Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 8:11 - ଓଡିଆ ବାଇବେଲ

11 ଆହୁରି ସେ କହିଲେ, ତୁମ୍ଭମାନଙ୍କ ଉପରେ ଯେ ରାଜତ୍ୱ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ୱାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆହୁରି ସେ କହିଲେ, ତୁମ୍ଭମାନଙ୍କ ଉପରେ ଯେ ରାଜତ୍ଵ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ଵାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆହୁରି ସେ କହିଲେ, “ତୁମ୍ଭମାନଙ୍କ ଉପରେ ଯେ ରାଜତ୍ୱ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ୱାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ।

Gade chapit la Kopi

ପବିତ୍ର ବାଇବଲ

11 ଶାମୁୟେଲ କହିଲେ, “ତୁମ୍ଭ ଉପରେ ଯିଏ ରାଜତ୍ୱ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତୁମ୍ଭ ପୁତ୍ରମାନଙ୍କୁ ତା'ର ସେବା କରିବା ପାଇଁ ଓ ସୈନ୍ୟବାହିନୀର ସେବା କରିବା ପାଇଁ ବାଧ୍ୟ କରିବ। ସେମାନେ ଯୁଦ୍ଧରେ ସେନାବାହିନୀର ଯୋଦ୍ଧା ଓ ରଥାରୋହୀ ହେବେ। ତୁମ୍ଭ ପୁତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡ଼ିବେ।

Gade chapit la Kopi




1 ଶାମୁୟେଲ 8:11
14 Referans Kwoze  

ଶାଉଲଙ୍କର ଯାବଜ୍ଜୀବନ ପଲେଷ୍ଟୀୟମାନଙ୍କ ସହିତ ଘୋରତର ଯୁଦ୍ଧ ହେଲା; ଏହେତୁ ଶାଉଲ କୌଣସି ବୀର କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକୁ ଆପଣା ନିକଟରେ ସଂଗ୍ରହ କଲେ।


ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ ରାଜନୀତି ଜଣାଇଲେ ଓ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ, ତହୁଁ ଶାମୁୟେଲ ଲୋକମାନଙ୍କର ପ୍ରତ୍ୟେକକୁ ଆପଣା ଆପଣା ଗୃହକୁ ବିଦାୟ କଲେ।


ଏଥିଉତ୍ତାରେ ଅବଶାଲୋମ ଆପଣା ନିମନ୍ତେ ଏକ ରଥ ଓ ଅଶ୍ୱମାନ ଓ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ ପଚାଶ ଅଙ୍ଗରକ୍ଷକ ରଖିଲା।


ଆଉ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ, ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ।


ଏଥିରେ ସଦାପ୍ରଭୁଙ୍କ ହସ୍ତ ଏଲୀୟଙ୍କ ଉପରେ ଅବସ୍ଥାନ କରନ୍ତେ, ସେ ଆପଣା କଟି ବାନ୍ଧି ଯିଷ୍ରିୟେଲର ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କର ଆଗେ ଆଗେ ଦୌଡ଼ି ଗଲେ।


ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, “ତୁମ୍ଭ ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ; ମୋର କନିଷ୍ଠ ଅଙ୍ଗୁଳି ମୋ’ ପିତାଙ୍କ କଟିଠାରୁ ମୋଟ।”


“ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ।”


ଏହି ସମୟରେ ହଗୀତର ପୁତ୍ର ଅଦୋନୀୟ ଆପଣାକୁ ବଡ଼ କରି କହିଲା, “ମୁଁ ରାଜା ହେବି,” ଏଣୁ ସେ ଆପଣା ପାଇଁ ରଥ ଓ ଅଶ୍ୱାରୋହୀଗଣ ଓ ଆପଣା ଆଗେ ଆଗେ ଦୌଡ଼ିବା ପାଇଁ ପଚାଶ ଜଣ ଦେହରକ୍ଷୀକୁ ପ୍ରସ୍ତୁତ କଲେ।


ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ୱ କରିବେ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ।


ଏଥିରେ ରିହବୀୟାମ ରାଜା ସେସବୁର ବଦଳେ ପିତ୍ତଳ-ଢାଲ କରି ରାଜଗୃହର ଦ୍ୱାରପାଳ ପ୍ରହରୀବର୍ଗର ଅଧ୍ୟକ୍ଷମାନଙ୍କ ହସ୍ତରେ ସମର୍ପଣ କଲେ।


ତହିଁରେ ଶାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣା ଦାସମାନଙ୍କୁ କହିଲେ, ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ; ଯିଶୀର ପୁତ୍ର କ’ଣ ତୁମ୍ଭମାନଙ୍କ ପ୍ରତିଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ, ସେ କ’ଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ,


Swiv nou:

Piblisite


Piblisite