Biblia Todo Logo
Bib sou entènèt

- Piblisite -




ପ୍ରେରିତ 21:8 - ଓଡିଆ ବାଇବେଲ

8 ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ । ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପରଦିନ ଆମ୍ଭେମାନେ ପ୍ରସ୍ଥାନ କରି କାଇସରିଆକୁ ଗଲୁ, ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାଙ୍କ ସାଙ୍ଗରେ ରହିଲୁ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ପରଦିନ ଆମେ ସେହି ସ୍ଥାନ ଛାଡ଼ି ସିସେରିଆରେ ପହଞ୍ଚିଲୁ। ସେଠାରେ ଆମେ ପ୍ରଚାରକ ଫିଲିପ୍ପଙ୍କ ଘରେ ରହିଲୁ, ଯିରୂଶାଲମରେ ସେବକ ରୂପେ ମନୋନୀତ ହୋଇଥିବା ସାତଜଣଙ୍କ ମଧ୍ୟରୁ ସେ ଜଣେ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପରଦିନ ଆମ୍ଭେମାନେ କାଇସରିୟାକୁ ପ୍ରସ୍ଥାନ କଲୁ। ଆଉ ସାତ ଜଣଙ୍କ ମଧ୍ୟରେ ଅନ୍ତର୍ଗତ, ସୁସମାଚାର ପ୍ରଚାରକ ଫିଲିପ୍ପଙ୍କ ଗୃହରେ ପ୍ରବେଶ କରି ତାହାଙ୍କ ସାଙ୍ଗରେ ରହିଲୁ।

Gade chapit la Kopi

ପବିତ୍ର ବାଇବଲ

8 ଆମ୍ଭେ ତହିଁ ଆରଦିନ କାଇସରୀଆ ନଗରରେ ପହଞ୍ଚିଲୁ। ତା'ପରେ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭରକ ଫିଲି‌ପ୍‌ପଙ୍କ ଘରେ ପ୍ରବେଶ କଲୁ। ସେ ସାତ ଜଣ ବିଶେଷ ସେବକମାନଙ୍କ ମଧ୍ୟରୁ ଜଣେ ଥିଲେ। ଆମ୍ଭେମାନେ ତାହାଙ୍କ ସହିତ ରହିଲୁ।

Gade chapit la Kopi




ପ୍ରେରିତ 21:8
18 Referans Kwoze  

ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କି, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୂଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି,


ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,


କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସଫଳ କର |


ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା ।


ବିଶ୍ରାମବାରରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କୁ କଥା କହିବାକୁ ଲାଗିଲୁ ।


ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍‌କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ ।


ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ ।


ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ ।


ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ରାଜକୀୟ ସୈନ୍ୟଦଳର ଯୂଲିଅ ନାମକ ଜଣେ ଶତସେନାପତିଙ୍କ ହସ୍ତରେ ସମର୍ପିତ ହେଲେ ।


ପରେ ସେ ଦୁଇ ଜଣ ଶତ ସେନାପତିଙ୍କୁ ଡାକି କହିଲେ, କାଇସରିୟା ପର୍ଯ୍ୟନ୍ତ ଯିବା ନିମନ୍ତେ ରାତ୍ର ତିନି ଘଟିକା ସମୟରେ ଦୁଇ ଶହ ସୈନ୍ୟ, ସତୁରି ଜଣ ଅଶ୍ଵାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର ।


କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍‌କୁ ଯାତ୍ରା କଲୁ, ସେଠାରୁ ପାଉଲକୁ ନେଇଯିବା ପାଇଁ ମନେ କରିଥିଲୁ, କାରଣ ସ୍ଥଳ ପଥରେ ଯିବା ପାଇଁ ସେ ନିଜେ ଇଚ୍ଛା କରି ସେପ୍ରକାର ସ୍ଥିର କରିଥିଲେ ।


ଆଉ, ଖମୀରଶୂନ୍ୟ ରୁଟିର ପର୍ବ ପରେ ଆମ୍ଭେମାନେ ଜାହାଜରେ ଚଢ଼ି ଫିଲିପ୍ପୀରୁ ଯାତ୍ରା କଲୁ, ପୁଣି, ପାଞ୍ଚ ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ; ଆମ୍ଭେମାନେ ସେହି ସ୍ଥାନରେ ସାତ ଦିନ ରହିଲୁ ।


କାଇସରିୟାରେ ପହଞ୍ଚି ସେ ଜାହାଜରୁ ଓହ୍ଲାଇଲେ, ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ ।


ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ମନ୍ଦ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା ।


କାଇସରିୟା ନଗରରେ କର୍ଣ୍ଣିଲୀୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତସେନାପତି ଥିଲେ;


ପୁଣି, ଆମ୍ଭମାନଙ୍କ ସାଙ୍ଗରେ କାଇସରିୟାରୁ ମଧ୍ୟ କେତେକ ଜଣ ଶିଷ୍ୟ ଗଲେ; ସେମାନେ କୁପ୍ରର ମନାସୋନ ନାମକ ଜଣେ ପୁରୁଣା ଶିଷ୍ୟଙ୍କୁ ସାଙ୍ଗରେ ଆଣିଲେ,ତାହାଙ୍କ ଘରେ ଆମ୍ଭମାନଙ୍କର ରହିବାର ଥିଲା ।


Swiv nou:

Piblisite


Piblisite