Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 28:8 - ଓଡିଆ ବାଇବେଲ

8 ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇ ଗଲେ ଓ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, ତୁମ୍ଭେ ଭୂତ ଦ୍ୱାରା ମୋ’ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋ’ କତିକି ଉଠାଇ ଆଣ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇ ଗଲେ ଓ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, ତୁମ୍ଭେ ଭୂତ ଦ୍ଵାରା ମୋʼ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋʼ କତିକି ଉଠାଇ ଆଣ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତହୁଁ ଶାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇ ଜଣ ପୁରୁଷଙ୍କୁ ସଙ୍ଗେ ନେଇଗଲେ ଓ ସେମାନେ ରାତ୍ରି ବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ; ତହୁଁ ଶାଉଲ କହିଲେ, “ତୁମ୍ଭେ ଭୂତ ଦ୍ୱାରା ମୋʼ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି, ତାଙ୍କୁ ମୋʼ କତିକି ଉଠାଇ ଆଣ।”

Gade chapit la Kopi

ପବିତ୍ର ବାଇବଲ

8 ଶାଉଲ ଛଦ୍ମ ବେଶରେ ଅଲଗା ବସ୍ତ୍ର ପିନ୍ଧି ତାଙ୍କର ଦୁଇଜଣ ଲୋକଙ୍କ ସହିତ ସେହି ସ୍ତ୍ରୀଲୋକକୁ ରାତିରେ ଦେଖା କରିବାକୁ ଗଲେ। ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ମୋ’ ପାଇଁ ଗୋଟିଏ ଆତ୍ମାକୁ ଡାକ ଯିଏ କି ଭବିଷ୍ୟତରେ କ’ଣ ହେବାକୁ ଯାଉଛି ମୋତେ କହି ପାରିବ। ତୁମ୍ଭେ ଏକ ଆତ୍ମାକୁ ଆଣ ଯାହାର ନାମ ମୁଁ କହୁଅଛି।”

Gade chapit la Kopi




1 ଶାମୁୟେଲ 28:8
12 Referans Kwoze  

ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, ଯେଉଁ ଭୂତୁଡ଼ିଆ ଓ ଗୁଣିଆମାନେ ଗଣ ଗଣ ଓ ଫୁସ୍‍ ଫୁସ୍‍ କରି କହନ୍ତି, ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) ଲୋକମାନେ କ’ଣ ଆପଣାମାନଙ୍କ ପରମେଶ୍ୱରଙ୍କ ଅନ୍ଵେଷଣ କରିବେ ନାହିଁ ? ସେମାନେ କ’ଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବେ ?


ଏହିରୂପେ ଶାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ଅବିଶ୍ବସ୍ତତା ସକାଶୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ; ମଧ୍ୟ ସେ ଭୂତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ।


ତଥାପି ଯୋଶୀୟ ତାହାଠାରୁ ବିମୁଖ ହେବାକୁ ସମ୍ମତ ନୋହିଲେ, ମାତ୍ର ତାହା ସଙ୍ଗେ ଯୁଦ୍ଧ କରିବା ପାଇଁ ଛଦ୍ମବେଶ ଧାରଣ କଲେ, ଆଉ ପରମେଶ୍ୱରଙ୍କ ମୁଖ ନିର୍ଗତ ନଖୋର ବାକ୍ୟରେ ମନୋଯୋଗ ନ କରି ମଗିଦ୍ଦୋ ଉପତ୍ୟକାରେ ଯୁଦ୍ଧ କରିବା ପାଇଁ ଉପସ୍ଥିତ ହେଲେ।


ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ।” ତହୁଁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ।


ପୁଣି, ଇସ୍ରାଏଲର ରାଜା ଯିହୋଶାଫଟ୍‍ଙ୍କୁ କହିଲେ, “ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି; ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ। ଆଉ ଇସ୍ରାଏଲର ରାଜା ଛଦ୍ମବେଶ ଧରି ଯୁଦ୍ଧକୁ ଗଲେ।”


ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ ।


ସଦାପ୍ରଭୁ କହନ୍ତି, “ଆମ୍ଭେ ଯେଉଁ ସ୍ଥାନରେ ଦେଖି ନ ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ ?” ସଦାପ୍ରଭୁ କହନ୍ତି, “ଆମ୍ଭେ କି ସ୍ୱର୍ଗ ଓ ମର୍ତ୍ତ୍ୟ ବ୍ୟାପି ନ ଥାଉ ?


ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ଇସ୍ରାଏଲ ରାଜାଙ୍କ ସାଞ୍ଜୁଆର ଯୋଡ଼ ମଧ୍ୟରେ ଆଘାତ କଲା; ତେଣୁ ସେ ଆପଣା ସାରଥିକି କହିଲେ, “ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ; କାରଣ ମୁଁ ଅତିଶୟ ଆଘାତ ପାଇଲି।”


ସେମାନଙ୍କ ସାକ୍ଷାତରେ ତୁମ୍ଭର ଜିନିଷ ଆପଣା କାନ୍ଧରେ ବହିବ ଓ ଅନ୍ଧକାର ବେଳେ ତାହା ନେଇଯିବ; ତୁମ୍ଭେ ଯେପରି ଭୂମି ନ ଦେଖିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ; କାରଣ ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନ ସ୍ୱରୂପ କରି ଆମ୍ଭେ ତୁମ୍ଭକୁ ରଖିଅଛୁ।”


Swiv nou:

Piblisite


Piblisite