Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 15:10 - ଓଡିଆ ବାଇବେଲ

10 ମାତ୍ର ଅବଶାଲୋମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଗୁପ୍ତଚର ପଠାଇ କହିଥିଲା, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା କ୍ଷଣେ ଅବଶାଲୋମ ହିବ୍ରୋଣରେ ରାଜା ହେଲେ ବୋଲି କହିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମାତ୍ର ଅବଶାଲୋମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଚର ପଠାଇ କହିଥିଲା, ତୁମ୍ଭେମାନେ ତୂରୀଧ୍ଵନି ଶୁଣିବା କ୍ଷଣେ ଅବଶାଲୋମ ହିବ୍ରୋଣରେ ରାଜା ହେଲେ ବୋଲି କହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମାତ୍ର ଅବଶାଲୋମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଗୁପ୍ତଚର ପଠାଇ କହିଥିଲା, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା କ୍ଷଣେ ‘ଅବଶାଲୋମ ହିବ୍ରୋଣରେ ରାଜା ହେଲେ’ ବୋଲି କହିବ।”

Gade chapit la Kopi

ପବିତ୍ର ବାଇବଲ

10 ଅବଶାଲୋମ ଇସ୍ରାଏଲର ଗ୍ଭରିଆଡ଼େ ଲୋକ ପଠାଇ ଥିଲେ, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା ମାତ୍ରେ ତୁମ୍ଭେମାନେ ଘୋଷଣା କର ଅବଶାଲୋମ ହିବ୍ରୋଣର ରାଜା ହୋଇଛନ୍ତି।’”

Gade chapit la Kopi




2 ଶାମୁୟେଲ 15:10
16 Referans Kwoze  

ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତଃକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋଣକୁ ଆସିଲେ; ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ୍ତ ହେଲେ।


ସଦାପ୍ରଭୁଙ୍କ ବାକ୍ୟାନୁସାରେ ଶାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ୍ଜ ଯେଉଁ ଲୋକମାନେ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସିଥିଲେ, ସେମାନଙ୍କ ସଂଖ୍ୟା ଏହି।


ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି, ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।


ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ଓ ତୂରୀ ବଜାଇ କହିଲେ, “ଯେହୂ ରାଜା ହେଲେ।”


ଆଉ, ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି, ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।


ପୁଣି ଆମ୍ଭେମାନେ ଯେଉଁ ଅବଶାଲୋମକୁ ଆପଣାମାନଙ୍କ ଉପରେ ଅଭିଷିକ୍ତ କରିଥିଲୁ, ସେ ଯୁଦ୍ଧରେ ମରିଅଛି। ଏହେତୁ ତୁମ୍ଭେମାନେ ଏବେ ରାଜାଙ୍କୁ ଫେରାଇ ଆଣିବା ବିଷୟରେ କାହିଁକି ତୁନି ହୋଇ ରହିଅଛ ?”


ଏହେତୁ ସେ ଆପଣା ଦାସମାନଙ୍କୁ କହିଲା, “ଦେଖ, ଆମ୍ଭ କ୍ଷେତ୍ର ପାଖରେ ଯୋୟାବର କ୍ଷେତ୍ର ଅଛି, ସେ ତହିଁରେ ଯବ କରିଅଛି; ଯାଅ, ତହିଁରେ ନିଆଁ ଲଗାଇ ଦିଅ।” ତହୁଁ ଅବଶାଲୋମର ଦାସମାନେ ସେହି କ୍ଷେତ୍ରରେ ନିଆଁ ଲଗାଇ ଦେଲେ।


ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, ‘ଅମ୍ନୋନକୁ ମାର,’ ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ।”


ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ୱ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ୱ କଲେ।


ପୁଣି ହିବ୍ରୋଣରେ ଯିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସାତ ବର୍ଷ ଛଅ ମାସ ଥିଲା।


ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ଯିବି” ? ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି ?” ସେ କହିଲେ “ହିବ୍ରୋଣକୁ।”


ତହିଁରେ ରାଜା ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ସେ ଉଠି ହିବ୍ରୋଣକୁ ଗଲା।


ଏଥିରେ ନାଥନ ଶଲୋମନଙ୍କର ମାତା ବତ୍‍ଶେବାକୁ କହିଲେ, “ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତର ପୁତ୍ର ଅଦୋନୀୟ ରାଜା ହୋଇଅଛି, ଏହା କ’ଣ ତୁମ୍ଭେ ଶୁଣି ନାହଁ ?


Swiv nou:

Piblisite


Piblisite