Biblia Todo Logo
Bib sou entènèt

- Piblisite -




ପ୍ରେରିତ 9:10 - ଓଡିଆ ବାଇବେଲ

10 ଦମ୍ମେସକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, ହନନୀୟ । ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଦାମାସ୍କସ୍ରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ହନନୀୟ। ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ଦାମାସ୍କସ୍ରେ ହନନିୟ ନାମକ ଜଣେ ଖ୍ରୀଷ୍ଟିୟାନ ଥିଲେ। ସେ ଏକ ଦର୍ଶନ ପାଇଲେ, ପ୍ରଭୁ ତାଙ୍କୁ କହିଲେ, “ହନନିୟ!” ସେ ଉତ୍ତର ଦେଲେ, “ହେ ପ୍ରଭୁ କହନ୍ତୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଦମ୍ମେଶକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ; ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନୀୟ।” ସେ କହିଲେ, ହେ ପ୍ରଭୁ, ଆଜ୍ଞା କରିବା ହେଉନ୍ତୁ।

Gade chapit la Kopi

ପବିତ୍ର ବାଇବଲ

10 ହନନିୟ ନାମକ ଜଣେ ଯୀଶୁଙ୍କର ଶିଷ୍ୟ ଦମ୍ମେସକରେ ଥିଲେ। ପ୍ରଭୁ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହନନିୟ!” ହନନିୟ କହିଲେ, “ପ୍ରଭୁ, ମୁଁ ଏଠାରେ ଅଛି।”

Gade chapit la Kopi




ପ୍ରେରିତ 9:10
23 Referans Kwoze  

ସେହି ସ୍ଥାନରେ ଥିବା ସମସ୍ତ ଯିହୂଦୀଙ୍କ ନିକଟରେ ସୁକ୍ଷାତିସମ୍ପନ୍ନ ହନନୀୟ ନାମକ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ,


ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ୱରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣିଲୀୟ ।


ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, “ହେ ଅବ୍ରହାମ। ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଏଠାରେ ଅଛି।”


ଏଥିଉତ୍ତାରେ “ମୁଁ କାହାକୁ ପଠାଇବି ? ଓ କିଏ ଆମ୍ଭମାନଙ୍କ ପାଇଁ ଯିବ ?” ପ୍ରଭୁଙ୍କର ଏହି ରବ ମୁଁ ଶୁଣିଲି। ତେବେ ମୁଁ କହିଲି, “ମୁଁ ଅଛି; ମୋତେ ପଠାଅ।”


ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ ଡାକିଲେ; ସେ କହିଲେ, ମୁଁ ଏଠାରେ ଅଛି।


ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ, ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, “ହେ ମୋଶା, ହେ ମୋଶା।” ତହିଁରେ ସେ କହିଲେ, “ଏହି ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।”


ସେତେବେଳେ ପରମେଶ୍ୱରଙ୍କ ଦୂତ ସ୍ୱପ୍ନରେ ମୋତେ ଯାକୁବ ବୋଲି ଡାକନ୍ତେ, ମୁଁ କହିଲି, “ଦେଖନ୍ତୁ, ମୁଁ ଏଠାରେ।”


ଈଶ୍ୱର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଅାମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କ ପୁତ୍ରକନ୍ୟାମାନେ ଭାବବାଣୀ କହିବେ, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ପୁଣି, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ୱପ୍ନ ଦେଖିବେ ।


ଏଥିଉତ୍ତାରେ ରାତ୍ରିକାଳୀନ ଦର୍ଶନରେ ସେହି ନିଗୂଢ଼ ବିଷୟ ଦାନିୟେଲଙ୍କ ପ୍ରତି ପ୍ରକାଶିତ ହେଲା। ତହିଁରେ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ଧନ୍ୟବାଦ କଲେ।


‘ମାତ୍ର ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ,’ ଯଦି ସେ ଏପରି କହିବେ, ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ, ତାହା ସେ ମୋ’ ପ୍ରତି କରନ୍ତୁ।”


ତେବେ ସେ କହିଲେ, “ଆମ୍ଭର ବାକ୍ୟ ଶୁଣ; ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍‍ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା।


ଏଥିଉତ୍ତାରେ ସେ ଆପଣା ଦାସମାନଙ୍କୁ ଦୁଇ ଦଳ କରି ରାତ୍ରି କାଳରେ ଶତ୍ରୁମାନଙ୍କୁ ଆକ୍ରମଣ କଲେ, ପୁଣି, ଦମ୍ମେଶକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ।


ଆଉ, ସେ ତିନି ଦିନ ପର୍ଯ୍ୟନ୍ତ ଦୃଷ୍ଟିହୀନ ହୋଇ ରହିଲେ, ପୁଣି, କିଛି ଖାଇଲେ ନାହିଁ କି ପିଇଲେ ନାହିଁ ।


ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି,


ସେ ବାହାରି ତାହାଙ୍କ ପଛେ ପଛେ ଗଲେ; କିନ୍ତୁ ଦୂତଙ୍କ ଦ୍ୱାରା ଯାହା କରାଗଲା, ତାହା ଯେ ପ୍ରକୃତ, ସେ ତାହା ନ ବୁଝି ଦର୍ଶନ ଦେଖୁଅଛନ୍ତି ବୋଲି ମନେ କରୁଥିଲେ ।


ଆଉ ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଠିଆ ହୋଇ ତାହାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର ।


ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ ।


ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, "ଭୟ କର ନାହିଁ, ନୀରବ ନ ରହି କଥା କୁହ,


ଦମ୍ମେସକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,


କିଅବା ମୋ' ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମକୁ ନ ଯାଇ ସେହିକ୍ଷଣି ଆରବକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେସକକୁ ବାହୁଡ଼ି ଆସିଲି ।


ଆଉ, ସେ ଯେପରି ଦୃଷ୍ଟିପ୍ରାପ୍ତ ହୁଏ, ଏଥି ନିମନ୍ତେ ହନନୀୟ ନାମକ ଜଣେ ଲୋକ ଆସି ତାହା ଉପରେ ହସ୍ତାର୍ପଣ କରୁଅଛି ବୋଲି ସେ ଦର୍ଶନ ପାଇଅଛି ।


Swiv nou:

Piblisite


Piblisite