Biblia Todo Logo
Bib sou entènèt

- Piblisite -




କଲସୀୟ 1:6 - ଓଡିଆ ବାଇବେଲ

6 ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି, ତାହା ଯେପରି ସମସ୍ତ ଜଗତରେ ଫଳବାନ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ୱରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି ତାହା ଯେପରି ସମସ୍ତ ଜଗତରେ ଫଳବାନ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ଵରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି, ପୁଣି, ତାହା ଯେପରି ସମସ୍ତ ଜଗତରେ ଫଳବନ୍ତ ଓ ବର୍ଦ୍ଧିଷ୍ଣୁ ହୋଇ ଆସୁଅଛି, ତୁମ୍ଭେମାନେ ଯେଉଁ ଦିନ ତାହା ଶୁଣି ସତ୍ୟ ରୂପେ ଈଶ୍ବରଙ୍କ ଅନୁଗ୍ରହର ବୋଧ ପାଇଲ, ସେହି ଦିନଠାରୁ ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପରି ହୋଇ ଆସୁଅଛି।

Gade chapit la Kopi

ପବିତ୍ର ବାଇବଲ

6 ବିଶ୍ୱରେ ସର୍ବତ୍ର ସୁସମାଗ୍ଭର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭେମାନେ ସୁସମାଗ୍ଭର ଶୁଣିଲ ଓ ପରମେଶ୍ୱରଙ୍କ ଅନୁଗ୍ରହର ସତ୍ୟ ବୁଝିଲ, ସେହି ଦିନଠାରୁ ତୁମ୍ଭେମାନେ ମଧ୍ୟ ଆଶୀର୍ବାଦ ଲାଭ କରୁଛ।

Gade chapit la Kopi




କଲସୀୟ 1:6
36 Referans Kwoze  

ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି । ସେଥିରେ ତୁମ୍ଭେମାନେ ମୋ' ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ;


ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ ।


ଈଶ୍ୱରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋ' ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ।


ତୁମ୍ଭେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହାହେଲେ ନିଶ୍ଚୟ ଏହି ସବୁ ଫଳ ପାଇବ; ସେହି ସୁସମାଚାର ତୁମ୍ଭେମାନେ ତ ଶୁଣିଅଛ; ତାହା ଆକାଶମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି ।


ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ୱରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ଜାତୀୟ ଲୋକଙ୍କ ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି,


ହେ ଭାଇମାନେ, ଅବଶିଷ୍ଟ ଅଣଯିହୂଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ ।


କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହି ପ୍ରକାର ଉପାସକ ଚାହାଁନ୍ତି ।


ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର ।


ପୁଣି, ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା ।


ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ ।


ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି; ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିଅଛନ୍ତି।


କିନ୍ତୁ, ହେ ପ୍ରଭୁଙ୍କ ପ୍ରିୟପାତ୍ର ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ସବୁବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଆମ୍ଭମାନଙ୍କର କର୍ତ୍ତବ୍ୟ, କାରଣ ଈଶ୍ୱର, ଆତ୍ମାଙ୍କ ପବିତ୍ରତା ଓ ସତ୍ୟରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବା ନିମନ୍ତେ ତୁମ୍ଭମାନଙ୍କୁ ପ୍ରଥମ ଫଳଭାବେ ବାଛି ଅଛନ୍ତି;


ଆଉ, ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ସେହି ବାକ୍ୟକୁ ମନୁଷ୍ୟର ବାକ୍ୟ ରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ, ପୁଣି, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି ।


ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତି, ପବିତ୍ର ଆତ୍ମା ଓ ଅତ୍ୟନ୍ତ ନିଶ୍ଚୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କି ପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ ।


ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍‍, ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ଉତ୍ତମକର୍ମର ଫଳରେ ଫଳବାନ ହୁଅ


ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ ।


(କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ଵରୂପ),


ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ,


ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ,


କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ନ ଥିଲା ପରି ଆମ୍ଭେମାନେ ଯେ ସୀମା ଲଙ୍ଘନ କରୁଅଛୁ, ତାହା ନୁହେଁ, ଯେଣୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରୁ କରୁ ଆମ୍ଭେମାନେ ତୁମ୍ଭମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ପ୍ରଥମେ ଯାଇଥିଲୁ;


ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ ।


ଏହି ପ୍ରକାରେ ଯିରୂଶାଲମଠାରୁ ଇଲ୍ଲୁରିକ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି,


ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ ।


ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ୱରଭକ୍ତା ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ । ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି,ଏଥି ନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ ।


କିନ୍ତୁ ଈଶ୍ୱରଙ୍କ ବାକ୍ୟ ବୃଦ୍ଧି ପାଇ ଅଧିକ ବ୍ୟାପିବାକୁ ଲାଗିଲା ।


ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି ।


ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ,


ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ୱେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି; ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ୍ନ।”


ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ,


ଅତଏବ, ଏହି କର୍ମ ସମ୍ପନ୍ନ କଲା ଉତ୍ତାରେ ଓ ଏହି ସଂଗୃହୀତ ଧନରୂପ ଫଳ ସେମାନଙ୍କ ହସ୍ତରେ ସମର୍ପଣ କଲା ପରେ ତୁମ୍ଭମାନଙ୍କ ନିକଟ ଦେଇ ସ୍ପେନକୁ ଯିବି ।


ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ୱାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି ।


Swiv nou:

Piblisite


Piblisite