Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 30:8 - ଓଡିଆ ବାଇବେଲ

8 ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ ଏହି ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କର ସଙ୍ଗ ଧରି ପାରିବି ? ତହିଁରେ ସେ ତାଙ୍କୁ କହିଲେ, ପଛେ ପଛେ ଯାଅ; କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନୋହି ସମସ୍ତଙ୍କୁ ଉଦ୍ଧାର କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ ଏହି ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କର ସଙ୍ଗ ଧରି ପାରିବି? ତହିଁରେ ସେ ତାଙ୍କୁ କହିଲେ, ପଛେ ପଛେ ଯାଅ; କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନୋହି ସମସ୍ତଙ୍କୁ ଉଦ୍ଧାର କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, “ମୁଁ ଏହି ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କର ସଙ୍ଗ ଧରି ପାରିବି?” ତହିଁରେ ସେ ତାଙ୍କୁ କହିଲେ, “ପଛେ ପଛେ ଯାଅ; କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନ ହୋଇ ସମସ୍ତଙ୍କୁ ଉଦ୍ଧାର କରିବ।”

Gade chapit la Kopi

ପବିତ୍ର ବାଇବଲ

8 ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ସୈନ୍ୟଦଳ ପଛେ ପଛେ ଗୋଡ଼ାଇଲେ, ମୁଁ ସେମାନଙ୍କୁ ଧରି ପାରିବି କି?” ସଦାପ୍ରଭୁ ଉତ୍ତର ଦେଲେ, “ତାଙ୍କ ପଛେ ଗୋଡ଼ାଅ। ତୁମ୍ଭେ ତାଙ୍କୁ ଧରି ପାରିବ। ତୁମ୍ଭେ ତୁମ୍ଭର ପରିବାରକୁ ତାଙ୍କ ନିକଟରୁ ଉଦ୍ଧାର କରି ପାରିବ।”

Gade chapit la Kopi




1 ଶାମୁୟେଲ 30:8
21 Referans Kwoze  

ପୁଣି, ଅମାଲେକୀୟମାନେ ଯାହା କିଛି ନେଇ ଯାଇଥିଲେ, ଦାଉଦ ସେସମସ୍ତ ଉଦ୍ଧାର କଲେ; ମଧ୍ୟ ଦାଉଦ ଆପଣାର ଦୁଇ ଭାର୍ଯ୍ୟାଙ୍କୁ ମୁକ୍ତ କଲେ।


ଏନିମନ୍ତେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ ଯାଇ କି ଏହି ପଲେଷ୍ଟୀୟମାନଙ୍କୁ ଆଘାତ କରିବି ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଯାଅ, ପଲେଷ୍ଟୀୟମାନଙ୍କୁ ଆଘାତ କରି କିୟୀଲାକୁ ଉଦ୍ଧାର କର।


ଏଥିରେ ଦାଉଦ ସଦାପ୍ରଭୁଙ୍କ ଠାରୁ ସାହାଯ୍ୟ ମାଗି କହିଲେ, “ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କି ସେମାନଙ୍କୁ ମୋ’ ହସ୍ତରେ ସମର୍ପଣ କରିବ ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଉଠି ଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”


ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, “ତୁମ୍ଭେ ଉଠି ଉଠି ଯାଅ ନାହିଁ; ସେମାନଙ୍କ ପଶ୍ଚାତ୍‍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।


ତେଣୁ ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଚାରିଲେ। ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, ଉଠ, କିୟୀଲାକୁ ଯାଅ; କାରଣ ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।


ପୁଣି ଇସ୍ରାଏଲ ସନ୍ତାନଗଣ ଉଠି ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ; ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ କି ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା ? ତହିଁରେ ସଦାପ୍ରଭୁ କହିଲେ, ତାହା ବିରୁଦ୍ଧରେ ଯାଅ।


ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା।


ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।”


ପୁଣି, ସେ ଇଲୀୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲୀୟାସର ତାହା ପାଇଁ ଊରୀମର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ; ସେମାନେ, ଅର୍ଥାତ୍‍, ସେ ଓ ତାହା ସହିତ ଇସ୍ରାଏଲ ସନ୍ତାନଗଣର ସମୁଦାୟ ମଣ୍ଡଳୀ, ଉଭୟ ତାହାର ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ।”


ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ୱପ୍ନ ଦ୍ୱାରା, ନା ଊରୀମ୍‍ ଦ୍ୱାରା, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ଦ୍ୱାରା।


ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଉଠି ବେଥେଲ୍‍କୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ; ବିନ୍ୟାମୀନ୍-ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରୁ ପ୍ରଥମେ କିଏ ଯିବ ? ସଦାପ୍ରଭୁ କହିଲେ, ଯିହୁଦା ପ୍ରଥମେ ଯିବ।


ଏହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ ଆପଣା ଭାଇ ବିନ୍ୟାମୀନ୍-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେହେଁ କି ପୁନର୍ବାର ଯିବା, ଅବା କ୍ଷାନ୍ତ ହେବା ? ସଦାପ୍ରଭୁ କହିଲେ, ଯାଅ; ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା।


ତହୁଁ ଶାଉଲ ପରମେଶ୍ୱରଙ୍କ ନିକଟରେ ପଚାରିଲେ, ମୁଁ କ’ଣ ପଲେଷ୍ଟୀୟମାନଙ୍କ ପଛରେ ଯିବି ? ତୁମ୍ଭେ କ’ଣ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରିବ ? ମାତ୍ର ସେଦିନ ସେ ତାଙ୍କୁ ଉତ୍ତର ଦେଲେ ନାହିଁ।


ଆଉ, ସବୁ ସମ୍ପତ୍ତି ଓ ଆପଣାର ଜ୍ଞାତି ଲୋଟ ଓ ତାଙ୍କର ସମ୍ପତ୍ତି, ପୁଣି, ସ୍ତ୍ରୀଗଣ ଓ ଲୋକସମୂହକୁ ବାହୁଡ଼ାଇ ଆଣିଲେ।


ଶତ୍ରୁ କହିଲା : ଆମ୍ଭେ ପଛେ ପଛେ ଗୋଡ଼ାଇବା, ଆମ୍ଭେ ସେମାନଙ୍କୁ ଧରିବା, ଆମ୍ଭେ ଲୁଟିତ ଦ୍ରବ୍ୟ ବିଭାଗ କରି ନେବା; ସେମାନଙ୍କ ଉପରେ ଆମ୍ଭର ଅଭିଳାଷ ପୂର୍ଣ୍ଣ ହେବ; ଆମ୍ଭେ ଆପଣା ଖଡ୍ଗ ନିଷ୍କୋଷ କରିବା, ଆମ୍ଭର ହସ୍ତ ସେମାନଙ୍କୁ ବିନାଶ କରିବ।


ପୁଣି, ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।


ଏଉତ୍ତାରେ ଗିଦିୟୋନ୍‍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି।


ଏନିମନ୍ତେ ସେମାନେ ପୁନର୍ବାର ସଦାପ୍ରଭୁଙ୍କୁ ପଚାରିଲେ, କି ଆଉ କୌଣସି ଲୋକ ଏଠାକୁ ଆସିବାର ଅଛି ? ତହିଁରେ ସଦାପ୍ରଭୁ ଉତ୍ତର କଲେ, ଦେଖ, ସେ ସାମଗ୍ରୀ ମଧ୍ୟରେ ଆପଣାକୁ ଲୁଚାଇଅଛି।


Swiv nou:

Piblisite


Piblisite