Biblia Todo Logo
Bib sou entènèt

- Piblisite -




୨ ତୀମଥି 4:2 - ଓଡିଆ ବାଇବେଲ

2 ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ସମୟ ଅସମୟ ବିଚାର ନ କରି, ତୁମେ ସବୁବେଳେ ସେହି ବିଷୟ ଉପରେ ଜୋର ଦେଇ ବୁଝାଇବ; ଧୈର୍ଯ୍ୟ ସହକାରେ ଶିକ୍ଷା ଦେଇ, କେତେବେଳେ ଭର୍ତ୍ସନା କରି, କେତେବେଳେ ବା ଉତ୍ସାହିତ କରି ଅନ୍ୟମାନଙ୍କ ମନରେ ସେଥିପ୍ରତି ପ୍ରତ୍ୟୟ ଜନ୍ମାଇବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି, ଧମକ ଓ ଉତ୍ସାହଦାନ କର।

Gade chapit la Kopi

ପବିତ୍ର ବାଇବଲ

2 ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସେମାନେ କ’ଣ କରିବା ଉଚିତ୍, ସେମାନେ ଭୁଲ୍ କଲାବେଳେ ସେମାନଙ୍କୁ ଅନୁଯୋଗ କର ଓ ସେମାନଙ୍କୁ ଉତ୍ସାହ ଦିଅ। ଅତି ଧୈର୍ଯ୍ୟ ସହକାରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ୱାରା ଏହି ସମସ୍ତ ବିଷୟ କର।

Gade chapit la Kopi




୨ ତୀମଥି 4:2
36 Referans Kwoze  

ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ ।


ଏହି ସମସ୍ତ କଥା କହି ପୂର୍ଣ୍ଣ କ୍ଷମତା ସହ ଉତ୍ସାହ ଦିଅ ଓ ଅନୁଯୋଗ କର । କେହି ତୁମ୍ଭକୁ ତୁଚ୍ଛ ନ କରୁ ।


ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ,ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର ।


ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନପରିବର୍ତ୍ତନ କର ।


ଏହି ଉକ୍ତିଟି ସତ୍ୟ । ଏଣୁ ସେମାନେ ଯେପରି ଯିହୂଦୀୟ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,


ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ନିଜକୁ ପରିଷ୍କାର କରେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି, ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ ।


କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ ।


ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ;


କିନ୍ତୁ ତୁମ୍ଭେ ମୋହର ଶିକ୍ଷା, ଆଚାର ବ୍ୟବହାର, ସଙ୍କଳ୍ପ, ବିଶ୍ୱାସ, ସହିଷ୍ଣୁତା, ପ୍ରେମ, ଧୖୖେର୍ଯ୍ୟ, ତାଡ଼ନା ଓ ଦୁଃଖଭୋଗର ଅନୁଗାମୀ ହୋଇଅଛ ।


ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି ।


ଈଶ୍ୱର ମୋତେ ଯେଉଁ ଭଣ୍ଡାରଘରିଆ ପଦ ତୁମ୍ଭମାନଙ୍କ ନିମନ୍ତେ ଦେଇଅଛନ୍ତି, ତଦନୁସାରେ ମୁଁ ସେହି ମଣ୍ଡଳୀର ଜଣେ ସେବକ ହୋଇଅଛି, ଯେପରି ମୁଁ ଈଶ୍ୱରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ ।


ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ ? ଯେପରି ଲେଖା ଅଛି, "ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ ।


“ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର।”


ଆମ୍ଭେମାନେ ସପ୍ତାହର ପ୍ରଥମ ଦିନରେ ଯେତେବେଳେ ରୁଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲେ, ପାଉଲ ସେତେବେଳେ ଆରଦିନ ଯିବେ ବୋଲି ଉଦ୍ୟତ ହେଉଥିବାରୁ, ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ମଧ୍ୟରାତ୍ର ଯାଏ ଦୀର୍ଘ ଭାଷଣ ଦେଲେ ।


ବିଶ୍ରାମବାରରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କୁ କଥା କହିବାକୁ ଲାଗିଲୁ ।


ମାତ୍ର ସେ ତାହାଙ୍କୁ କହିଲେ, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ୱରଙ୍କ ରାଜ୍ୟ ପ୍ରଚାର କର ।


ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି;


ଭାବବାଣୀ ତୁଚ୍ଛ କର ନାହିଁ;


ଆଉ, ଯେଉଁ ବ୍ୟକ୍ତି ମୋ'ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ ।


ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ।


ତାହାହେଲେ କେଜାଣି ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନପରିବର୍ତ୍ତନରୂପ ବର ଦେବେ,


ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରୁଅଛି, ଏହି ଉପଦେଶ ସହ୍ୟ କର, ଯେଣୁ ମୁଁ ସଂକ୍ଷେପରେ ତୁମ୍ଭମାନଙ୍କୁ ଲେଖିଅଛି ।


ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା ।


ସେମାନେ ସାଲାମିରେ ପହଞ୍ଚିଲା ଉତ୍ତାରେ ଯିହୂଦୀମାନଙ୍କ ସମସ୍ତ ସମାଜଗୃହରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଲାଗିଲେ; ଆଉ ଯୋହନ ମଧ୍ୟ ପରିଚାରକସ୍ୱରୂପେ ସେମାନଙ୍କ ସହିତ ଥିଲେ ।


ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ବାକ୍ୟ ପ୍ରଚାର ନିମନ୍ତେ ଈଶ୍ୱର ଆମ୍ଭମାନଙ୍କ ପାଇଁ ଦ୍ୱାର ଫିଟାନ୍ତି, ପୁଣି, ଯେପରି ଖ୍ରୀଷ୍ଟଙ୍କର ଯେଉଁ ନିଗୂଢ଼ତତ୍ତ୍ୱ ନିମନ୍ତେ ମୁଁ ବନ୍ଦୀ ଅଟେ,


ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,


Swiv nou:

Piblisite


Piblisite