Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 8:6 - ଓଡିଆ ବାଇବେଲ

6 ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥି ନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ- କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥିନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ତିତସଙ୍କ ସହାୟତାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ଚଳେଇ ରଖିବା ପାଇଁ ଓ ଏହି ପ୍ରେମାପ୍ଳୁତ ସେବା କାର୍ଯ୍ୟରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ତିତସଙ୍କୁ ଅନୁରୋଧ କରିଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଣୁ ତୀତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥିନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ।

Gade chapit la Kopi

ପବିତ୍ର ବାଇବଲ

6 ପରମେଶ୍ୱର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ଯ୍ୟକୁ ଯେପରି ଆରମ୍ଭ କରିଥିଲେ, ସେହିପରି ଏହି ବିଶେଷ ଅନୁଗ୍ରହର କାର୍ଯ୍ୟକୁ ସମାପ୍ତ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ।

Gade chapit la Kopi




୨ କରିନ୍ଥୀୟ 8:6
12 Referans Kwoze  

ମୁଁ ତୀତସଙ୍କୁ ଯିବା ନିମନ୍ତେ ଅନୁରୋଧ କରିଥିଲି,ପୁଣି, ତାଙ୍କ ସହିତ ସେହି ଭାଇଙ୍କି ପଠାଇଥିଲି । ତୀତସ କି ତୁମ୍ଭମାନଙ୍କଠାରୁ କିଛି ଲାଭ କରିଅଛନ୍ତି ? ଆମ୍ଭେମାନେ କ'ଣ ଏକ ଆତ୍ମାରେ ଆଚରଣ କରି ନାହୁଁ ? ଆମ୍ଭେମାନେ କ'ଣ ଏକ ପଦଚିହ୍ନରେ ଗମନ କରି ନାହୁଁ ?


କେବଳ ତାହା ନୁହେଁ, କିନ୍ତୁ ସେ ମଧ୍ୟ ଆମ୍ଭମାନଙ୍କର ସେବା ଦ୍ୱାରା ସାଧିତ ଏହି ଅନୁଗ୍ରହ କାର୍ଯ୍ୟ ସମ୍ବନ୍ଧରେ ପ୍ରଭୁଙ୍କ ଗୌରବ ଓ ଆମ୍ଭମାନଙ୍କ ଆଗ୍ରହଭାବ ନିମନ୍ତେ ଆମ୍ଭମାନଙ୍କର ସହଯାତ୍ରୀ ହେବା ପାଇଁ ମଣ୍ଡଳୀସମୂହ ଦ୍ୱାରା ନିଯୁକ୍ତ ହୋଇଅଛନ୍ତି;


ସାଧୁମାନଙ୍କ ସେବାର ସହଭାଗିତାରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ଵେଚ୍ଛାରେ ବହୁତ ବିନତିସହ ଆମ୍ଭମାନଙ୍କୁ ନିବେଦନ କଲେ;


ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ୱରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;


ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହି ସବୁ ମୋ' ପାଇଁ ଯଥେଷ୍ଟ; ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ ।


ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ,ଏଥି ନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି ।


ଅନେକ ବର୍ଷ ପରେ ମୁଁ ମୋର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି


କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମକୁ ଯାଉଅଛି ।


ମୋହର ଭାଇ ତୀତସଙ୍କୁ ନ ଦେଖି ଆତ୍ମାରେ ଶାନ୍ତି ନ ପାଇବାରୁ ସେମାନଙ୍କଠାରୁ ବିଦାୟ ଘେନି ମାକିଦନିଆକୁ ପ୍ରସ୍ଥାନ କଲି ।


ଏ ସମ୍ବନ୍ଧରେ ମୋର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ,ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ;


ତୀତସଙ୍କ ବିଷୟରେ ଯଦି କେହି ପଚାରେ, ସେ ମୋହର ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ; କିଅବା ଯଦି ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ ପଚାରେ, ସେମାନେ ମଣ୍ଡଳୀସମୂହ ଦ୍ୱାରା ପ୍ରେରିତ, ପୁଣି, ଖ୍ରୀଷ୍ଟଙ୍କ ଗୌରବ ସ୍ୱରୂପ ।


Swiv nou:

Piblisite


Piblisite