Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 24:21 - ଓଡିଆ ବାଇବେଲ

21 ପୁଣି ଅରୌଣା ପଚାରିଲା, “ମୋ’ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି ନିମନ୍ତେ ଆସିଲେ ?” ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେପରି ମହାମାରୀ ନିବୃତ୍ତ ହେବ, ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବା, ତେଣୁ ତୁମ୍ଭଠାରୁ ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି ଅରୌଣା ପଚାରିଲା, ମୋʼ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି ନିମନ୍ତେ ଆସିଲେ? ତହିଁରେ ଦାଉଦ କହିଲେ, ଲୋକମାନଙ୍କ ମଧ୍ୟରୁ ଯେପରି ମହାମାରୀ ନିବୃତ୍ତ ହେବ, ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବା, କାରଣ ତୁମ୍ଭଠାରୁ ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି ଅରୌଣା ପଚାରିଲା, “ମୋʼ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି ନିମନ୍ତେ ଆସିଲେ?” ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେପରି ମହାମାରୀ ନିବୃତ୍ତ ହେବ, ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବା, ତେଣୁ ତୁମ୍ଭଠାରୁ ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”

Gade chapit la Kopi

ପବିତ୍ର ବାଇବଲ

21 ପୁଣି ଅରୌଣା ପଗ୍ଭରିଲା, “ମୋ’ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି କାରଣରେ ଆସିଲେ?” ସଦାପ୍ରଭୁଙ୍କ ପାଇଁ ବେଦି ତିଆରି କରିବାକୁ ମୁଁ ତୁମ୍ଭର ଖଳାର ଭୂମି କିଣିବାକୁ ଆସିଅଛି। ତା'ପରେ ମହାମାରୀ ବନ୍ଦ ହେବ। ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେମନ୍ତ ମହାମାରୀ ନିବୃତ୍ତ ହେବ। ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବ। କାରଣ ତୁମ୍ଭଠାରୁ ଶସ୍ୟ ମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”

Gade chapit la Kopi




2 ଶାମୁୟେଲ 24:21
11 Referans Kwoze  

ସେତେବେଳେ ପୀନହସ୍‍ ଠିଆ ହୋଇ ଦଣ୍ଡାଜ୍ଞା ସାଧନ କଲା; ତହିଁରେ ମହାମାରୀ ନିବୃତ୍ତ ହେଲା।


ତେବେ ଦାଉଦ ଅରଣନକୁ କହିଲେ, “ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ।”


ସେହି ଦିନ ଗାଦ୍‍ ଦାଉଦଙ୍କ ନିକଟକୁ ଯାଇ ତାଙ୍କୁ କହିଲା, “ଯାଅ, ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କର।”


ଏଥିରେ ଯୋୟାବ ରାଜାଙ୍କୁ କହିଲା, “ଏବେ ଯେତେ ଲୋକ ଅଛନ୍ତି; ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ ଓ ମୋ’ ପ୍ରଭୁ ମହାରାଜଙ୍କ ଚକ୍ଷୁ ତାହା ଦେଖୁ; ମାତ୍ର ମୋ’ ପ୍ରଭୁ ମହାରାଜ ଏପରି କରିବା ପାଇଁ କାହିଁକି ଚାହୁଁ ଅଛନ୍ତି ?”


ପୁଣି, ସେ ଇସ୍ରାଏଲୀୟ ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି ଦୁଇ ଜଣକୁ, ଅର୍ଥାତ୍‍, ସେହି ଇସ୍ରାଏଲୀୟ ପୁରୁଷକୁ ଓ ସେହି ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ-ସନ୍ତାନଗଣଙ୍କଠାରୁ ମାରୀ ନିବୃତ୍ତ ହେଲା।


ଏଥିଉତ୍ତାରେ ସେମାନେ ଯର୍ଦ୍ଦନ ପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ମହା ବିଳାପ କରି ରୋଦନ କଲେ; ଯୋଷେଫ ସେଠାରେ ଆପଣା ପିତାଙ୍କ ଲାଗି ସାତ ଦିନ ପର୍ଯ୍ୟନ୍ତ ଶୋକ କଲେ।


ସେତେବେଳେ ଅରୌଣା ଅନାଇ ଦେଖିଲା ଯେ, ରାଜା ଓ ତାଙ୍କର ଦାସମାନେ ତାହା ଆଡ଼କୁ ଆସୁଅଛନ୍ତି; ତହିଁରେ ଅରୌଣା ବାହାରେ ଆସି ରାଜାଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।


Swiv nou:

Piblisite


Piblisite