Biblia Todo Logo
Bib sou entènèt

- Piblisite -




୧ ତୀମଥି 5:23 - ଓଡିଆ ବାଇବେଲ

23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ଉଦର ରୋଗ ଓ ବାରମ୍ଵାର ଅସ୍ଵାସ୍ଥ୍ୟ ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 କେବଳ ଜଳପାନ ନ କରି, ତୁମର ଜୀର୍ଣ୍ଣଶକ୍ତି ବୃଦ୍ଧି କରିବାକୁ ଅଳ୍ପ ମାତ୍ରାରେ ଦ୍ରାକ୍ଷାରସ ପାନ କର, କାରଣ ତୁମେ ବାରମ୍ବାର ଅସୁସ୍ଥ ହୋଇ ପଡୁଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର।

Gade chapit la Kopi

ପବିତ୍ର ବାଇବଲ

23 ତୀମଥି, ତୁମ୍ଭେ କେବଳ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ୟ ପିଅ। ଏହା ତୁମ୍ଭ ପେଟ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବେମାର ପଡ଼ିବ ନାହିଁ।

Gade chapit la Kopi




୧ ତୀମଥି 5:23
11 Referans Kwoze  

ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ, ମୁଖ-ଚିକ୍‍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।


କାରଣ ଈଶ୍ୱରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ,


ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ,


ପୁଣି, ବୃଦ୍ଧ ସ୍ତ୍ରୀମାନଙ୍କୁ ସେହିପରି ପରନିନ୍ଦୁକା ଓ ମଦ୍ୟପାନରେ ଆସକ୍ତା ନ ହୋଇ ଶୁଦ୍ଧାଚାରିଣୀ ହେବାକୁ ଓ ସୁଶିକ୍ଷା ଦେବାକୁ ଅନୁରୋଧ କର;


କାରଣ ଅଧ୍ୟକ୍ଷ, ଈଶ୍ୱରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟ ପ୍ରିୟ,


ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ,


ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ,


ଭିତର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରେ କୌଣସି ଯାଜକ ଦ୍ରାକ୍ଷାରସ ପାନ କରିବେ ନାହିଁ।


ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୂଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ ।


Swiv nou:

Piblisite


Piblisite