Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 19:41 - ଓଡିଆ ବାଇବେଲ

41 ଏଥିରେ ଦେଖ, ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭ୍ରାତୃବର୍ଗ ଯିହୁଦା-ଲୋକେ କାହିଁକି ଆପଣଙ୍କୁ ଚୋରି କରି ନେଲେ, ଆଉ ମହାରାଜଙ୍କୁ ଓ ତାଙ୍କ ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଏଥିରେ ଦେଖ, ସମୁଦାୟ ଇସ୍ରାଏଲ-ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, ଆମ୍ଭମାନଙ୍କ ଭ୍ରାତୃବର୍ଗ ଯିହୁଦା-ଲୋକେ କିହେତୁ ଆପଣଙ୍କୁ ଚୋରି କରି ନେଲେ, ଆଉ ମହାରାଜଙ୍କୁ ଓ ତାଙ୍କ ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଏଥିରେ ଦେଖ, ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭ୍ରାତୃବର୍ଗ ଯିହୁଦା-ଲୋକେ କାହିଁକି ଆପଣଙ୍କୁ ଚୋରି କରି ନେଲେ, ଆଉ ମହାରାଜଙ୍କୁ ଓ ତାଙ୍କ ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ।”

Gade chapit la Kopi

ପବିତ୍ର ବାଇବଲ

41 ଏଥିରେ ଦେଖ ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭାତୃବର୍ଗ ଯିହୁଦା ଲୋକେ କି ହେତୁ ଆପଣଙ୍କୁ ଗ୍ଭେରି କରି ନେଲେ। ଆଉ ମହାରାଜାଙ୍କୁ ଓ ତାଙ୍କ ପରିଜନ ବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାହାଙ୍କ ସାଙ୍ଗରେ ଥିଲେ।”

Gade chapit la Kopi




2 ଶାମୁୟେଲ 19:41
7 Referans Kwoze  

ଏଥିଉତ୍ତାରେ ଇଫ୍ରୟିମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ, ପୁଣି ସେମାନେ ଯିପ୍ତହଙ୍କୁ କହିଲେ, ତୁମ୍ଭେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବା ବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା।


ଏଥିଉତ୍ତାରେ ଇଫ୍ରୟିମର ଲୋକମାନେ ଗିଦିୟୋନ୍‌ଙ୍କୁ କହିଲେ, ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ ? ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ।


ପୁଣି ଯୁଦ୍ଧକ୍ଷେତ୍ରରୁ ପଳାଇବା ବେଳେ ଲୋକମାନେ ଯେପରି ଲଜ୍ଜିତ ହୋଇ ଚୋର ପରି ଚାଲନ୍ତି, ସେପରି ସେହି ଦିନ ଚୋର ପରି ସୈନ୍ୟମାନେ ନଗରରେ ପ୍ରବେଶ କଲେ।


ଏଉତ୍ତାରେ ଦାଉଦ ରାଜା ସାଦୋକ ଓ ଅବୀୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ତୁମ୍ଭେମାନେ ଯିହୁଦାର ପ୍ରାଚୀନବର୍ଗଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି, ଏନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଛଘୁଞ୍ଚା ହେଉଅଛ ?


ତୁମ୍ଭେମାନେ ଆମ୍ଭର ଭ୍ରାତା, ତୁମ୍ଭେମାନେ ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ; ତେବେ ତୁମ୍ଭେମାନେ କାହିଁକି ରାଜାଙ୍କୁ ଫେରାଇ ଆଣିବା ପାଇଁ ପଛଘୁଞ୍ଚା ହେଉଅଛ ?’


Swiv nou:

Piblisite


Piblisite