Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 17:9 - ଓଡିଆ ବାଇବେଲ

9 ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରି ଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, ‘ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରି ଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚି କରିଅଛନ୍ତି; ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ, ‘ଅବଶାଲୋମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି।’

Gade chapit la Kopi

ପବିତ୍ର ବାଇବଲ

9 ଦେଖନ୍ତୁ, ସେ ଏବେ କୌଣସି ଗୁମ୍ଫାରେ, ରାସ୍ତାରେ କି ଅନ୍ୟ କୌଣସି ସ୍ଥାନରେ ଲୁଚୁଛନ୍ତି। ଯଦି ତୁମ୍ଭର ପିତା ଲୋକମାନଙ୍କୁ ପ୍ରଥମେ ଆକ୍ରମଣ କରନ୍ତି, ଲୋକମାନେ ଏ ଖବର ଶୁଣିବେ, ସେମାନେ ଭାବିବେ, ‘ଅବଶାଲୋମର ଅନୁସରଣକାରୀମାନେ ହତାଶ ହେଉଛନ୍ତି।’

Gade chapit la Kopi




2 ଶାମୁୟେଲ 17:9
10 Referans Kwoze  

ପୁଣି, ସେ ପଥ ନିକଟସ୍ଥ ମେଷଶାଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ଗୋଟିଏ ଗୁମ୍ଫା ଥିଲା; ପୁଣି, ଶାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ। ସେହି ସମୟରେ ଦାଉଦ ଓ ତାଙ୍କର ଲୋକମାନେ ସେହି ଗୁମ୍ଫାର ଅନ୍ତର୍ଭାଗରେ ଥିଲେ।


ଏହେତୁ ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ, ପୁଣି, ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃଗୃହସ୍ଥ ସମସ୍ତେ ତାହା ଶୁଣନ୍ତେ, ସେମାନେ ସେଠାକୁ ତାଙ୍କ କତିକି ଗଲେ।


ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ, ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ; କାରଣ ସେମାନେ କହିବେ, ଏମାନେ ପୂର୍ବ ପରି ଆମ୍ଭମାନଙ୍କ ଆଗରୁ ପଳାଉଅଛନ୍ତି; ଏହିରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁ;


ପୁଣି ଅୟର ଲୋକମାନେ ସେମାନଙ୍କ ମଧ୍ୟରୁ ଊଣାଧିକ ଛତିଶ ଜଣଙ୍କୁ ଆଘାତ କଲେ; ନଗରଦ୍ୱାରରୁ ଶବାରୀମ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିନେଇ ଗଡ଼ନ୍ତି ବାଟରେ ଆଘାତ କଲେ; ତହିଁରେ ଲୋକମାନଙ୍କ ହୃଦୟ ତରଳି ପାଣି ହୋଇଗଲା।


ହୂଶୟ ଆହୁରି କହିଲା, “ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲ୍ଲୁକୀ ପରି ସେମାନେ ଉଗ୍ର ହୋଇଥିବେ, ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ।


ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି।


ଇଶ୍ମାୟେଲ ଯେଉଁ କୂପରେ ଆପଣା ଦ୍ୱାରା ହତ ଲୋକମାନଙ୍କର ଶବ ଗଦଲୀୟଙ୍କ ଶବ ନିକଟରେ ପକାଇ ଦେଲା, ସେହି କୂପ ଆସା ରାଜା, ଇସ୍ରାଏଲର ବାଶା ରାଜାର ଭୟରେ ପ୍ରସ୍ତୁତ କରିଥିଲେ; ପୁଣି, ନଥନୀୟର ପୁତ୍ର ଇଶ୍ମାୟେଲ ହତ ଲୋକମାନଙ୍କ ଶବରେ ତାହା ପରିପୂର୍ଣ୍ଣ କଲା।


ମୁଁ ବିନୟ କରୁଅଛି, ତୁମ୍ଭେମାନେ ଯାଇ ଆହୁରି ସ୍ଥିର କର ଓ କେଉଁଠାରେ ତାହାର ଖୋଜ ପଡ଼ିଅଛି, କିଏ ତାହାକୁ ସେଠାରେ ଦେଖିଅଛି, ଏହା ବୁଝି ଦେଖ; କାରଣ ମୋତେ କୁହାଯାଇଅଛି ଯେ, ସେ ଅତି ସତର୍କ ହୋଇ ଚଳୁଅଛି।


Swiv nou:

Piblisite


Piblisite