Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 19:43 - ଓଡିଆ ବାଇବେଲ

43 ତହିଁରେ ଇସ୍ରାଏଲ ଲୋକମାନେ ଯିହୁଦା- ଲୋକମାନଙ୍କୁ ଉତ୍ତର କରି କହିଲେ, “ରାଜାଙ୍କଠାରେ ଆମ୍ଭମାନଙ୍କର ଦଶ ଅଂଶ ଅଧିକାର ଅଛି, କାରଣ ଦଶ ଗୋଷ୍ଠୀର ସମ୍ପର୍କ ରାଜାଙ୍କ ସହିତ ଅଛି ଏବଂ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ମଧ୍ୟ ଆମ୍ଭମାନଙ୍କ ଅଧିକାର ଅଧିକ; ତେବେ ଆମ୍ଭମାନଙ୍କ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ ପ୍ରଥମେ ନ ନେଇ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ତୁଚ୍ଛ କଲ ?” ତହୁଁ ଇସ୍ରାଏଲ-ଲୋକମାନଙ୍କ ବାକ୍ୟ ଅପେକ୍ଷା ଯିହୁଦା ଲୋକମାନଙ୍କ ବାକ୍ୟ ଅଧିକ କଠୋର ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

43 ତହିଁରେ ଇସ୍ରାଏଲ-ଲୋକମାନେ ଯିହୁଦା-ଲୋକମାନଙ୍କୁ ଉତ୍ତର କରି କହିଲେ, ରାଜାଙ୍କଠାରେ ଆମ୍ଭମାନଙ୍କର ଦଶ ଅଂଶ ଅଧିକାର ଅଛି, ଏବଂ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ମଧ୍ୟ ଆମ୍ଭମାନଙ୍କ ଅଧିକାର ଅଧିକ; ତେବେ ଆମ୍ଭମାନଙ୍କ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ ପ୍ରଥମେ ନ ନେଇ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ତୁଚ୍ଛ କଲ? ତହୁଁ ଇସ୍ରାଏଲ-ଲୋକମାନଙ୍କ ବାକ୍ୟ ଅପେକ୍ଷା ଯିହୁଦା ଲୋକମାନଙ୍କ ବାକ୍ୟ ଅଧିକ ଟାଣ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

43 ତହିଁରେ ଇସ୍ରାଏଲ ଲୋକମାନେ ଯିହୁଦା-ଲୋକମାନଙ୍କୁ ଉତ୍ତର କରି କହିଲେ, “ରାଜାଙ୍କଠାରେ ଆମ୍ଭମାନଙ୍କର ଦଶ ଅଂଶ ଅଧିକାର ଅଛି, କାରଣ ଦଶ ଗୋଷ୍ଠୀର ସମ୍ପର୍କ ରାଜାଙ୍କ ସହିତ ଅଛି ଏବଂ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ମଧ୍ୟ ଆମ୍ଭମାନଙ୍କ ଅଧିକାର ଅଧିକ; ତେବେ ଆମ୍ଭମାନଙ୍କ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ ପ୍ରଥମେ ନ ନେଇ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ତୁଚ୍ଛ କଲ?” ତହୁଁ ଇସ୍ରାଏଲ ଲୋକମାନଙ୍କ ବାକ୍ୟ ଅପେକ୍ଷା ଯିହୁଦା ଲୋକମାନଙ୍କ ବାକ୍ୟ ଅଧିକ କଠୋର ହେଲା।

Gade chapit la Kopi

ପବିତ୍ର ବାଇବଲ

43 ଇସ୍ରାଏଲ ଲୋକମାନେ ଉତ୍ତର ଦେଇ କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି ମଧ୍ୟ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ। ତେବେ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକି ନେଇ ନାହିଁ ଓ କାହିଁକି ଆମ୍ଭମାନଙ୍କୁ ହେୟଜ୍ଞାନ କଲ?” କିନ୍ତୁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଟାଣ ବାକ୍ୟ କହିଲେ। ଇସ୍ରାଏଲର ଲୋକମାନଙ୍କ ବାକ୍ୟଠାରୁ ଏମାନଙ୍କ ବାକ୍ୟ ଅଧିକ ଟାଣ ଥିଲା।

Gade chapit la Kopi




2 ଶାମୁୟେଲ 19:43
23 Referans Kwoze  

କାମୁକତା, ପ୍ରତିମାପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା,


ଏଥିଉତ୍ତାରେ ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସି କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।


କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ ।


ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର;


ଆମ୍ଭେମାନେ ବୃଥା ଗର୍ବୀ ହୋଇ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ ।


କିନ୍ତୁ ତୁମ୍ଭେମାନେ ଯଦି କାମୁଡ଼ାକାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ ।


କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।


ବିରକ୍ତ ଭ୍ରାତା ଦୃଢ଼ ନଗର ଅପେକ୍ଷା ଦୁର୍ଜେୟ; ଏରୂପ ବିବାଦ ଗଡ଼ର ଅର୍ଗଳ ସ୍ୱରୂପ।


କଳିର ଆରମ୍ଭ କେହି ବନ୍ଧ କାଟି ଜଳ ଛାଡ଼ି ଦେବା ପରି; ଏଣୁ କନ୍ଦଳ ହେବା ପୂର୍ବେ ବିବାଦ ଛାଡ଼।


କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ।


ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ; ମାତ୍ର ସୁପରାମର୍ଶ-ଗ୍ରାହକଠାରେ ଜ୍ଞାନ ଅଛି।


ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି ? ଏଣିକି ଯିଶୀର ପୁତ୍ରଠାରେ; ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ।” ତହୁଁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।


ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ; ତୁମ୍ଭେ ଆପଣା ପ୍ରଭୁଙ୍କ ଦାସମାନଙ୍କୁ ଓ ସୈନ୍ୟମାନଙ୍କୁ ନେଇ ତାହାର ପଛେ ପଛେ ଗୋଡ଼ାଅ, ନୋହିଲେ ସେ ପ୍ରାଚୀରବେଷ୍ଟିତ କୌଣସି କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”


ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”


ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ।”


ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, “ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇ ଅଛନ୍ତି।


ପରମେଶ୍ୱର ଅବୀମେଲକ୍‍ ଓ ଶିଖିମ ନିବାସୀ ଲୋକମାନଙ୍କ ମଧ୍ୟରେ ମନ୍ଦ ଆତ୍ମା ପଠାଇଲେ, ତହିଁରେ ଶିଖିମ ନିବାସୀ ଲୋକମାନେ ଅବୀମେଲକ୍‍ ପ୍ରତି ବିଶ୍ୱାସଘାତକତା କଲେ,


ଏଥିଉତ୍ତାରେ ଇଫ୍ରୟିମର ଲୋକମାନେ ଗିଦିୟୋନ୍‌ଙ୍କୁ କହିଲେ, ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ ? ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ।


Swiv nou:

Piblisite


Piblisite