Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 16:5 - ଓଡିଆ ବାଇବେଲ

5 ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଶାପ ଦେଉ ଦେଉ ଆସିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା।

Gade chapit la Kopi

ପବିତ୍ର ବାଇବଲ

5 ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା'ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା।

Gade chapit la Kopi




2 ଶାମୁୟେଲ 16:5
22 Referans Kwoze  

ଏଣୁ ତାହାର ସ୍ୱାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ନଗର ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା। ଏଥିରେ ଅବ୍‍ନର ତାହାକୁ କହିଲା, “ଯାଅ ଗୃହକୁ ଫେରି ଯାଅ,” ତହୁଁ ସେ ଫେରି ଗଲା।


ପୁଣି, ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, ମୁଁ କି କୁକ୍କୁର, ଯେ ତୁ ଯଷ୍ଟି ନେଇ ମୋ’ ପାଖକୁ ଆସିଛୁ ? ତହିଁରେ ପଲେଷ୍ଟୀୟ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା।


ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଅବଜ୍ଞା କରିବ ନାହିଁ, ପୁଣି, ଆପଣା ଲୋକମାନଙ୍କର ଅଧ୍ୟକ୍ଷକୁ ଅଭିଶାପ ଦେବ ନାହିଁ।


ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବଶାଲୋମଙ୍କୁ ଜଣାଇଲା; ତହୁଁ ସେ ଦୁହେଁ ଶୀଘ୍ର ଯାଇ ବହୁରୀମରେ ଜଣକର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ, ସେମାନେ ତହିଁ ଭିତରକୁ ଗଲେ।


ପୁଣି, ସେମାନେ ଅତି କଠିନ ଓ କ୍ଷୁଧିତ ହୋଇ ଦେଶ ମଧ୍ୟ ଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ, ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ୱାରା ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଦେଇ ଉର୍ଦ୍ଧ୍ୱ ଆଡ଼କୁ ଆପଣା ଆପଣା ମୁଖ କରିବେ;


ରାଜାଙ୍କୁ ଅଭିଶାପ ଦିଅ ନାହିଁ, ନା ମନେ ମନେ ହିଁ ଦିଅ ନାହିଁ; ଆଉ, ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ; କାରଣ ଶୂନ୍ୟର ପକ୍ଷୀ ସେହି ରବ ଘେନି ଯିବ ଓ ପକ୍ଷଧାରୀ ସେ କଥା ଜଣାଇ ଦେବ।


ଯେପରି ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ତାଳଚୋଞ୍ଚ ଉଡ଼ୁଥିବା ବେଳେ, ସେପରି ଅକାରଣରେ ଦତ୍ତ ଅଭିଶାପ ନିକଟକୁ ଆସେ ନାହିଁ।


ସେମାନେ ଅଭିଶାପ ଦେଉନ୍ତୁ, ମାତ୍ର ତୁମ୍ଭେ ଆଶୀର୍ବାଦ କର; ସେମାନେ ଉଠିଲେ ଲଜ୍ଜିତ ହେବେ, ମାତ୍ର ତୁମ୍ଭର ଦାସ ଆନନ୍ଦ କରିବ।


କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିଙ୍କୁ ତାଡ଼ନା କରନ୍ତି ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି।


ଏଉତ୍ତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଳାନ୍ତ ହୋଇ ଆସିଲେ; ପୁଣି ସେଠାରେ ସେମାନେ ରାତିରେ ବିଶ୍ରାମ କଲେ।


ଏଥିରେ ରାଜା ସୀବଃକୁ କହିଲେ, “ଦେଖ, ମଫୀବୋଶତ୍‍ର ସର୍ବସ୍ୱ ତୁମ୍ଭର ହେଲା।” ତହୁଁ ସୀବଃ କହିଲା, “ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୁ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ।”


ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ମାରିଲା; ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ।


ମୋ’ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି; ମୋ’ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋ’ ନାମ ନେଇ ଅଭିଶାପ ଦିଅନ୍ତି।


କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ ? ପୁଣି, ସେ ଯଦି ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ ଅଟୁ।


ଅର୍ବତୀୟ ଅବିୟେଲ୍‍ବୋନ, ବରହୂମୀୟ ଅସ୍ମାବତ୍‍;


ସେହି ସମୟରେ ମର୍ଦ୍ଦଖୟ ନାମେ ଜଣେ ଯିହୁଦୀୟ ଲୋକ ଶୂଶନ୍‍ ରାଜଧାନୀରେ ଥିଲେ, ସେ ବିନ୍ୟାମୀନ୍ ବଂଶୀୟ ଯାୟୀରର ପୁତ୍ର, ଶିମୀୟିର ପୌତ୍ର, କୀଶ୍‍ର ପ୍ରପୌତ୍ର।


କାରଣ ସେ ଆପଣା ରଜ୍ଜୁ ଫିଟାଇ ମୋତେ କ୍ଳେଶ ଦେଇଅଛନ୍ତି, ଏଣୁ ସେମାନେ ମୋ’ ସାକ୍ଷାତରେ ଲଗାମ ପକାଇ ଦେଇଅଛନ୍ତି।


Swiv nou:

Piblisite


Piblisite