜନ କଲି ନାହିଁ, କିଅବା ମାଂସ ଅବା ଦ୍ରାକ୍ଷାରସ ମୋ’ ମୁଖରେ ପ୍ରବେଶ କଲା ନାହିଁ, ଅଥବା ମୁଁ କିଛି ତୈଳ ମର୍ଦ୍ଦନ କଲି ନାହିଁ।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍‍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା;


ତର୍ଶୀଶ୍‍ର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ।


ତହିଁରେ ସେ କହିଲା, ମୋର ବନାଇଲା ଦେବତାମାନଙ୍କୁ, ପୁଣି ଯାଜକକୁ ତୁମ୍ଭେମାନେ ତ ନେଇ ଚାଲି ଆସିଲ, ବାକି ମୋହର ଆଉ କଅଣ ଅଛି ? ଆହୁରି କହୁଛ, ତୁମ୍ଭର କଅଣ ହେଲା ?


ଆଉ, ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ, ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ଅଗ୍ନିରେ ଦଗ୍ଧ କରିବ; ପୁଣି ତୁମ୍ଭେମାନେ ସେମାନଙ୍କ ଖୋଦିତ ଦେବ ପ୍ରତିମାମାନଙ୍କୁ ହାଣି ପକାଇବ; ଆଉ ତୁମ୍ଭେମାନେ ସେହି ସ୍ଥାନରୁ ସେମାନଙ୍କ ନାମ ଲୋପ କରିବ।


ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସ୍ରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିବା ସମୟରେ ଇସ୍ରାଏଲ ସନ୍ତାନଗଣ ମିସ୍ରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଉର୍ଦ୍ଧ୍ୱ ହସ୍ତରେ ବାହାରିଲେ; ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ।


ଯେହେତୁ ଆମ୍ଭେ ଆଜି ରାତ୍ରି ମିସର ଦେଶର ମଧ୍ୟ ଦେଇ ଯାଇ ମିସର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମଜାତକୁ ସଂହାର କରିବା; ପୁଣି, ମିସ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା; ଆମ୍ଭେ ସଦାପ୍ରଭୁ।


ଆଉ ପିତୃଗୃହକୁ ଝୁରିବାରୁ ଯଦି ତୁମ୍ଭର ଯିବାର ଆବଶ୍ୟକ ହେଲା, ତେବେ ମୋହର ଦେବତାମାନଙ୍କୁ କାହିଁକି ଚୋରି କଲ ?”


ପୁଣି, ସେ ଦକ୍ଷିଣ ଦେଶୀୟ ରାଜାର ରାଜ୍ୟକୁ ଆସିବ, ମାତ୍ର ଆପଣା ଦେଶକୁ ସେ ଫେରିଯିବ।


ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେହିସବୁ ଦଗ୍ଧ କଲେ।


Swiv nou:

Piblisite


Piblisite