Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 16:12 - ଓଡିଆ ବାଇବେଲ

12 ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଷତ୍‍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଷତ୍‍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, “ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ।”

Gade chapit la Kopi

ପବିତ୍ର ବାଇବଲ

12 ତାକୁ ଡାକିବା ପାଇଁ ଯିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଦେଖିବାକୁ ସୁନ୍ଦର ଅଟନ୍ତି। ସେତେବେଳେ ସଦାପ୍ରଭୁ କହିଲେ, “ଉଠ ଏହାଙ୍କୁ ଅଭିଷେକ କର, ଏ ହେଉଛନ୍ତି ସେହି ଲୋକ।”

Gade chapit la Kopi




1 ଶାମୁୟେଲ 16:12
19 Referans Kwoze  

ତାହାର କୁଳୀନ ଲୋକମାନେ ହିମ ଅପେକ୍ଷା ନିର୍ମଳ, ସେମାନେ ଦୁଗ୍ଧ ଅପେକ୍ଷା ଶୁକ୍ଳ ଥିଲେ, ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ, ସେମାନଙ୍କର କାନ୍ତି ନୀଳକାନ୍ତ ମଣି ତୁଲ୍ୟ ଥିଲା।


ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ, ଦଶ ସହସ୍ର ମଧ୍ୟରେ ପ୍ରଧାନ।


ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ୱରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ ।


କାରଣ ତୁମ୍ଭର ଯେଉଁ ପବିତ୍ର ଦାସ ଯୀଶୁଙ୍କୁ ତୁମ୍ଭେ ଅଭିଷିକ୍ତ କଲ, ପ୍ରକୃତରେ ତାହାଙ୍କ ବିରୁଦ୍ଧରେ ହେରୋଦ ଏବଂ ପନ୍ତିୟ ପୀଲାତ ଉଭୟ ଅଣଯିହୂଦୀ ଓ ଇସ୍ରାଏଲ ଲୋକମାନଙ୍କ ସହିତ ଏହି ନଗରରେ,


ତହୁଁ ପଲେଷ୍ଟୀୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍‍ ରକ୍ତବର୍ଣ୍ଣ ଓ ସୁନ୍ଦର-ବଦନ ଥିଲେ।


ଏଥିରେ ଶାମୁୟେଲ ଶାଉଲଙ୍କୁ ଦେଖନ୍ତେ, ସଦାପ୍ରଭୁ ତାଙ୍କୁ କହିଲେ, ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ, ସେହି ବ୍ୟକ୍ତିକି ଦେଖ ! ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ।


ଏହେତୁ ସେ ଯୋଷେଫଙ୍କ ହସ୍ତରେ ଆପଣା ସର୍ବସ୍ୱର ଏରୂପ ଭାର ଦେଲା, ଯେ ଆପଣା ଭୋଜନ ବିନୁ ଆଉ କୌଣସି ବିଷୟର ତତ୍ତ୍ୱ ନେଲା ନାହିଁ। ଯୋଷେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ।


ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାଙ୍କ ଜନ୍ମ ହେବା ସମୟରେ ତାଙ୍କୁ ଗୋଟିଏ ସୁନ୍ଦର ପିଲା ବୋଲି ଦେଖି ରାଜାଜ୍ଞାକୁ ଭୟ ନ କରି ତିନି ମାସ ପର୍ଯ୍ୟନ୍ତ ତାଙ୍କୁ ଗୋପନରେ ରଖିଲେ ।


ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିୟୋନରେ ସ୍ଥାପନ କରିଅଛି।


ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି,


ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲେ; ପୁଣି, ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ ତିନ ମାସ ଯାଏ ଗୋପନରେ ରଖିଲେ।


ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅବ୍‍ନରକୁ କହିଲେ; ଅବ୍‍ନର, ଏ ଯୁବା କାହାର ପୁଅ ? ଅବ୍‍ନର କହିଲା, ହେ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୁଁ କହି ପାରିବି ନାହିଁ।


ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦକୁ ଏପରି କୁହ, “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍‍ଗମନରୁ ଗ୍ରହଣ କଲୁ;


ଯିଶୀର ପୁତ୍ର ଦାଉଦ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ଦାଉଦଙ୍କର ଶେଷ କଥା ଏହି;


ଆଉ, ସେଠାରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍‍ବକ୍ତା ତାହାକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରନ୍ତୁ; ପୁଣି, ତୁମ୍ଭେମାନେ ତୂରୀ ବଜାଇ କୁହ, ଶଲୋମନ ରାଜା ଚିରଜୀବୀ ହେଉନ୍ତୁ।


ଆହୁରି, ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ କଲେ ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ।


ତେବେ ସେ କହିଲେ, “ଏମାନେ ସମୁଦାୟ ଭୂମଣ୍ଡଳର ପ୍ରଭୁଙ୍କ ଛାମୁରେ ଠିଆ ହେବାର ଦୁଇ ତୈଳ ପୁତ୍ର ଅଟନ୍ତି।”


ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା; ଦେଖନ୍ତୁ, ମୁଁ ବେଥଲିହିମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ, ପୁଣି, ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି।


Swiv nou:

Piblisite


Piblisite