Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 19:8 - ଓଡିଆ ବାଇବେଲ

8 ତହିଁରେ ରାଜା ଉଠି ନଗର ଦ୍ୱାରରେ ବସିଲେ। ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, “ଦେଖ, ରାଜା ନଗର ଦ୍ୱାରରେ ବସିଅଛନ୍ତି;” ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ। ଏଥି ମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇ ଯାଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତହିଁରେ ରାଜା ଉଠି ନଗର ଦ୍ଵାରରେ ବସିଲେ। ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, ଦେଖ, ରାଜା ନଗର ଦ୍ଵାରରେ ବସିଅଛନ୍ତି; ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ। ଏଥି ମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ଵୁକୁ ପଳାଇ ଯାଇଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତହିଁରେ ରାଜା ଉଠି ନଗର-ଦ୍ୱାରରେ ବସିଲେ। ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, ଦେଖ, ରାଜା ନଗର-ଦ୍ୱାରରେ ବସିଅଛନ୍ତି; ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ। ଏଥିମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇ ଯାଇଥିଲେ।

Gade chapit la Kopi

ପବିତ୍ର ବାଇବଲ

8 ଏହା ପରେ ରାଜା ଉଠି ନଗର ଦ୍ୱାରରେ ବସିଲେ, ଏ ଖବର ଗ୍ଭରିଆଡ଼େ ପ୍ରଗ୍ଭରିତ ହୋଇଗଲା ଯେ ରାଜା ନଗରଦ୍ୱାର ନିକଟରେ ବସିଛନ୍ତି। ତେଣୁ ସମସ୍ତ ଲୋକ ରାଜା ଦାଉଦଙ୍କୁ ଦେଖିବାକୁ ଆସିଲେ। ଏଥି ମଧ୍ୟରେ ସମସ୍ତ ଇସ୍ରାଏଲୀୟ, ଯେଉଁମାନେ ଅବଶାଲୋମକୁ ଅନୁସରଣ କରୁଥିଲେ, ନିଜ ନିଜ ତମ୍ବୁକୁ ପଳାୟନ କଲେ।

Gade chapit la Kopi




2 ଶାମୁୟେଲ 19:8
10 Referans Kwoze  

ଏହି ସମୟରେ ନଗରର ଦ୍ୱାରଦ୍ୱୟର ମଧ୍ୟ ସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ୱାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି।


ତହିଁରେ ରାଜା ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କୁ ଯାହା ଭଲ ଦିଶେ, ତାହା ମୁଁ କରିବି।” ଏଉତ୍ତାରେ ରାଜା ନଗର ଦ୍ୱାରର ପାର୍ଶ୍ବରେ ଠିଆ ହେଲା ସମୟରେ ସମସ୍ତ ଲୋକ ଶହ ଶହ ଓ ହଜାର ହଜାର ହୋଇ ବାହାରି ଗଲେ।


ଏଥିରେ ଇସ୍ରାଏଲ ସମ୍ମୁଖରେ ଯିହୁଦା ପରାସ୍ତ ହେଲା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ।


ଆଉ ପ୍ରତ୍ୟେକେ ଆପଣା ନଗରକୁ ଓ ଆପଣା ଦେଶକୁ ଯାଅ, ଏହି ଡାକ ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସୈନ୍ୟମାନଙ୍କର ସର୍ବତ୍ର ବ୍ୟାପିଗଲା।


ପୁଣି ଯୁଦ୍ଧକ୍ଷେତ୍ରରୁ ପଳାଇବା ବେଳେ ଲୋକମାନେ ଯେପରି ଲଜ୍ଜିତ ହୋଇ ଚୋର ପରି ଚାଲନ୍ତି, ସେପରି ସେହି ଦିନ ଚୋର ପରି ସୈନ୍ୟମାନେ ନଗରରେ ପ୍ରବେଶ କଲେ।


ଆଉ ସୈନ୍ୟମାନେ ଅବଶାଲୋମଙ୍କୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ଆପଣା ତମ୍ବୁକୁ ଗଲେ।


ପୁଣି ଅବଶାଲୋମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ; ଆଉ ଏପରି କରେ ଯେ, କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବାର ଯୋଗ୍ୟ କୌଣସି ବିବାଦ ଥିଲେ, ଅବଶାଲୋମ ତାହାକୁ ଡାକି କହେ, “ତୁମ୍ଭେ କେଉଁ ନଗରର ଲୋକ ?” ତହିଁରେ ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ,


ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲ ପରାସ୍ତ ହୋଇ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ; ସେତେବେଳେ ଅତି ମହାସଂହାର ହେଲା; କାରଣ ଇସ୍ରାଏଲ ମଧ୍ୟରୁ ତିରିଶ ହଜାର ପଦାତିକ ମାରା ପଡ଼ିଲେ।


ତହିଁରେ ଯୋରାମ୍‍ ଓ ତାଙ୍କ ସଙ୍ଗେ ସମସ୍ତ ରଥ ସାୟୀରକୁ ଯାତ୍ରା କଲେ; ପୁଣି ସେ ରାତ୍ରି କାଳରେ ଉଠି ଆପଣା ଚତୁର୍ଦ୍ଦିଗ ବେଷ୍ଟିତ ଇଦୋମୀୟମାନଙ୍କୁ ଓ ରଥଅଧ୍ୟକ୍ଷମାନଙ୍କୁ ସଂହାର କଲେ; ଏଥିରେ ଲୋକମାନେ ଆପଣା ଆପଣା ତମ୍ବୁକୁ ପଳାଇଲେ।


Swiv nou:

Piblisite


Piblisite