Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 23:7 - ଓଡିଆ ବାଇବେଲ

7 ପୁଣି, ଦାଉଦ କିୟୀଲାକୁ ଆସିଅଛି ବୋଲି ଶାଉଲଙ୍କୁ କୁହାଯାଆନ୍ତେ, ଶାଉଲ କହିଲେ, ପରମେଶ୍ୱର ତାହାକୁ ମୋ’ ହସ୍ତରେ ପରିତ୍ୟାଗ କରିଅଛନ୍ତି; ଯେହେତୁ ସେ ଦ୍ୱାର ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ଅବରୁଦ୍ଧ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି ଦାଉଦ କିୟୀଲାକୁ ଆସିଅଛି ବୋଲି ଶାଉଲଙ୍କୁ କୁହାଯାʼନ୍ତେ, ଶାଉଲ କହିଲେ, ପରମେଶ୍ଵର ତାହାକୁ ମୋʼ ହସ୍ତରେ ପରିତ୍ୟାଗ କରିଅଛନ୍ତି; ଯେହେତୁ ସେ ଦ୍ଵାର ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ଅବରୁଦ୍ଧ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ଦାଉଦ କିୟୀଲାକୁ ଆସିଅଛି ବୋଲି ଶାଉଲଙ୍କୁ କୁହାଯାଆନ୍ତେ, ଶାଉଲ କହିଲେ, “ପରମେଶ୍ୱର ତାହାକୁ ମୋʼ ହସ୍ତରେ ପରିତ୍ୟାଗ କରିଅଛନ୍ତି; ଯେହେତୁ ସେ ଦ୍ୱାର ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ଅବରୁଦ୍ଧ ହୋଇଅଛି।”

Gade chapit la Kopi

ପବିତ୍ର ବାଇବଲ

7 ଲୋକମାନେ ଶାଉଲଙ୍କୁ କହିଲେ ଯେ ବର୍ତ୍ତମାନ ଦାଉଦ କିୟୀଲାରେ ଅଛନ୍ତି। ଶାଉଲ କହିଲେ, “ପରମେଶ୍ୱର ମୋ’ ହସ୍ତରେ ତାକୁ ରକ୍ଷା କରିଅଛନ୍ତି। ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ସେ ମଧ୍ୟ ନିଜେ ନିଜେ ଧରା ଦେଇଛି।”

Gade chapit la Kopi




1 ଶାମୁୟେଲ 23:7
12 Referans Kwoze  

ଦୁଷ୍ଟର ଜୟଧ୍ୱନି ଅଳ୍ପ କାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ ?


ଏଥିଉତ୍ତାରେ ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସୀଫ୍‍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି, ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ।


ଶତ୍ରୁ କହିଲା : ଆମ୍ଭେ ପଛେ ପଛେ ଗୋଡ଼ାଇବା, ଆମ୍ଭେ ସେମାନଙ୍କୁ ଧରିବା, ଆମ୍ଭେ ଲୁଟିତ ଦ୍ରବ୍ୟ ବିଭାଗ କରି ନେବା; ସେମାନଙ୍କ ଉପରେ ଆମ୍ଭର ଅଭିଳାଷ ପୂର୍ଣ୍ଣ ହେବ; ଆମ୍ଭେ ଆପଣା ଖଡ୍ଗ ନିଷ୍କୋଷ କରିବା, ଆମ୍ଭର ହସ୍ତ ସେମାନଙ୍କୁ ବିନାଶ କରିବ।


ତହିଁରେ ଫାରୋ ଇସ୍ରାଏଲ ସନ୍ତାନଗଣ ବିଷୟରେ କହିବ, ସେମାନେ ଦେଶ ମଧ୍ୟରେ ଧନ୍ଦଳା ହୋଇ ରହିଅଛନ୍ତି ଓ ପ୍ରାନ୍ତର ସେମାନଙ୍କ ପଥ ରୁଦ୍ଧ କରିଅଛି।


ଯେତେବେଳେ ଅହୀମେଲକ୍‍ର ପୁତ୍ର ଅବୀୟାଥର କିୟୀଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫୋଦ ହାତରେ ନେଇ ଆସିଥିଲା।


ଏଥିରେ କିୟୀଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ଶାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ।


ସଦାପ୍ରଭୁ ଧନ୍ୟ ହେଉନ୍ତୁ; କାରଣ ସେ ଦୃଢ଼ ନଗରରେ ମୋ’ ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି।


Swiv nou:

Piblisite


Piblisite