Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 15:8 - ଓଡିଆ ବାଇବେଲ

8 କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, ‘ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ ମନାସି କହିଅଛି, ଯେବେ ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗଶୂରରେ ଥିବା ବେଳେ ମାନତ କରି କହିଅଛି, ‘ଯଦି ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଯିରୂଶାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”

Gade chapit la Kopi

ପବିତ୍ର ବାଇବଲ

8 ଅବଶାଲୋମ କହିଲେ, ମୁଁ ଅରାମର ଗଶୂରରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, ‘ଯଦି ରାଜା ମୋତେ ଯିରୁଶାଲମକୁ ଫେରି ଆସିବାକୁ କହନ୍ତି ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”

Gade chapit la Kopi




2 ଶାମୁୟେଲ 15:8
14 Referans Kwoze  

ପୁଣି, ସେ ଏକ ମାନତ ମନାଶି କହିଲା; ହେ ସୈନ୍ୟାଧିପତି ସଦାପ୍ରଭୁ, ଯେବେ ତୁମ୍ଭେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକୁ ପାସୋରିବ ନାହିଁ, ମାତ୍ର ଆପଣା ଦାସୀକୁ ଗୋଟିଏ ପୁରୁଷ-ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ।


ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ; କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା କରିବୁ।’


ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ,”


ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ମାନତ କଲେ, ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ; କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ; ତୁମ୍ଭେ ଯାହା ମାନତ କର, ତାହା ପରିଶୋଧ କର।


ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ ଅଛି; ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି।


ତହୁଁ ଅବଶାଲୋମ ଯୋୟାବଙ୍କୁ ଉତ୍ତର କଲା, “ଦେଖ ମୁଁ ତୁମ୍ଭ ନିକଟକୁ ଲୋକ ପଠାଇ କହିଲି, ‘ତୁମ୍ଭେ ଏଠାକୁ ଆସ, “ମୁଁ କାହିଁକି ଗଶୂରରୁ ଆସିଲି ? ଏକଥା ପଚାରିବା ପାଇଁ ମୁଁ ରାଜାଙ୍କ ନିକଟକୁ ତୁମ୍ଭକୁ ପଠାଇବି। ଆଜି ପର୍ଯ୍ୟନ୍ତ ସେଠାରେ ଥିଲେ, ମୋହର ଭଲ ହୋଇଥା’ନ୍ତା; ଏବେ ମୋତେ ରାଜାଙ୍କ ମୁଖ ଦେଖିବାକୁ ଦିଅ, ଯେବେ ମୋ’ଠାରେ ଅପରାଧ ଥାଏ, ତେବେ ସେ ମୋତେ ବଧ କରନ୍ତୁ।’”


ତହୁଁ ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୂଶାଲମକୁ ଆଣିଲା।


ତହିଁରେ ଶାମୁୟେଲ କହିଲେ, ମୁଁ କିପରି ଯାଇ ପାରିବି ? ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ। ଆଉ ସଦାପ୍ରଭୁ କହିଲେ, ତୁମ୍ଭେ ଗୋଟିଏ ଛଡ଼ା ସଙ୍ଗରେ ନିଅ ଓ କୁହ, ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛୁ।


ଯଦିବା ସଦାପ୍ରଭୁଙ୍କୁ ସେବା କରିବା ତୁମ୍ଭମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମ୍ଭେମାନେ କାହାର ସେବା କରିବ, ତାହା ଆଜି ମନୋନୀତ କର; କି ନଦୀ ସେପାରିରେ ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ, ସେମାନଙ୍କ, କିଅବା ଯେଉଁ ଇମୋରୀୟମାନଙ୍କ ଦେଶରେ ତୁମ୍ଭେମାନେ ବାସ କରୁଅଛ, ସେମାନଙ୍କ ଦେବତାମାନଙ୍କୁ (ସେବା କରିବ, ଏହା ମନୋନୀତ କର); ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା।


ପୁଣି ଦ୍ୱିତୀୟ ପୁତ୍ର କିଲାବ୍‍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର।


ତହିଁରେ ରାଜା ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ସେ ଉଠି ହିବ୍ରୋଣକୁ ଗଲା।


Swiv nou:

Piblisite


Piblisite