Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 22:15 - ଓଡିଆ ବାଇବେଲ

15 ମୁଁ କ’ଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରିବାକୁ ଆଜି ଆରମ୍ଭ କଲି ? ତାହା ମୋ’ଠୁ ଦୂର ହେଉ; ମହାରାଜ ଆପଣାର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ମୁଁ କʼଣ ପରମେଶ୍ଵରଙ୍କ ନିକଟରେ ତାହା ଲାଗି ପଚାରିବାକୁ ଆଜି ଆରମ୍ଭ କଲି? ତାହା ମୋʼଠୁ ଦୂର ହେଉ; ମହାରାଜ ଆପଣାର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ମୁଁ କʼଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରିବାକୁ ଆଜି ଆରମ୍ଭ କଲି? ତାହା ମୋʼ ଠାରୁ ଦୂର ହେଉ; ମହାରାଜ ଆପଣାର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

15 ଏହା ପ୍ରଥମ ଦିନ ନ ଥିଲା, ମୁଁ ଦାଉଦ ନିମନ୍ତେ ପ୍ରାର୍ଥନା କଲି, ମୋତେ କିମ୍ବା ମୋର ପରିବାରକୁ କାହାକୁ ଦୋଷାରୋପ କରନ୍ତୁ ନାହିଁ। ଆମ୍ଭେ ଆପଣଙ୍କର ଦାସଗଣ। କ’ଣ ହେଉଛି ଏହା ମୁଁ କିଛି ଜାଣେ ନାହିଁ।”

Gade chapit la Kopi




1 ଶାମୁୟେଲ 22:15
10 Referans Kwoze  

ଏଉତ୍ତାରେ ଅବୀଗଲ ନାବଲ ନିକଟକୁ ଆସିଲା, ସେତେବେଳେ ଦେଖ, ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରିଥିଲା; ପୁଣି, ନାବଲ ଅତିଶୟ ମତ୍ତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲା; ଏହେତୁ ସକାଳ ଆଲୁଅ ପର୍ଯ୍ୟନ୍ତ ଅବୀଗଲ ତାହାକୁ ଅଳ୍ପ ବା ବହୁତ କୌଣସି କଥା ଜଣାଇଲା ନାହିଁ।


ଜଗତରେ, ବିଶେଷତଃ ତୁମ୍ଭମାନଙ୍କ ପ୍ରତି, ଆମ୍ଭେମାନେ ସାଂସାରିକ ଜ୍ଞାନରେ ଆଚରଣ ନ କରି ବରଂ ଈଶ୍ୱରଙ୍କ ଅନୁଗ୍ରହରେ, ତାହାଙ୍କ ପବିତ୍ର ଓ ସରଳ ଭାବଅନୁସାରେ ଆଚରଣ କରିଥିଲୁ ବୋଲି ଆମ୍ଭମାନଙ୍କର ବିବେକ ଯେ ସାକ୍ଷ୍ୟ ଦେଉଅଛି, ଏହା ଆମ୍ଭମାନଙ୍କ ଦର୍ପର ବିଷୟ ।


ଆଉ ଅବଶାଲୋମ ସଙ୍ଗେ ଯିରୂଶାଲମରୁ ଦୁଇ ଶହ ଲୋକ ଗଲେ; ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ; ସେମାନେ କୌଣସି କଥା ଜାଣି ନ ଥିଲେ।


ଏଥିରେ ରାଜା କହିଲେ, ହେ ଅହୀମେଲକ୍‍, ତୁମ୍ଭେ ଓ ତୁମ୍ଭ ପିତୃଗୃହ ସମସ୍ତେ ନିଶ୍ଚୟ ମରିବ।


ଏଥିରେ ଦାଉଦ ସଦାପ୍ରଭୁଙ୍କ ଠାରୁ ସାହାଯ୍ୟ ମାଗି କହିଲେ, “ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କି ସେମାନଙ୍କୁ ମୋ’ ହସ୍ତରେ ସମର୍ପଣ କରିବ ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, “ଉଠି ଯାଅ, କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”


ତହିଁରେ ଦାଉଦ ସଦାପ୍ରଭୁଙ୍କୁ ସାହାଯ୍ୟ ମାଗନ୍ତେ, ସେ କହିଲେ, “ତୁମ୍ଭେ ଉଠି ଉଠି ଯାଅ ନାହିଁ; ସେମାନଙ୍କ ପଶ୍ଚାତ୍‍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।


ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।


ଆଉ ଶିମୀୟି ରାଜାଙ୍କୁ କହିଲା, “ମୋ’ ପ୍ରଭୁ, ମୋହର ଅପରାଧ ଗଣନା ନ କରନ୍ତୁ, ଅବା ମୋ’ ପ୍ରଭୁ ମହାରାଜ ଯିରୂଶାଲମରୁ ବାହାରି ଯିବା ଦିନ ଆପଣଙ୍କ ଦାସ ଅବାଧ୍ୟତାପୂର୍ବକ ଯାହା କରିଅଛି, ତାହା ଆପଣ ସ୍ମରଣ ନ କରନ୍ତୁ, ମହାରାଜ ତାହା ଆପଣା ମନକୁ ନ ନେଉନ୍ତୁ।


Swiv nou:

Piblisite


Piblisite