Biblia Todo Logo
Bib sou entènèt

- Piblisite -




ପ୍ରେରିତ 12:12 - ଓଡିଆ ବାଇବେଲ

12 ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରିୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରୀୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ନିଜର ପରିସ୍ଥିତି ସମ୍ପର୍କରେ ସଚେତନ ହୋଇ ସେ ଯୋହନ ଓ ମାର୍କଙ୍କ ମାତା ମରିୟମଙ୍କ ଗୃହକୁ ଗଲେ। ସେଠାରେ ଅନେକ ଲୋକ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେ ଏହି କଥା ଆଲୋଚନା କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କ ମାତା ମରୀୟମଙ୍କ ଗୃହକୁ ଆସିଲେ; ସେହି ସ୍ଥାନରେ ଅନେକେ ଏକତ୍ରିତ ହୋଇ ପ୍ରାର୍ଥନା କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ

12 ଏହା ଅନୁଭବ କଲାପରେ, ସେ ଯୋହନଙ୍କ ମାତା ମରିୟମଙ୍କ ଘରକୁ ଗଲେ। ଯୋହନଙ୍କୁ ମାର୍କ ମଧ୍ୟ କୁହା ଯାଉଥିଲା। ସେଠାରେ ଅନେକ ଲୋକ ଏକାଠି ହୋଇ ପ୍ରାର୍ଥନା କରୁଥିଲେ।

Gade chapit la Kopi




ପ୍ରେରିତ 12:12
14 Referans Kwoze  

ଅତଏବ ପିତର କାରାଗାରରେ ରୁଦ୍ଧ ହୋଇ ରହିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଦ୍ୱାରା ଏକାଗ୍ର ଭାବରେ ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରାଯାଉଥିଲା ।


ସେମାନେ ସାଲାମିରେ ପହଞ୍ଚିଲା ଉତ୍ତାରେ ଯିହୂଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ ।


ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମରୁ ବାହୁଡ଼ିଗଲେ ।


ପୁଣି, ଏହା ଘଟିବ ଯେ, ସେମାନେ ଡାକିବା ପୂର୍ବେ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।


କେବଳ ଲୂକ ମୋ ସହିତ ଅଛନ୍ତି ।ମାର୍କଙ୍କୁ ତୁମ୍ଭ ସଙ୍ଗରେ ନେଇଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ ।


ମୋହର ସହବନ୍ଦୀ ଆରିସ୍ତାର୍ଖ ପୁଣି, ବର୍ଣ୍ଣବ୍ବାଙ୍କ କୁଟୁମ୍ବୀୟ ଭ୍ରାତା ମାର୍କ (ଏହାଙ୍କ ସମ୍ବନ୍ଧରେ ତୁମ୍ଭେମାନେ ଆଦେଶ ପାଇଅଛ; ସେ ଯଦି ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ତେବେ ତାଙ୍କୁ ଗ୍ରହଣ କର) ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି,


ପରେ ପାଉଲ ଓ ତାଙ୍କ ସଙ୍ଗୀମାନେ ପାଫରୁ ଜଳଯାତ୍ରା କରି ପଂଫୂଲିଆର ପର୍ଗୀକୁ ଆସିଲେ; କିନ୍ତୁ ଯୋହନ ସେମାନଙ୍କୁ ପରିତ୍ୟାଗ କରି ଯିରୂଶାଲାମକୁ ବାହୁଡ଼ିଗଲେ ।


ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ ।


ଶିଷ୍ୟମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ, ସେହି ସବୁ ଜଣାଇଲେ ।


ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲୋନସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ।


Swiv nou:

Piblisite


Piblisite