Biblia Todo Logo
Bib sou entènèt

- Piblisite -




ଦାନିୟେଲ 11:13 - ଓଡିଆ ବାଇବେଲ

13 ଆଉ, ଉତ୍ତର ଦେଶର ରାଜା ଫେରି ପୂର୍ବ ଅପେକ୍ଷା ଏକ ବୃହତ୍‍ ଜନତା ସଂଗ୍ରହ କରିବ; ପୁଣି ସେ, କାଳର ଅର୍ଥାତ୍‍, ବର୍ଷମାନର ଶେଷରେ ମହାସୈନ୍ୟ ଓ ଅପାର ସାମଗ୍ରୀ ନେଇ ଆସିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଆଉ, ଉତ୍ତର ଦେଶର ରାଜା ଫେରି ପୂର୍ବ ଅପେକ୍ଷା ଏକ ବୃହତ୍ ଜନତା ସଂଗ୍ରହ କରିବ; ପୁଣି ସେ, କାଳର ଅର୍ଥାତ୍, ବର୍ଷମାନର ଶେଷରେ ମହାସୈନ୍ୟ ଓ ଅପାର ସାମଗ୍ରୀ ନେଇ ଆସିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଆଉ, ଉତ୍ତର ଦେଶର ରାଜା ଫେରି ପୂର୍ବ ଅପେକ୍ଷା ଏକ ବୃହତ ଜନତା ସଂଗ୍ରହ କରିବ; ପୁଣି ସେ, କାଳର ଅର୍ଥାତ୍‍, ବର୍ଷମାନର ଶେଷରେ ମହାସୈନ୍ୟ ଓ ଅପାର ସାମଗ୍ରୀ ନେଇ ଆସିବ।

Gade chapit la Kopi

ପବିତ୍ର ବାଇବଲ

13 ଆଉ ଉତ୍ତର ଦେଶର ରାଜା ଫେରି ଏକ ବୃହତ୍ ସୈନ୍ୟବାହିନୀ ସଂଗ୍ରହ କରିବ। ବହୁ ବର୍ଷ ପରେ ପୂର୍ବାପେକ୍ଷା ବିପୁଳ ସୈନ୍ୟ ସାମନ୍ତ ନେଇ ଦକ୍ଷିଣ ଦେଶ ଆକ୍ରମଣ କରିବ। ସେହି ସୈନ୍ୟମାନଙ୍କ ହସ୍ତରେ ବିପୁଳ ଅସ୍ତ୍ର ଶସ୍ତ୍ର ରହିବ ଓ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିବେ।

Gade chapit la Kopi




ଦାନିୟେଲ 11:13
6 Referans Kwoze  

ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ ଆଉ, ତାହା ଉପରେ ସାତ କାଳ ବହିଯାଉ।


ତହିଁରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ରାନ୍ୱିତ ଓ ନଦୀଜଳ ଉପରେ ସ୍ଥିତ ମନୁଷ୍ୟ ଆପଣା ଦକ୍ଷିଣ ଓ ବାମ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଏହା ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ହେବ; ପୁଣି, ସେମାନେ ପବିତ୍ର ଲୋକମାନଙ୍କର ପରାକ୍ରମ ଭଗ୍ନ କରିବାର ଶେଷ କଲେ, ଏହି ସକଳ ବିଷୟ ସିଦ୍ଧ ହେବ।


ପୁଣି, ସେହି ଜନତା ଉତ୍‍ଥାପିତ ହେଲେ, ତାହାର ଚିତ୍ତ ଗର୍ବିତ ହେବ ଓ ସେ ଅୟୁତ ଅୟୁତ ଲୋକଙ୍କୁ ନିପାତ କରିବ; ତଥାପି ସେ ଜୟଯୁକ୍ତ ନୋହିବ।


ପୁଣି, ସେହି ସମୟରେ ଅନେକ ଲୋକ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଉଠିବେ; ମଧ୍ୟ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅତ୍ୟାଚାରୀଗଣର ସନ୍ତାନମାନେ ଏହି ଦର୍ଶନ ସଫଳାର୍ଥେ ଆପଣାମାନଙ୍କୁ ଉନ୍ନତ କରିବେ; ମାତ୍ର ସେମାନେ ପତିତ ହେବେ।


ଆଉ, ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ ଓ ଉତ୍ତର ଦେଶର ରାଜା ରଥ, ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁ ତୁଲ୍ୟ ଆସିବ ଓ ସେ ନାନା ଦେଶ ମଧ୍ୟରେ ପ୍ରବେଶ କରି ବଢ଼ି ତୁଲ୍ୟ ପ୍ଲାବନ କରି ବହିଯିବ।


Swiv nou:

Piblisite


Piblisite