Biblia Todo Logo
Bib sou entènèt

- Piblisite -




ପ୍ରେରିତ 26:10 - ଓଡିଆ ବାଇବେଲ

10 ଆଉ, ଯିରୂଶାଲମରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆଉ, ଯିରୂଶାଲମରେ ମୁଁ ଏହା ମଧ୍ୟ କରଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ତ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ଯିରୂଶାଲମରେ ମୁଁ ସେପରି କଲି। ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ ଈଶ୍ୱରଙ୍କ ଭକ୍ତମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ନିକ୍ଷେପ କଲି ଓ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାବେଳେ ମୁଁ ତାହାର ସପକ୍ଷରେ ଥିଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆଉ, ଯିରୂଶାଲମ ସହରରେ ମୁଁ ଏହା ମଧ୍ୟ କରିଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ଡ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,

Gade chapit la Kopi

ପବିତ୍ର ବାଇବଲ

10 ଏ ଭଳି କରୁଥିବା ବେଳେ ମୁଁ ଯିରୁଶାଲମରେ ପରମେଶ୍ୱରଙ୍କର ଅନେକ ଲୋକଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତେବେଳେ ମୃତ୍ୟୁଦଣ୍ଡ ଦିଆଯାଉଥିଲା, ସେତେବେଳେ ମୁଁ ମଧ୍ୟ ଏହା ଠିକ୍ ବୋଲି ଭାବି ସେଥିରେ ପୂର୍ଣ୍ଣ ସମ୍ମତ ହୋଇଥିଲି। ମୁଁ ପରମେଶ୍ୱରଙ୍କର ଅନେକ ଲୋକମାନଙ୍କୁ ଧରି ଆଣି କାରାଗାରରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାଯାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସେମାନଙ୍କୁ ସମାଜଗୃହ ସବୁରେ ଦଣ୍ତ ଦେଇଥିଲି।

Gade chapit la Kopi




ପ୍ରେରିତ 26:10
17 Referans Kwoze  

କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ସମର୍ପଣ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ ।


ଆଉ, ଯେଉଁମାନେ ତାହାଙ୍କ କଥା ଶୁଣିଲେ, ସେମାନେ ସମସ୍ତେ ଆଚମ୍ବିତ ହୋଇ କହିବାକୁ ଲାଗିଲେ,ଏହି ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଯିରୂଶାଲମରେ ବିନଷ୍ଟ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ନିକଟକୁ ଘେନିଯାଇ ପାରେ, ସେହି ଅଭିପ୍ରାୟରେ ଏହି ସ୍ଥାନକୁ ଆସିଥିଲା,ଏ କି ସେହି ନୁହେଁ ?


କାରଣ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି, ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ ।


ପରେ ସେ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ ।


ଶାଉଲ, ସ୍ତିଫାନ‍ଙ୍କ ପ୍ରାଣନାଶରେ ଏକମତ ଥିଲେ । ସେହି ଦିନ ଯିରୂଶାଲମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ ।


ପୁଣି, ସେମାନେ ତାହାଙ୍କ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ ।


ମୁଁ ସେହି ସ୍ତ୍ରୀଲୋକକୁ ସାଧୂମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି । ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି |


ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ |


ପୂର୍ବେ ଯିହୂଦୀ ଧର୍ମରେ ମୋହର ଆଚାର ବ୍ୟବହାର ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ୱରଙ୍କ ମଣ୍ଡଳୀ କି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି,


ପୁଣି, ସେ ହାତ ଦେଇ ତାହାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଦେଖାଇଲେ ।


ଇତିମଧ୍ୟରେ ପିତର ସମସ୍ତ ଅଞ୍ଚଳ ଭ୍ରମଣ କରୁ କରୁ ଲୂଦନିବାସୀ ସାଧୁମାନଙ୍କ ନିକଟକୁ ମଧ୍ୟ ଆସିଲେ ।


ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି, ସେମାନେ ଆଦରଣୀୟ, ସେମାନଙ୍କଠାରେ ମୋହର ପରମ ସନ୍ତୋଷ।


Swiv nou:

Piblisite


Piblisite