Biblia Todo Logo
Bib sou entènèt

- Piblisite -




ପ୍ରେରିତ 27:5 - ଓଡିଆ ବାଇବେଲ

5 କିଲିକିୟା ଓ ପଂଫୂଲିଆ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆର ମୁରାକୁ ଆସିଲୁ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିଲିକିଆ ଓ ପଂଫୂଲିଆ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୂକିଆର ମୁରାକୁ ଆସିଲୁ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ସିଲିଷୀଆ ଓ ପାମ୍ପିଲିଆ ଅତିକ୍ରମ କରି ଲିସିଆର ମାଏରାଠାରେ ପହଞ୍ଚିଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିଲିକିୟା ଓ ପଂଫୂଲିଆ ଅଞ୍ଚଳ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆ ପ୍ରଦେଶର ମୁରା ସହରକୁ ଆସିଲୁ।

Gade chapit la Kopi

ପବିତ୍ର ବାଇବଲ

5 ତା'ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ।

Gade chapit la Kopi




ପ୍ରେରିତ 27:5
9 Referans Kwoze  

କିନ୍ତୁ ଲିବର୍ତ୍ତୀନ, କୂୂରୀଣୀୟ ଓ ଅାଲେକଜାଣ୍ଡ୍ରୀୟମାନଙ୍କ ନାମରେ ଖ୍ୟାତ ଯିହୂଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଆସିଆନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,


ପରେ ପାଉଲ ଓ ତାଙ୍କ ସଙ୍ଗୀମାନେ ପାଫରୁ ଜଳଯାତ୍ରା କରି ପଂଫୂଲିଆର ପର୍ଗୀକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲାମକୁ ବାହୁଡ଼ିଗଲେ ।


ପରେ ମୁଁ ସିରିୟା ଓ କିଲିକିୟା ଅଞ୍ଚଳକୁ ଗଲି ।


ସେଥିରେ ସେ କହିଲେ, ମୁଁ ଜଣେ ଯିହୂଦୀ, କିଲିକିଆର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ମୋଶାଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍‍ଯୋଗୀ ଅଟନ୍ତି, ଈଶ୍ୱରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‍ଯୋଗୀ ଥିଲି;


ସେଥିରେ ପାଉଲ କହିଲେ, ମୁଁ ତ ଜଣେ ଯିହୂଦୀ, ତାର୍ଷ ନଗରର ଲୋକ, କିଲିକିଆର ଏକ ଅସାମାନ୍ୟ ନଗରର ନାଗରିକ; ଏହି ଲୋକମାନଙ୍କୁ କଥା କହିବା ପାଇଁ ମୋତେ ଅନୁମତି ଦେବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି ।


ଆଉ ସେ ସିରିୟା ଓ କିଲିକିୟା ଦେଇ ଯାଉ ଯାଉ ମଣ୍ଡଳୀସମୂହଙ୍କୁ ସୁସ୍ଥିର କଲେ ।


କିନ୍ତୁ ସେ ସେମାନଙ୍କୁ ଛାଡ଼ି ପଂଫୂଲିଆରୁ ଚାଲି ଆସିଥିଲେ ଓ ସେମାନଙ୍କ ସହିତ କାର୍ଯ୍ୟକୁ ଯାଇ ନ ଥିଲେ, ତାହାଙ୍କୁ ସାଙ୍ଗରେ ନେବାକୁ ପାଉଲ ଉଚିତ ମନେ କଲେ ନାହିଁ ।


ଆଉ, ସେମାନେ ସେମାନଙ୍କ ହାତରେ ଏହା ଲେଖି ପଠାଇଲେ, ଆନ୍ତିୟଖିଆ, ସିରିୟା ଓ କିଲିକିୟାସ୍ଥ ଅଣଯିହୂଦୀ ଭ୍ରାତୃବୃନ୍ଦଙ୍କୁ ପ୍ରେରିତ ଓ ପ୍ରାଚୀନ ଭ୍ରାତୃବୃନ୍ଦଙ୍କର ନମସ୍କାର ।


ଫ୍ରୁଗିଆ ଓ ଫଫୂଲିଆ, ମିସର ଓ କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳ ନିବାସୀ ଏବଂ ରୋମରୁ ଆସିଥିବା ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀ ପ୍ରବାସୀ,


Swiv nou:

Piblisite


Piblisite