Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 2:12 - ଓଡିଆ ବାଇବେଲ

12 ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଲିଙ୍କର ପୁତ୍ରମାନେ ପାପାଧମ ସନ୍ତାନ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

12 ଏଲିଙ୍କର ପୁତ୍ରମାନେ ପାପୀ ଥିଲେ ଏବଂ ସେମାନେ ସଦାପ୍ରଭଙ୍କୁ ଜାଣନ୍ତି ନାହିଁ।

Gade chapit la Kopi




1 ଶାମୁୟେଲ 2:12
23 Referans Kwoze  

“ସଦାପ୍ରଭୁ କାହାନ୍ତି,” ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥାହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ; ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍‍ବକ୍ତାମାନେ ବାଲ୍‍ଦେବ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍‍ଗମନ କଲେ।


ବିଲିୟାର୍‍ ସହିତ ଖ୍ରୀଷ୍ଟଙ୍କର କି ମିଳନ ? କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ ?


ପୁଣି ସେହି ପିଢ଼ିର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ; ସେମାନଙ୍କ ପରେ ଯେଉଁ ପିଢ଼ିର ଲୋକମାନେ ସଦାପ୍ରଭୁଙ୍କୁ ଜାଣି ନ ଥିଲେ, କି ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କର କୃତକର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ।


କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;


ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।


ଆଉ, ସେମାନେ ଏହାସବୁ କରିବେ, କାରଣ ସେମାନେ ପିତାଙ୍କୁ କିମ୍ବା ମୋତେ ଜାଣି ନାହାଁନ୍ତି ।


ଆଉ, ତୁମ୍ଭେମାନେ ତାହାଙ୍କୁ ଜାଣି ନାହଁ, କିନ୍ତୁ ମୁଁ ତାହାଙ୍କୁ ଜାଣେ । ପୁଣି, ମୁଁ ତାହାଙ୍କୁ ଜାଣେ ନାହିଁ ବୋଲି ଯଦି କହିବି, ତାହାହେଲେ ମୁଁ ତୁମ୍ଭମାନଙ୍କ ପରି ମିଥ୍ୟାବାଦୀ ହେବି, କିନ୍ତୁ ମୁଁ ତାହାଙ୍କୁ ଜାଣେ ଓ ତାହାଙ୍କର ବାକ୍ୟ ପାଳନ କରେ ।


ସେ ଦରିଦ୍ର ଓ ଦୀନହୀନମାନଙ୍କ ଗୁହାରି ବିଚାର କଲା, ତହିଁରେ ମଙ୍ଗଳ ହେଲା। ସଦାପ୍ରଭୁ କହନ୍ତି, “ଏହା କି ଆମ୍ଭଙ୍କୁ ଜ୍ଞାତ ହେବାର ନୁହେଁ ?


ପ୍ରବଞ୍ଚନା ମଧ୍ୟରେ ତୁମ୍ଭର ବସତି ସ୍ଥାନ ଅଛି; ସଦାପ୍ରଭୁ କହନ୍ତି, “ସେମାନେ ପ୍ରବଞ୍ଚନା ସକାଶୁ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”


ଆଉ ଦୁଇଗୋଟି ଦୁଷ୍ଟ ମନୁଷ୍ୟ ଆସି ତାହା ସମ୍ମୁଖରେ ବସିଲେ; ପୁଣି, ସେହି ପାପାଧମ ମନୁଷ୍ୟମାନେ ଲୋକମାନଙ୍କ ସାକ୍ଷାତରେ ନାବୋତ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଲେ, “ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛି।” ତହୁଁ ସେମାନେ ତାହାକୁ ନଗରର ବାହାରକୁ ନେଇଯାଇ ପ୍ରସ୍ତରାଘାତ କରି ବଧ କଲେ।


ଆଉ ତାହା ସମ୍ମୁଖରେ ଦୁଇଗୋଟି ଦୁଷ୍ଟ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ। ତହିଁ ଉତ୍ତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଧ କର।


ଏହେତୁ ଏବେ ତୁମ୍ଭର କି କର୍ତ୍ତବ୍ୟ, ଏହା ବିବେଚନା କରି ବୁଝ; କାରଣ ଆମ୍ଭମାନଙ୍କ କର୍ତ୍ତା ଓ ତାଙ୍କର ସମସ୍ତ ଗୃହ ପ୍ରତିକୂଳରେ ଅମଙ୍ଗଳ ସ୍ଥିର ହୋଇଅଛି; ମାତ୍ର ସେ ଏପରି ଦୁଷ୍ଟ ଲୋକ ଯେ, ତାଙ୍କୁ କେହି କିଛି କହି ନ ପାରେ।


ମାତ୍ର କେତେକ ଦୁଷ୍ଟ ଲୋକମାନେ କହିଲେ, ଏହି ଲୋକ କିପରି ଆମ୍ଭମାନଙ୍କୁ ଉଦ୍ଧାର କରିବ ? ଆଉ ସେମାନେ ତାଙ୍କୁ ତୁଚ୍ଛଜ୍ଞାନ କରି କିଛି ଦର୍ଶନୀ ଆଣିଲେ ନାହିଁ। ମାତ୍ର ସେ ମୌନ ହୋଇ ରହିଲେ।


ସେସମୟରେ ଶାମୁୟେଲ ସଦାପ୍ରଭୁଙ୍କର ପରିଚୟ ପାଇ ନ ଥିଲେ, କିଅବା ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପ୍ରତି ପ୍ରକାଶିତ ହୋଇ ନ ଥିଲା।


ସେମାନେ ଆପଣା ଆପଣା ମନକୁ ଖୁସି କଲା ବେଳେ, ଦେଖ, ନଗରର ଲୋକ କେତେକ ଦୁଷ୍ଟ ଲୋକମାନେ କବାଟରେ ମାରି ମାରି ଘରର ଚାରିପାଖ ଘେରିଲେ; ପୁଣି ସେମାନେ ସେହି ଗୃହକର୍ତ୍ତା ବୃଦ୍ଧ ଲୋକକୁ କହିଲେ, ତୁମ୍ଭ ଗୃହକୁ ଯେଉଁ ମନୁଷ୍ୟ ଆସିଅଛି, ତାହାକୁ ବାହାରକୁ ଆଣ, ଆମ୍ଭେମାନେ ତାହା ସହିତ ଶାରୀରିକ ସମ୍ବନ୍ଧ କରିବା।


ଯେ କେତେକ ଦୁଷ୍ଟ ଲୋକ ତୁମ୍ଭ ମଧ୍ୟରୁ ବାହାରି, ଚାଲ, ଆମ୍ଭେମାନେ ଅନ୍ୟ ଦେବତାଗଣର ସେବା କରୁ, ତୁମ୍ଭମାନଙ୍କ ଅଜ୍ଞାତ ଦେବତାଗଣ ବିଷୟରେ ଏହା କହି ସେମାନଙ୍କ ନଗର ନିବାସୀମାନଙ୍କୁ ଭୁଲାଇ ନେଇଅଛନ୍ତି;


ଯେହେତୁ ଯେଉଁ ଅପରାଧ ବିଷୟ ସେ ଜ୍ଞାତ ହେଲା, ତହିଁ ନିମନ୍ତେ ଆମ୍ଭେ ତାହାର ବଂଶକୁ ସର୍ବଦା ଦଣ୍ଡ ଦେବା ବୋଲି ତାହାକୁ କହିଅଛୁ, କାରଣ ତାହାର ପୁତ୍ରମାନେ ଆପଣାମାନଙ୍କୁ ଅଭିଶାପଗ୍ରସ୍ତ କଲେ ହେଁ ସେ ସେମାନଙ୍କୁ ଦମନ କଲା ନାହିଁ।


ପୁଣି, ସେମାନେ ଅସତ୍ୟତା ନିମନ୍ତେ ଆପଣା ଆପଣା ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି; ଆଉ, ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପକ୍ଷରେ ନୁହେଁ; କାରଣ ସେମାନେ ଦୁଷ୍ଟତା ଉପରେ ଦୁଷ୍ଟତା କରିବା ପାଇଁ ଅଗ୍ରସର ହୁଅନ୍ତି, “ସେମାନେ ଆମ୍ଭଙ୍କୁ ଜାଣନ୍ତି ନାହିଁ,” ଏହା ସଦାପ୍ରଭୁ କହନ୍ତି।


ତାହାର ଯାଜକମାନେ ଆମ୍ଭ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି ଓ ଆମ୍ଭର ପବିତ୍ର ବସ୍ତୁସବୁ ଅପବିତ୍ର କରିଅଛନ୍ତି; ସେମାନେ ପବିତ୍ର ଓ ସାମାନ୍ୟ ବିଷୟ ମଧ୍ୟରେ କିଛି ହିଁ ପ୍ରଭେଦ ରଖି ନାହାନ୍ତି, କିଅବା ଶୁଚି ଅଶୁଚି ମଧ୍ୟରେ ବିଶେଷ କରିବା ପାଇଁ ଲୋକମାନଙ୍କୁ ଶିଖାଇ ନାହାନ୍ତି, ପୁଣି, ଆମ୍ଭ ବିଶ୍ରାମ ଦିନ ପ୍ରତି ସେମାନଙ୍କ ଚକ୍ଷୁ ମୁଦ୍ରିତ କରିଅଛନ୍ତି, ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଅପବିତ୍ରୀକୃତ ହେଉଅଛୁ।


ତେବେ ତୁମ୍ଭେ ବୁଝିବ ଓ ଖୋଜିବ ଓ ଭଲ ରୂପେ ପଚାରିବ ଆଉ ଦେଖ, ଯେବେ ତାହା ସତ୍ୟ, ପୁଣି କଥା ନିଶ୍ଚିତ ହୁଏ ଯେ, ତୁମ୍ଭ ମଧ୍ୟରେ ଏରୂପ ଘୃଣ୍ୟକର୍ମ କରାଯାଇଅଛି;


Swiv nou:

Piblisite


Piblisite