Biblia Todo Logo
Bib sou entènèt

- Piblisite -




୨ କରିନ୍ଥୀୟ 10:8 - ଓଡିଆ ବାଇବେଲ

8 କାରଣ ଆମ୍ଭମାନଙ୍କ ଅଧିକାର ସମ୍ବନ୍ଧରେ ମୁଁ କିଛି ଅଧିକ ଦର୍ପ କଲେ ସୁଦ୍ଧା ଲଜ୍ଜା ପାଇବି ନାହିଁ; ତୁମ୍ଭମାନଙ୍କୁ ଭୂମିସାତ୍‍ କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ଏହି ଅଧିକାର ନ ଦେଇ ତୁମ୍ଭମାନଙ୍କର ଗଠନ ନିମନ୍ତେ ଦେଇଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 କାରଣ ଆମ୍ଭମାନଙ୍କ ଅଧିକାର ସମ୍ଵନ୍ଧରେ ମୁଁ କିଛି ଅଧିକ ଦର୍ପ କଲେ ସୁଦ୍ଧା ଲଜ୍ଜା ପାଇବି ନାହିଁ; ତୁମ୍ଭମାନଙ୍କୁ ଭୂମିସାତ୍ କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ଏହି ଅଧିକାର ନ ଦେଇ ତୁମ୍ଭମାନଙ୍କର ଗଠନ ନିମନ୍ତେ ଦେଇଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ତୁମ୍ଭାମାନଙ୍କୁ ଧ୍ୱଂସ କରିବା ପାଇଁ ନୁହେଁ, ମାତ୍ର ଗଠନ କରିବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ଯେଉଁ କ୍ଷମତା ଦେଇଛନ୍ତି, ସେଥିପାଇଁ ଯଦି ମୁଁ ଅତି ବେଶୀ ଦର୍ପ କରିଥାଏ, ତେବେ ଲଗ୍ଗିତ ହେବି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କାରଣ ଆମ୍ଭମାନଙ୍କ ଅଧିକାର ସମ୍ବନ୍ଧରେ ମୁଁ କିଛି ଅଧିକ ଦର୍ପ କଲେ ସୁଦ୍ଧା ଲଜ୍ଜା ପାଇବି ନାହିଁ; ତୁମ୍ଭମାନଙ୍କୁ ଭୂମିସାତ୍‍ କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ଏହି ଅଧିକାର ନ ଦେଇ ତୁମ୍ଭମାନଙ୍କର ଗଠନ ନିମନ୍ତେ ଦେଇଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ

8 ଏହା ସତ୍ୟ ଯେ ମୁଁ ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ଅଧିକାର ବିଷୟରେ ଅତ୍ୟଧିକ ଗର୍ବର କଥା କହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି।

Gade chapit la Kopi




୨ କରିନ୍ଥୀୟ 10:8
12 Referans Kwoze  

ଏଥି ନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହି ସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ ।


ଏହି କାରଣରୁ ମଧ୍ୟ ମୁଁ ଏହି ସବୁ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ (ବିଚାର ଦିନ) ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି |


ମୁଁ ପାଉଲ, ଜଣେ ପ୍ରେରିତ ମନୁଷ୍ୟଠାରୁ ନୁହେଁ, କି ମନୁଷ୍ୟ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ୱାରା,


କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରି ପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରି ପାରୁ ।


ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋ'ଠାରୁ ଯେପ୍ରକାର ଶୁଣେ, ମୋ' ପ୍ରତି ପ୍ରକାଶିିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋ' ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ ।


ତୁମ୍ଭମାନଙ୍କ ବିଶ୍ୱାସ ଉପରେ ଯେ ଆମ୍ଭମାନଙ୍କର ପ୍ରଭୁତ୍ୱ ଅଛି, ତାହା ନୁହେଁ, ବରଂ ତୁମ୍ଭମାନଙ୍କର ଆନନ୍ଦ ନିମନ୍ତେ ତୁମ୍ଭମାନଙ୍କର ସହକାର୍ଯ୍ୟକାରୀ ଅଟୁ ଯେଣୁ ବିଶ୍ୱାସରେ ତୁମ୍ଭେମାନେ ସ୍ଥିର ହୋଇ ରହିଅଛ ।


ଯେଣୁ ଯଦି କୌଣସି ବିଷୟରେ ତୀତସଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କରିଅଛି, ତେବେ ଲଜ୍ଜିତ ହୋଇ ନାହିଁ, ବରଂ ଯେପରି ଆମ୍ଭେମାନେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ସତ୍ୟ କହିଥିଲୁ, ସେହିପରି ତୀତସଙ୍କ ସମ୍ମୁଖରେ ଆମ୍ଭମାନଙ୍କ ଦର୍ପ ମଧ୍ୟ ସତ୍ୟ ବୋଲି ଜଣାଯାଇଅଛି ।


ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି,ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି ।


(ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକନୁହେଁ, ମାତ୍ର ଦୃଢ଼ ଗଡ଼ ଭୂମିସାତ୍‍ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ସବୁ ଶକ୍ତିଯୁକ୍ତ ଅଟେ);


ମୋହର ପତ୍ରଗୁଡ଼ିକ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଭୟମାତ୍ର ଦେଖାଉଅଛି ବୋଲି ବୋଧ ନ ହେଉ ।


ଏପର୍ଯ୍ୟନ୍ତ ତୁମ୍ଭେମାନେ ଭାବୁଅଛ ଯେ, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଦୋଷ କଟାଉଅଛୁ । ଈଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଆମ୍ଭେମାନେ କଥା କହୁଅଛୁ । କିନ୍ତୁ ହେ ପ୍ରିୟମାନେ, ସମସ୍ତ ବିଷୟ ତୁମ୍ଭମାନଙ୍କ ନିଷ୍ଠା ନିମନ୍ତେ କହୁଅଛୁ ।


Swiv nou:

Piblisite


Piblisite