Biblia Todo Logo
Bib sou entènèt

- Piblisite -




ଦାନିୟେଲ 1:7 - ଓଡିଆ ବାଇବେଲ

7 ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍‍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍‍, ମୀଶାୟେଲଙ୍କୁ ମୈଶକ୍‍ ଓ ଅସରୀୟକୁ ଅବେଦ୍‍ନଗୋ ନାମ ଦେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲାଣ: ସେ ଦାନିୟେଲଙ୍କୁ ବେଲ୍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍, ମିଶାୟେଲଙ୍କୁ ମୈଶକ ଓ ଅସରୀୟକୁ ଅବେଦ୍-ନଗୋ ନାମ ଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍‍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍‍, ମୀଶାୟେଲଙ୍କୁ ମୈଶକ୍‍ ଓ ଅସରୀୟକୁ ଅବେଦ୍‍ନଗୋ ନାମ ଦେଲା।

Gade chapit la Kopi

ପବିତ୍ର ବାଇବଲ

7 ପୁଣି ସେହି ନପୁଂସକାଧିପତି ଅସ୍ପନସ୍ ଯିହୁଦାର ଯୁବକମାନଙ୍କୁ ନୂଆ ବାବିଲୀୟ ନାମ ଦେଲେ। ସେ ଦାନିୟେଲଙ୍କୁ ବେ‌‌ଲ୍‌‌‌‌ଟଶତ୍ସର, ହନାନିୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ ଓ ଅସରିୟଙ୍କୁ ଅବେଦ୍-ନଗୋ ନାମ ଦେଲେ।

Gade chapit la Kopi




ଦାନିୟେଲ 1:7
13 Referans Kwoze  

କାରଣ ସେହି ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା, ଜ୍ଞାନ ଓ ବୁଦ୍ଧି, ସ୍ୱପ୍ନ ଅର୍ଥ କରିବାର ଓ ଗୂଢ଼ ବାକ୍ୟ ପ୍ରକାଶ କରିବାର ଓ ସନ୍ଦେହ ଭଞ୍ଜନ କରିବାର ଶକ୍ତି ଦେଖା ଯାଇଥିଲା, ରାଜା ତାଙ୍କୁ ବେଲ୍‍ଟଶତ୍ସର ନାମ ଦେଇଥିଲେ। ଏବେ ଦାନିୟେଲଙ୍କୁ ଡକାଯାଉ, ସେ ଅର୍ଥ ପ୍ରକାଶ କରିବେ।


ମାତ୍ର ଅବଶେଷରେ ମୋ’ ଦେବତାର ନାମାନୁସାରେ ବେଲ୍‍ଟଶତ୍ସର ନାମବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ମୁଁ ତାଙ୍କୁ ସ୍ୱପ୍ନଟି ଜଣାଇ କହିଲି,


ପୁଣି, ଦାନିୟେଲ ରାଜା ନିକଟରେ ନିବେଦନ କରନ୍ତେ, ରାଜା ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋଙ୍କୁ ବାବିଲ ପ୍ରଦେଶର କାର୍ଯ୍ୟରେ ନିଯୁକ୍ତ କଲା; ମାତ୍ର ଦାନିୟେଲ ରାଜଦ୍ୱାରରେ ରହିଲେ।


ପୁଣି, ରାଜା ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ, ଅର୍ଥାତ୍‍, ରାଜକୀୟ ଓ କୁଳୀନ ବଂଶରୁ


ପୁଣି ବାବିଲର ରାଜା ଯିହୋୟାଖୀନ୍‍ର ପିତୃବ୍ୟ ମତ୍ତନୀୟଙ୍କୁ ତାଙ୍କର ପଦରେ ରାଜା କଲା ଓ ତାଙ୍କ ନାମ ବଦଳାଇ ସିଦିକୀୟ ରଖିଲା।


ତହୁଁ ଫାରୋ-ନଖୋ ଯୋଶୀୟଙ୍କର ପୁତ୍ର ଇଲିୟାକୀମ୍‍ଙ୍କୁ ତାଙ୍କର ପିତା ଯୋଶୀୟଙ୍କର ପଦରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍‍ ରଖିଲା; ମାତ୍ର ସେ ଯିହୋୟାହସ୍‌ଙ୍କୁ ନେଇ ଗଲା; ଆଉ ସେ ମିସରରେ ଉପସ୍ଥିତ ହୋଇ ସେଠାରେ ମଲେ।


ରାଜା ସେହି ଦାନିୟେଲ, ଯାହାଙ୍କ ନାମ ବେଲ୍‍ଟଶତ୍ସର ଥିଲା, ତାଙ୍କୁ ଉତ୍ତର କରି କହିଲା, ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କି ତାହା ଓ ତହିଁର ଅର୍ଥ ମୋତେ ଜଣାଇପାର ?


ପୁଣି, ଫାରୋ ଯୋଷେଫଙ୍କର ନାମ ସାଫନତ୍‍-ପାନେହ ରଖିଲେ; ପୁଣି, ଓନ୍‍ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍‍ ନାମ୍ନୀ କନ୍ୟା ସହିତ ତାଙ୍କର ବିବାହ ଦେଲେ। ଏଥିଉତ୍ତାରେ ଯୋଷେଫ ସମୁଦାୟ ମିସର ଦେଶରେ ଗମନାଗମନ କରିବାକୁ ଲାଗିଲେ।


ପୁଣି, ରାଜା ସେମାନଙ୍କ ସଙ୍ଗେ ଆଳାପ କଲେ; ଆଉ, ସେହି ସମସ୍ତଙ୍କ ମଧ୍ୟରେ ଦାନିୟେଲ, ହନାନୀୟ, ମୀଶାୟେଲ ଓ ଅସରୀୟ ସମାନ କେହି ଦେଖା ଗଲେ ନାହିଁ; ଏଣୁ ଏମାନେ ରାଜାଙ୍କ ଛାମୁରେ ଠିଆ ହେଲେ।


ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ତୃତୀୟ ବର୍ଷରେ ବେଲ୍‍ଟଶତ୍ସର ନାମରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷୟ ପ୍ରକାଶିତ ହେଲା ଓ ତାହା ସତ୍ୟ, ତାହା ଏକ ମହାଯୁଦ୍ଧ ବିଷୟ; ପୁଣି, ସେ ତାହା ବୁଝିଲେ ଓ ସେହି ଦର୍ଶନ ବିଷୟ ତାଙ୍କୁ ଜ୍ଞାତ ହେଲା।


ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ତାହା ମୋତେ ଭୀତ କରାଇଲା ଓ ଶଯ୍ୟା ଉପରେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍‍ବିଗ୍ନ କଲା।


Swiv nou:

Piblisite


Piblisite