Biblia Todo Logo
Bib sou entènèt

- Piblisite -




କଲସୀୟ 4:11 - ଓଡିଆ ବାଇବେଲ

11 ଆଉ, ଯୂସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ ଏମାନେ ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ, ଯୁସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି; ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ଵରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ, ଏମାନେ ମୋହର ସାନ୍ତ୍ଵନାର କାରଣ ହୋଇଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ଯୁସ୍ତ ନାମରେ ପରିଚିତ ଯିହୋଶୂୟ ମଧ୍ୟ ନମସ୍କାର ଜଣାଉଛନ୍ତି। ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା କେବଳ ଏହି ତିନି ଜଣ ଇହୁଦୀ ଈଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହକର୍ମୀ ହୋଇ ମୋତେ ବହୁତ ସାହାଯ୍ୟ କରିଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ, ଯୂସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ସୁନ୍ନତିପ୍ରାପ୍ତ ବିଶ୍ୱାସୀମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ବରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ ଏମାନେ ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

11 ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି।

Gade chapit la Kopi




କଲସୀୟ 4:11
16 Referans Kwoze  

ଆଉ, ଯେତେବେଳେ ପିତର ଯିରୂଶାଲମକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ,


ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଆଉ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନ,


କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;


ପ୍ରିୟ ଭ୍ରାତା, ପୁଣି, ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ସହଦାସ ଯେ ତୁଖିକ ସେ ମୋହର ସମସ୍ତ ବିଷୟ ତୁମ୍ଭମାନଙ୍କୁ ଜଣାଇବେ;


ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ ।


ପୁଣି, ଯେପରି ସେ ସୁନ୍ନତିମାନଙ୍କର ପିତା ହୋଇ ପାରନ୍ତି, ଅର୍ଥାତ୍‍ ଯେଉଁମାନେ ସୁନ୍ନତ ପ୍ରାପ୍ତ, କେବଳ ସେମାନଙ୍କର ନୁହେଁ, ମାତ୍ର ଅସୁନ୍ନତି ଅବସ୍ଥାରେ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା ସେଥିର ପଦଚିହ୍ନ ଦେଇ ଯେଉଁମାନେ ଗମନ କରନ୍ତି, ସେମାନଙ୍କର ମଧ୍ୟ ।


ସେଥିରେ ପିତରଙ୍କ ସହିତ ଆଗତ ସୁନ୍ନତ ବିଶ୍ୱାସୀମାନେ ସମସ୍ତେ ଅଣଯିହୂଦୀମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ଭିତ ହେଲେ;


ଏଥି ନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ;


ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ୱରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,


ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍‍ସ୍‍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ' ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି ।


ଅତଏବ ତୁମ୍ଭେମାନେ ପୁର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୂଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ,


ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋହର ସହକର୍ମୀ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ନମସ୍କାର ଜଣାଅ;


Swiv nou:

Piblisite


Piblisite