Biblia Todo Logo
Bib sou entènèt

- Piblisite -




ଦାନିୟେଲ 11:2 - ଓଡିଆ ବାଇବେଲ

2 ଏବେ, ଆମ୍ଭେ ତୁମ୍ଭଙ୍କୁ ସତ୍ୟ କଥା ଜଣାଇବା। ଦେଖ, ପାରସ୍ୟରେ ଆଉ ତିନି ରାଜା ଉତ୍ପନ୍ନ ହେବେ ଓ ଚତୁର୍ଥ ରାଜା ସେହି ସମସ୍ତଙ୍କ ଅପେକ୍ଷା ଅଧିକ ଧନଶାଳୀ ହେବ; ଆଉ, ସେ ଆପଣା ଧନରେ ବଳବାନ ହେଲେ ଗ୍ରୀସ୍‍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏବେ, ଆମ୍ଭେ ତୁମ୍ଭଙ୍କୁ ସତ୍ୟ କଥା ଜଣାଇବା। ଦେଖ, ପାରସ୍ୟରେ ଆଉ ତିନି ରାଜା ଉତ୍ପନ୍ନ ହେବେ ଓ ଚତୁର୍ଥ ରାଜା ସେସମସ୍ତଙ୍କ ଅପେକ୍ଷା ଅଧିକ ଧନଶାଳୀ ହେବ; ଆଉ, ସେ ଆପଣା ଧନରେ ବଳବାନ ହେଲେ ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏବେ, ଆମ୍ଭେ ତୁମ୍ଭଙ୍କୁ ସତ୍ୟ କଥା ଜଣାଇବା। ଦେଖ, ପାରସ୍ୟରେ ଆଉ ତିନି ରାଜା ଉତ୍ପନ୍ନ ହେବେ ଓ ଚତୁର୍ଥ ରାଜା ସେହି ସମସ୍ତଙ୍କ ଅପେକ୍ଷା ଅଧିକ ଧନଶାଳୀ ହେବ; ଆଉ, ସେ ଆପଣା ଧନରେ ବଳବାନ ହେଲେ ଗ୍ରୀସ୍‍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ।

Gade chapit la Kopi

ପବିତ୍ର ବାଇବଲ

2 “ବର୍ତ୍ତମାନ, ହେ ଦାନିୟେଲ, ଆମ୍ଭେ ତୁମ୍ଭକୁ ସତ୍ୟ କଥା ଜଣାଇବା। ପାରସ୍ୟର ଆଉ ତିନି ରାଜା ଜନ୍ମ ନେବେ। ତା'ପରେ ଚତୁର୍ଥ ରାଜା ଯେ ଆସିବ, ସେ ସବୁଠାରୁ ଅଧିକ ଧନଶାଳୀ ହେବ। ଆଉ ଆପଣା ଧନରେ ବଳବାନ ହେବ ଓ ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ।

Gade chapit la Kopi




ଦାନିୟେଲ 11:2
17 Referans Kwoze  

ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ ।


ଆଉ, ସନ୍ଧ୍ୟା ଓ ପ୍ରାତଃକାଳ ବିଷୟରେ କଥିତ ଦର୍ଶନ ସତ୍ୟ; ମାତ୍ର ତୁମ୍ଭେ ଏହି ଦର୍ଶନ ମୁଦ୍ରାଙ୍କିତ କର; କାରଣ ତାହା ଆଗାମୀ ଅନେକ ଦିନର କଥା।


ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା, ସେମାନଙ୍କୁ ଯଦି ସେ ଈଶ୍ୱରଗଣ ବୋଲି କହିଲେ (ଆଉ ଧର୍ମଶାସ୍ତ୍ର ଖଣ୍ଡନ କରାଯାଇ ପାରେ ନାହିଁ),


ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ପ୍ରକାଶ ନ କରି କିଛି କରନ୍ତି ନାହିଁ।


ପୁଣି, ସେ ମହାସୈନ୍ୟଦଳ ସଙ୍ଗେ ନେଇ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଆପଣା ବଳ ଓ ସାହସ ଉତ୍ତେଜିତ କରିବ; ତହିଁରେ ଦକ୍ଷିଣ ଦେଶର ରାଜା ଅତି ବୃହତ୍‍ ଓ ପରାକ୍ରାନ୍ତ ସୈନ୍ୟ ଘେନି ତାହା ସଙ୍ଗେ ଯୁଦ୍ଧ କରିବ; ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ; କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ।


ମୁଁ ସେହି ମେଷକୁ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ିବାର ଦେଖିଲି; ଆଉ, କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ, କିଅବା ତାହାର ହସ୍ତରୁ ଉଦ୍ଧାର କରିବାକୁ କେହି ନ ଥିଲା; ମାତ୍ର ସେ ସ୍ଵେଚ୍ଛାମତ କର୍ମ କରି ଆପଣାର ବଡ଼ାଇ ପ୍ରକାଶ କଲା।


ଏଥିଉତ୍ତାରେ ଦେଖ, ଆଉ ଗୋଟିଏ, ଅର୍ଥାତ୍‍, ଦ୍ୱିତୀୟ ପଶୁ ଭଲ୍ଲୁକର ସଦୃଶ ଥିଲା, ସେ ଏକ ପାର୍ଶ୍ୱରେ ଉଠାଗଲା ଓ ତାହାର ମୁଖରେ ଦନ୍ତ ମଧ୍ୟରେ ତିନି ଖଣ୍ଡ ପଞ୍ଜରା ଥିଲା; ଆଉ, ତାହାକୁ ଏହି କଥା କୁହାଗଲା, ‘ଉଠ, ଅନେକ ଲୋକଙ୍କୁ ଗ୍ରାସ କର।’


ତୁମ୍ଭେ ଯେପରି ସେମାନଙ୍କୁ ସତ୍ୟ ଉତ୍ତର ଦେଇପାର, ଏଥିପାଇଁ ମୁଁ କ’ଣ ତୁମ୍ଭ ପ୍ରତି ଯୁକ୍ତିରେ ଓ ବିଦ୍ୟାରେ ଉତ୍କୃଷ୍ଟ ବାକ୍ୟ ଲେଖି ନାହିଁ ?


ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ତୃତୀୟ ବର୍ଷରେ ବେଲ୍‍ଟଶତ୍ସର ନାମରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷୟ ପ୍ରକାଶିତ ହେଲା ଓ ତାହା ସତ୍ୟ, ତାହା ଏକ ମହାଯୁଦ୍ଧ ବିଷୟ; ପୁଣି, ସେ ତାହା ବୁଝିଲେ ଓ ସେହି ଦର୍ଶନ ବିଷୟ ତାଙ୍କୁ ଜ୍ଞାତ ହେଲା।


ପୁଣି, ସେ ଲୋମଶ ଛାଗ ଯବନ ଦେଶର ରାଜା ଓ ତାହାର ଦୁଇ ଚକ୍ଷୁର ମଧ୍ୟ ସ୍ଥାନରେ ଥିବାର ବୃହତ୍‍ ଶୃଙ୍ଗ ପ୍ରଥମ ରାଜା।


ପୁନଶ୍ଚ, ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ୍‍, ମିତ୍ରଦାତ, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ; ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା।


ତହୁଁ ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା। ପୁଣି, ପାରସ୍ୟ ରାଜା ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା।


ଅକ୍ଷଶ୍ୱେରଶ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶତ ସତାଇଶ୍ ପ୍ରଦେଶ ଉପରେ ରାଜ୍ୟ କଲେ।


Swiv nou:

Piblisite


Piblisite