Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 12:2 - ଓଡିଆ ବାଇବେଲ

2 ଆଉ ଏବେ ଦେଖ, ରାଜା ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି; ପୁଣି, ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇଅଛି; ଆଉ ଦେଖ, ମୋହର ପୁତ୍ରମାନେ ତୁମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ମୁଁ ଯୌବନାକାଳାବଧି ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆଉ ଏବେ ଦେଖ, ରାଜା ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି; ପୁଣି ମୁଁ ବୃଦ୍ଧ ଓ ପକ୍ଵକେଶ ହୋଇଅଛି; ଆଉ ଦେଖ, ମୋହର ପୁତ୍ରମାନେ ତୁମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ପୁଣି ମୁଁ ଯୌବନାକାଳାବଧି ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଉ ଏବେ ଦେଖ, ରାଜା ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି; ପୁଣି, ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇଅଛି; ଆଉ ଦେଖ, ମୋହର ପୁତ୍ରମାନେ ତୁମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ମୁଁ ଯୌବନାକାଳାବଧି ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି।

Gade chapit la Kopi

ପବିତ୍ର ବାଇବଲ

2 ବର୍ତ୍ତମାନ ତୁମ୍ଭର ନେତୃତ୍ୱ କରିବା ପାଇଁ ଜଣେ ରାଜା ଅଛନ୍ତି। ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇ ଗଲିଣି। ମୁଁ ମୋ’ ଯୁବାବସ୍ଥାରୁ ତୁମ୍ଭ ମୁନିବ ଥିଲି। ବର୍ତ୍ତମାନ ମୋ’ ପୁଅମାନେ ତୁମ୍ଭ ସାଥୀରେ ଅଛନ୍ତି।

Gade chapit la Kopi




1 ଶାମୁୟେଲ 12:2
17 Referans Kwoze  

ପୁଣି, ସେମାନେ ତାଙ୍କୁ କହିଲେ, ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି, ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି; ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା ନିଯୁକ୍ତ କର।


ତହିଁରେ ଆମ୍ଭେମାନେ ମଧ୍ୟ ଅନ୍ୟ ସବୁ ଦେଶୀୟଙ୍କ ପରି ହେବା; ଆମ୍ଭମାନଙ୍କ ରାଜା ଆମ୍ଭମାନଙ୍କୁ ବିଚାର କରିବେ ଓ ଆମ୍ଭମାନଙ୍କ ଅଗ୍ରସର ହୋଇ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ।


ଏଥିଉତ୍ତାରେ ଶାମୁୟେଲ ବୃଦ୍ଧ ହୁଅନ୍ତେ, ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ।


ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟ ଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ।


ଯେ ସେମାନଙ୍କ ଅଗ୍ରଗାମୀ ହୋଇ ବାହାରକୁ ଯାଇ ପାରିବ ଓ ସେମାନଙ୍କ ଅଗ୍ରଗାମୀ ହୋଇ ଭିତରକୁ ଆସି ପାରିବ, ପୁଣି, ଯେ ସେମାନଙ୍କର ପଥ ପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇ ପାରିବ ଓ ଭିତରକୁ ଆଣି ପାରିବ; ତାହା କଲେ ସଦାପ୍ରଭୁଙ୍କର ମଣ୍ଡଳୀ ପାଳକବିହୀନ ମେଷପଲ ତୁଲ୍ୟ ହେବ ନାହିଁ।”


ଏହା ଜାଣି, ଯେପର୍ଯ୍ୟନ୍ତ ଏହି ତମ୍ବୁରେ ଥାଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ସ୍ମରଣ କରାଇ ଜାଗ୍ରତ କରାଇବା ବିହିତ ମନେ କରୁଅଛି ।


କାରଣ ଏବେ ହେଁ ମୋହର ପ୍ରାଣ ଆହୂତି ପରି ଢଳା ଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ ।


ହେ ପରମେଶ୍ୱର, ମୁଁ ଆସନ୍ତା ପିଢ଼ି ନିକଟରେ ତୁମ୍ଭର ବାହୁବଳ, ପ୍ରତ୍ୟେକ ଭବିଷ୍ୟତ ଲୋକଙ୍କ ନିକଟରେ ତୁମ୍ଭର ପରାକ୍ରମ ପ୍ରଚାର କରିବା ପର୍ଯ୍ୟନ୍ତ, ବୃଦ୍ଧ ଓ ପକ୍ୱକେଶ ହେବା ସମୟରେ ହେଁ ମୋତେ ପରିତ୍ୟାଗ କର ନାହିଁ।


ପୁଣି, ହେ ମୋହର ପୁତ୍ର ଶାମୁୟେଲ, ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, ମୁଁ ଏଠାରେ ଅଛି।


ଯେହେତୁ ଯେଉଁ ଅପରାଧ ବିଷୟ ସେ ଜ୍ଞାତ ହେଲା, ତହିଁ ନିମନ୍ତେ ଆମ୍ଭେ ତାହାର ବଂଶକୁ ସର୍ବଦା ଦଣ୍ଡ ଦେବା ବୋଲି ତାହାକୁ କହିଅଛୁ, କାରଣ ତାହାର ପୁତ୍ରମାନେ ଆପଣାମାନଙ୍କୁ ଅଭିଶାପଗ୍ରସ୍ତ କଲେ ହେଁ ସେ ସେମାନଙ୍କୁ ଦମନ କଲା ନାହିଁ।


ତେବେ ଆମ୍ଭେ ଆପଣା ଆବାସରେ ଯେ ଯେ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାକୁ ଆଜ୍ଞା ଦେଇଅଛୁ, ତୁମ୍ଭେମାନେ କାହିଁକି ତହିଁରେ ପଦାଘାତ କରୁଅଛ ? ପୁଣି, ଆମ୍ଭ ଲୋକ ଇସ୍ରାଏଲର ସର୍ବୋତ୍ତମ ସମସ୍ତ ନୈବେଦ୍ୟରେ ଆପଣାମାନଙ୍କୁ ହୃଷ୍ଟପୁଷ୍ଟ କରିବା ନିମନ୍ତେ ଆମ୍ଭ ଅପେକ୍ଷା ଆପଣା ପୁତ୍ରମାନଙ୍କର ଅଧିକ ଗୌରବ କରୁଅଛ ?


ଏଲି ଅତି ବୃଦ୍ଧ ହେଲେ; ପୁଣି, ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲ ପ୍ରତି ଯାହା ଯାହା କଲେ ଓ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେବାକାରିଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ସେ ଶୁଣିଲେ।


ଏଉତ୍ତାରେ ସଦାପ୍ରଭୁ ଆସିଲେ, ପୁଣି, ଠିଆ ହୋଇ ଅନ୍ୟ ସମୟ ପରି ଶାମୁୟେଲ, ଶାମୁୟେଲ, ବୋଲି ଡାକିଲେ। ତେବେ ଶାମୁୟେଲ କହିଲେ, କହନ୍ତୁ; ଆପଣଙ୍କ ଦାସ ଶୁଣୁଅଛି।


ଏଥିଉତ୍ତାରେ ବହୁ ଦିନ ଉତ୍ତାରେ ସଦାପ୍ରଭୁ ଇସ୍ରାଏଲଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁଙ୍କଠାରୁ ବିଶ୍ରାମ ଦିଅନ୍ତେ; ପୁଣି ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୁଅନ୍ତେ, ଏପରି ଘଟିଲା,


ଯେ ଯିହୋଶୂୟ ସମସ୍ତ ଇସ୍ରାଏଲଙ୍କୁ, ସେମାନଙ୍କ ପ୍ରାଚୀନବର୍ଗଙ୍କୁ ଓ ସେମାନଙ୍କ ପ୍ରଧାନମାନଙ୍କୁ, ପୁଣି ସେମାନଙ୍କ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ମୁଁ ବୃଦ୍ଧ ଓ ଗତବୟସ୍କ ହେଲି।


Swiv nou:

Piblisite


Piblisite