Biblia Todo Logo
Bib sou entènèt

- Piblisite -




ପ୍ରେରିତ 23:9 - ଓଡିଆ ବାଇବେଲ

9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀ-ମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ବାଗ୍ଯୁଦ୍ଧ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ଵା କୌଣସି ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ସେମାନଙ୍କର ହଟ୍ଟଗୋଳ ବଢ଼ିବାକୁ ଲାଗିଲା ଓ ଫାରୁଶୀମାନଙ୍କ ଦଳର କେତେକ ଧର୍ମଗୁରୁ ଠିଆ ହୋଇ ତୀବ୍ର ପ୍ରତିବାଦ ଜଣାଇ କହିଲେ, “ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ପାଉନାହୁଁ! ନିଶ୍ଚିତଭାବେ ତାଙ୍କ ସହିତ ଜଣେ ଆତ୍ମା ବା ସ୍ୱର୍ଗଦୂତ କଥା କହିଥିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଥିରେ ମହା କୋଳାହଳ ଘଟିଲା, ଆଉ ଫାରୂଶୀମାନଙ୍କ ଦଳର କେତେକ ଶାସ୍ତ୍ରୀ ଉଠି ଯୁକ୍ତିତର୍କ କରି କହିଲେ, ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ଦେଖୁ ନାହୁଁ, କେଜାଣି କୌଣସି ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥା କହିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

9 ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”

Gade chapit la Kopi




ପ୍ରେରିତ 23:9
23 Referans Kwoze  

ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ ?


ତେଣୁ ପାଖରେ ଠିଆ ହୋଇଥିବା ଲୋକସମୂହ ଏହା ଶୁଣି ମେଘଗର୍ଜନ ହେଲା ବୋଲି କହିଲେ; ଅନ୍ୟମାନେ କହିଲେ, ଜଣେ ଦୂତ ଏହାଙ୍କୁ କଥା କହିଅଛନ୍ତି ।


ଅନ୍ତର ହୋଇ ପରସ୍ପର କଥାବାର୍ତ୍ତା କରୁ କରୁ କହିଲେ, ଏହି ଲୋକ ମୃତ୍ୟୁ କି ବନ୍ଧନ ଯୋଗ୍ୟ କୌଣସି କର୍ମ କରି ନାହିଁ ।


କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହିଁ ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାଟଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି ।


ପ୍ରାଣଦଣ୍ଡ ବା ବନ୍ଧନ ଯୋଗ୍ୟ କୌଣସି ବିଷୟ ଏହାର ବିରୁଦ୍ଧରେ ଅଭିଯୋଗ କରା ନ ଯାଇ ସେମାନଙ୍କ ମୋଶାଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ବିଷୟରେ ଅଭିଯୋଗ କରାଯାଉଅଛି ବୋଲି ମୁଁ ବୁଝିଲି ।


ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ଏ କଅଣ ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି !


ମନୁଷ୍ୟର ଗତି ସଦାପ୍ରଭୁଙ୍କର ତୁଷ୍ଟିକର ହେଲେ, ସେ ତାହାର ଶତ୍ରୁମାନଙ୍କୁ ମଧ୍ୟ ତାହା ସହିତ ଶାନ୍ତିରେ ବାସ କରାନ୍ତି।


ଅଥବା ଆମ୍ଭେମାନେ କ'ଣ ପ୍ରଭୁଙ୍କୁ ବିରକ୍ତି ଜନ୍ମାଇବା ? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ ?


ଯେଣୁ ମୁଁ ଯେଉଁ ଈଶ୍ୱରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ,


କାରଣ ସାଦ୍ଦୂକୀମାନେ ପୁନରୁତ୍ଥାନ, ଦୂତ ଅବା ଆତ୍ମା ନାହାଁନ୍ତି ବୋଲି କହନ୍ତି, କିନ୍ତୁ ଫାରୂଶୀମାନେ ଉଭୟ ସ୍ୱୀକାର କରନ୍ତି ।


ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ୱର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ୱରଙ୍କୁ ପ୍ରତିରୋଧ କରି ପାରିଥାନ୍ତି ?


ସେଥିରେ ସେ ଭୂମିରେ ପଡ଼ିଯାଇ ତାହାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ଶାଉଲ, ହେ ଶାଉଲ କାହିଁକି ଆମ୍ଭକୁ ତାଡ଼ନା କରୁଅଛ ?


କିନ୍ତୁ ଯଦି ତାହା ଈଶ୍ୱରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ ।


ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି ? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା ।


ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ ।


ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ ?


ପୁଣି, ସେ ଦାଉଦଙ୍କୁ କହିଲେ, ତୁମ୍ଭେ ମୋ’ଠାରୁ ଅଧିକ ଧାର୍ମିକ; କାରଣ ମୁଁ ତୁମ୍ଭର ମନ୍ଦ କଲେ ହେଁ ତୁମ୍ଭେ ମୋହର ଭଲ କରିଅଛ।


ତେଣୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ହସ୍ତରେ କୌଣସି ଦ୍ରବ୍ୟ ପାଇଲ ନାହିଁ, ଏଥିରେ ଆଜି ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ଅଛନ୍ତି ଓ ତାହାଙ୍କର ଅଭିଷିକ୍ତ ବ୍ୟକ୍ତି ସାକ୍ଷୀ ଅଛନ୍ତି; ତହିଁରେ ସେମାନେ କହିଲେ, ସାକ୍ଷୀ ଅଛନ୍ତି।


ତହିଁରେ ଅଧିପତିମାନେ ଓ ଲୋକ ସମସ୍ତେ ଯାଜକମାନଙ୍କୁ ଓ ଭବିଷ୍ୟଦ୍‍ବକ୍ତାଗଣଙ୍କୁ କହିଲେ, “ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ସେ ଆମ୍ଭମାନଙ୍କୁ କଥା କହିଅଛି।”


କିନ୍ତୁ ମୁଁ ଯାଉ ଯାଉ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକିଉଠିଲା ।


Swiv nou:

Piblisite


Piblisite