Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 13:34 - ଓଡିଆ ବାଇବେଲ

34 ଏଥି ମଧ୍ୟରେ ଅବଶାଲୋମ ପଳାଇ ଯାଇଥିଲା। ଏଉତ୍ତାରେ ଯେଉଁ ଯୁବା ଲୋକ ପ୍ରହରୀକର୍ମ କରୁଥିଲା, ସେ ଅନାନ୍ତେ, ଦେଖିଲା ଯେ, ଦେଖ, ଆପଣା ପଶ୍ଚାଦ୍ଦିଗରୁ ପର୍ବତ-ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ଏଥି ମଧ୍ୟରେ ଅବଶାଲୋମ ପଳାଇ ଯାଇଥିଲା। ଏଉତ୍ତାରେ ଯେଉଁ ଯୁବା ଲୋକ ପ୍ରହରୀକର୍ମ କରୁଥିଲା, ସେ ଅନାନ୍ତେ, ଦେଖିଲା ଯେ, ଦେଖ, ଆପଣା ପଶ୍ଚାଦ୍ଦିଗରୁ ପର୍ବତ-ପାର୍ଶ୍ଵସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ଏଥିମଧ୍ୟରେ ଅବଶାଲୋମ ପଳାଇ ଯାଇଥିଲା। ଏଉତ୍ତାରେ ଯେଉଁ ଯୁବା ଲୋକ ପ୍ରହରୀକର୍ମ କରୁଥିଲା, ସେ ଅନାନ୍ତେ, ଦେଖିଲା ଯେ, ଦେଖ, ଆପଣା ପଶ୍ଚାଦ୍ଦିଗରୁ ପର୍ବତ-ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

34 ଏଥି ମଧ୍ୟରେ ଅବଶାଲୋମ ପଳାୟନ କରିଥିଲା। ଏହି ସମୟରେ ଜଣେ ପ୍ରହରୀ ନଗରର ପ୍ରାଚୀର ଉପରେ ଛିଡ଼ା ହୋଇଥିଲା। ସେ ଦେଖିଲା, ବହୁତ ଗୁଡ଼ିଏ ଲୋକ ପର୍ବତର ଅନ୍ୟ ପାର୍ଶ୍ୱରୁ ଆସୁଛନ୍ତି।

Gade chapit la Kopi




2 ଶାମୁୟେଲ 13:34
6 Referans Kwoze  

କୌଣସି ମନୁଷ୍ୟ ସିଂହଠାରୁ ପଳାଇ ଯେପରି ଭଲ୍ଲୁକର ହାବୁଡ଼ରେ ପଡ଼ିଲା, ଅଥବା ଗୃହ ମଧ୍ୟରେ ପ୍ରବେଶ କରି କାନ୍ଥ ଉପରେ ହସ୍ତ ଦିଅନ୍ତେ, ସର୍ପ ତାହାକୁ ଦଂଶନ କଲା, (ସେହି ଦିନ ସଦୃଶ୍ୟ)


ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ; କେହି ତାହାକୁ ନ ଅଟକାଉ।


ତହିଁରେ ଯୋନାଦବ୍‍ ରାଜାଙ୍କୁ କହିଲା, “ଦେଖନ୍ତୁ, ରାଜପୁତ୍ରମାନେ ଆସୁଅଛନ୍ତି; ଆପଣଙ୍କ ଦାସ ଯେପରି କହିଲା, ସେପରି ହେଲା।”


ଏହି ସମୟରେ ନଗରର ଦ୍ୱାରଦ୍ୱୟର ମଧ୍ୟ ସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ୱାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି।


Swiv nou:

Piblisite


Piblisite