Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 30:16 - ଓଡିଆ ବାଇବେଲ

16 ଏଉତ୍ତାରେ ସେ ତାଙ୍କୁ ନେଇଯାଆନ୍ତେ, ଦେଖ, ପଲେଷ୍ଟୀୟମାନଙ୍କର ଓ ଯିହୁଦାର ଦେଶରୁ ପ୍ରଚୁର ଲୁଟଦ୍ରବ୍ୟ ଆଣିଥିବାରୁ ସେମାନେ ଭୂମିଯାକ ବ୍ୟାପି ଭୋଜନପାନ ଓ ଉତ୍ସବ କରୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଏଉତ୍ତାରେ ସେ ତାଙ୍କୁ ନେଇଯାʼନ୍ତେ, ଦେଖ, ପଲେଷ୍ଟୀୟମାନଙ୍କର ଓ ଯିହୁଦାର ଦେଶରୁ ପ୍ରଚୁର ଲୁଟଦ୍ରବ୍ୟ ଆଣିଥିବାରୁ ସେମାନେ ଭୂମିଯାକ ବ୍ୟାପି ଭୋଜନପାନ ଓ ଉତ୍ସବ କରୁଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏଉତ୍ତାରେ ସେ ତାଙ୍କୁ ନେଇଯାଆନ୍ତେ, ଦେଖ, ପଲେଷ୍ଟୀୟମାନଙ୍କର ଓ ଯିହୁଦାର ଦେଶରୁ ପ୍ରଚୁର ଲୁଟଦ୍ରବ୍ୟ ଆଣିଥିବାରୁ ସେମାନେ ଭୂମିଯାକ ବ୍ୟାପି ଭୋଜନପାନ ଓ ଉତ୍ସବ କରୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

16 ସେହି ମିଶରୀୟ ଜଣକ ଦାଉଦଙ୍କୁ ସେମାନଙ୍କ ନିକଟକୁ ନେଇଗଲା। ଯେଉଁଠାରେ ସେମାନେ ଗୋଟିଏ ଜାଗାରେ ଏକତ୍ରିତ ଭାବରେ ବସି ଖିଆପିଆ କରୁଥିଲେ। ସେମାନେ ପଲେଷ୍ଟୀୟମାନଙ୍କର ଓ ଯିହୁଦାରୁ ଲୁଣ୍ଠନ କରିଥିବା ବହୁତ ସାମଗ୍ରୀମାନ ଉପଭୋଗ କଲେ ଓ ସେଠାରେ ଉତ୍ସବ କରୁଥିଲେ।

Gade chapit la Kopi




1 ଶାମୁୟେଲ 30:16
22 Referans Kwoze  

ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ ।


ମାତ୍ର ଦେଖ, ଆମୋଦ ପ୍ରମୋଦ, ଗୋବଧ ଓ ମେଷହନନ, ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ ହେଉଅଛି; ଆସ, ଆମ୍ଭେମାନେ ଭୋଜନ ପାନ କରୁ, କାରଣ କାଲି ଆମ୍ଭେମାନେ ମରିବା।


ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ ?


ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, ‘ଅମ୍ନୋନକୁ ମାର,’ ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ।”


ଆମ୍ଭେମାନେ କରେଥୀୟମାନଙ୍କ ଦକ୍ଷିଣାଞ୍ଚଳ ଆକ୍ରମଣ କଲୁ ଓ ଆମ୍ଭେମାନେ ସିକ୍ଲଗ୍‍କୁ ଅଗ୍ନିରେ ଓ ଯିହୁଦାର ଅଧିକାର ଓ କାଲେବର ଦକ୍ଷିଣାଞ୍ଚଳ ଦଗ୍ଧ କଲୁ।


ଏଥିରେ ଲୋକମାନେ ପରଦିନ ପ୍ରଭାତରେ ଉଠି ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ; ତହୁଁ ଲୋକମାନେ ଭୋଜନ ଓ ପାନ କରିବାକୁ ବସିଲେ; ଏଉତ୍ତାରେ ଲୀଳା କରିବାକୁ ଉଠିଲେ।


“ତୁମ୍ଭେମାନେ ପ୍ରଚୁର ସମ୍ପତ୍ତି ଓ ପଲ ପଲ ପଶୁ, ରୂପା, ସୁନା ଓ ପିତ୍ତଳ ଓ ଲୁହା ଓ ଅପାର ବସ୍ତ୍ର ସଙ୍ଗେ ନେଇ ଆପଣା ଆପଣା ତମ୍ବୁକୁ ଫେରିଯାଅ; ଆପଣା ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ଆପଣା ଆପଣା ଭ୍ରାତୃଗଣ ମଧ୍ୟରେ ବିଭାଗ କର।”


ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କ’ଣ ଆମ୍ଭକୁ ସେହି ସୈନ୍ୟଦଳ ନିକଟକୁ ନେଇଯିବ ? ତହୁଁ ସେ କହିଲା, ତୁମ୍ଭେ ଯେ ମୋତେ ବଧ କରିବ ନାହିଁ, ଅବା ମୋହର ମୁନିବ ହସ୍ତରେ ମୋତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ୱରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟଦଳ ନିକଟକୁ ତୁମ୍ଭକୁ ନେଇଯିବି।


କେହି ପ୍ରଚୁର ଲୁଟଧନ ପାଇବା ପରି ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ।


ତୁମ୍ଭେ ସେହି ଦେଶୀୟ ଲୋକଙ୍କୁ ବହୁସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ; ସେମାନେ ଶସ୍ୟ ଛେଦନର ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି, ଲୁଟିତ ବିଭାଗ କରିବା ସମୟର ତୁଲ୍ୟ ଉଲ୍ଲାସିତ ହୁଅନ୍ତି,


ଏ ଉତ୍ତାରେ ଗିଦିୟୋନ୍‍ ନୋବହ ଓ ଯଗ୍‍ବିହର ପୂର୍ବଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠି ଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ।


ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।


Swiv nou:

Piblisite


Piblisite