Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 12:11 - ଓଡିଆ ବାଇବେଲ

11 ଏଥିଉତ୍ତାରେ ସଦାପ୍ରଭୁ ଯିରୁବ୍ବାଲକୁ ଓ ବଦାନକୁ ଓ ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କଲେ, ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଅନନ୍ତର ସଦାପ୍ରଭୁ ଯିରୁବ୍ବାଲକୁ ଓ ବଦାନକୁ ଓ ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କଲେ, ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିଉତ୍ତାରେ ସଦାପ୍ରଭୁ ଯିରୁବ୍ବାଲ୍‍‍କୁ ଓ ବଦାନକୁ ଓ ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କଲେ, ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।

Gade chapit la Kopi

ପବିତ୍ର ବାଇବଲ

11 “ସଦାପ୍ରଭୁ ତୁମ୍ଭମାନଙ୍କୁ ଯିରୁବ୍ବା‌‌‌ଲ୍‌‌‌କୁ, ବଦା‌‌ନ୍‌‌‌‌‌କୁ, ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ଚତୁର୍ଦ୍ଦିଗରେ ଥିବା ତୁମ୍ଭ ଶତ୍ରୁମାନଙ୍କ କବଳରୁ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।

Gade chapit la Kopi




1 ଶାମୁୟେଲ 12:11
13 Referans Kwoze  

ଏହେତୁ ସେ ବାଲ୍‍ର ଯଜ୍ଞବେଦି ଭାଙ୍ଗିବାରୁ ସେ ତାହା ପ୍ରତିକୂଳରେ ବିବାଦ କରୁ, ଏହା କହି ତାହାର ପିତା ସେହି ଦିନ ଗିଦିୟୋନ୍‍ଙ୍କ ନାମ ଯିରୁବ୍ବାଲ୍‍ (ବାଲ୍‍ ବିବାଦ କରୁ) ରଖିଲା।


ଆଉ ସେ ଲୋକ ପଠାଇ କେଦଶ-ନପ୍ତାଲିରୁ ଅବୀନୋୟମର ପୁତ୍ର ବାରକ୍‍କୁ ଡକାଇ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କି ଆଜ୍ଞା ଦେଇ କହି ନାହାନ୍ତି, ଯେ ତାବୋର ପର୍ବତକୁ ଯାଅ, ପୁଣି ଆପଣା ସଙ୍ଗେ ନପ୍ତାଲି-ସନ୍ତାନ ଓ ସବୂଲୂନ-ସନ୍ତାନଗଣର ଦଶ ହଜାର ଲୋକଙ୍କୁ କଢ଼ାଇ ନିଅ ?


ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ ?


ଏହି ପ୍ରକାରେ ପଲେଷ୍ଟୀୟମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ; ପୁଣି, ଶାମୁୟେଲଙ୍କର ଯାବଜ୍ଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟୀୟମାନଙ୍କର ପ୍ରତିକୂଳ ହେଲା।


କିଅବା ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଇସ୍ରାଏଲ ପ୍ରତି ଯେରୂପ ସଦୟ ହୋଇଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ।


ଏଥିଉତ୍ତାରେ ଯୋୟାଶ୍‍ର ପୁତ୍ର ଯିରୁବ୍ବାଲ୍‍ ଯାଇ ତାଙ୍କ ନିଜ ଗୃହରେ ବାସ କଲେ।


ତହିଁରେ ଯୋୟାଶ୍‍ ଆପଣା ପ୍ରତିକୂଳରେ ଠିଆ ହେବା ସମସ୍ତଙ୍କୁ କହିଲା, ତୁମ୍ଭେମାନେ କି ବାଲ୍‍ ପକ୍ଷରେ ବିବାଦ କରିବ ? ଅବା ତୁମ୍ଭେମାନେ କି ତାହାକୁ ଉଦ୍ଧାର କରିବ ? ଯେ ତାହାର ପକ୍ଷରେ ବିବାଦ କରିବ, ଏହି ସକାଳ ଥାଉ ଥାଉ ତାହାର ପ୍ରାଣଦଣ୍ଡ ହେଉ; ଯେବେ ସେ ଦେବତା, ତେବେ ସେ ଆପଣା ପକ୍ଷରେ ଆପେ ବିବାଦ କରୁ, କାରଣ କେହି ତାହାର ଯଜ୍ଞବେଦି ଭାଙ୍ଗିଅଛି।


ଏଥିଉତ୍ତାରେ ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେ ସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।


ତହିଁରେ ଶାମୁୟେଲ ଯେ ସଦାପ୍ରଭୁଙ୍କ ଭବିଷ୍ୟଦ୍‍ବକ୍ତା ହେବାକୁ ନିଯୁକ୍ତ ହୋଇଅଛନ୍ତି, ଏହା ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲ ଜ୍ଞାତ ହେଲେ।


ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ ପଚାଶ ଜଣ ଅଶ୍ୱାରୂଢ଼ ଓ ଦଶ ରଥ ଓ ଦଶ ସହସ୍ର ପଦାତିକ ଛଡ଼ା ଯିହୋୟାହସ୍‍ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା।


ଉଲମ୍‍ର ପୁତ୍ରଗଣ, ବଦାନ। ଏମାନେ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦର ସନ୍ତାନ।


Swiv nou:

Piblisite


Piblisite