Biblia Todo Logo
Bib sou entènèt

- Piblisite -




1 ଶାମୁୟେଲ 11:14 - ଓଡିଆ ବାଇବେଲ

14 ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ କହିଲେ, ଆସ, ଆମ୍ଭେମାନେ ଗିଲ୍‍ଗଲ୍‍କୁ ଯାଇ ସେଠାରେ ପୁନର୍ବାର ରାଜତ୍ୱ ସ୍ଥିର କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଅନନ୍ତର ଶାମୁୟେଲ ଲୋକମାନଙ୍କୁ କହିଲେ, ଆସ, ଆମ୍ଭେମାନେ ଗିଲ୍ଗଲ୍‍କୁ ଯାଇ ସେଠାରେ ପୁନର୍ବାର ରାଜତ୍ଵ ସ୍ଥିର କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଥିଉତ୍ତାରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଗିଲ୍‍ଗଲ୍‍କୁ ଯାଇ ସେଠାରେ ପୁନର୍ବାର ରାଜତ୍ୱ ସ୍ଥିର କରିବା।”

Gade chapit la Kopi

ପବିତ୍ର ବାଇବଲ

14 ତା'ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ ଗି‌ଲ୍‌ଗ‌ଲ୍‌କୁ ଯିବା, ସେଠାରେ ଶାଉଲଙ୍କୁ ପୁନର୍ବାର ରାଜାରୂପେ ଅଭିଷିକ୍ତ କରିବା।”

Gade chapit la Kopi




1 ଶାମୁୟେଲ 11:14
8 Referans Kwoze  

ମାତ୍ର ତୁମ୍ଭେ ମୋର ଆଗେ ଗିଲ୍‍ଗଲ୍‍କୁ ଯିବ; ଆଉ ଦେଖ, ମୁଁ ହୋମବଳି ଉତ୍ସର୍ଗ କରିବାକୁ ଓ ମଙ୍ଗଳାର୍ଥକ ବଳିଦାନ କରିବାକୁ ତୁମ୍ଭ କତିକି ଯିବି; ମୁଁ ତୁମ୍ଭ ନିକଟରେ ଉପସ୍ଥିତ ହୋଇ ତୁମ୍ଭର କର୍ତ୍ତବ୍ୟ ବିଷୟ ତୁମ୍ଭକୁ ଜ୍ଞାତ କରାଇବା ପର୍ଯ୍ୟନ୍ତ ତୁମ୍ଭେ ସାତ ଦିନ ବିଳମ୍ବ କରିବ।


ସେ ପ୍ରତି ବର୍ଷ ବେଥେଲ୍‍ ଓ ଗିଲ୍‍ଗଲ୍‍ ଓ ମିସ୍ପାରେ ଭ୍ରମଣ କରି ସେସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ।


ତହିଁ ପରଦିନ ଅସ୍‍ଦୋଦୀୟମାନେ ଶୀଘ୍ର ଉଠନ୍ତେ, ଦେଖ, ଦାଗୋନ୍‍ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି। ତେଣୁ ସେମାନେ ଦାଗୋନ୍‍କୁ ପୁନର୍ବାର ଉଠାଇ ତାହା ସ୍ଥାନରେ ରଖିଲେ।


ଏଥିଉତ୍ତାରେ ଶାମୁୟେଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, ଦେଖ, ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ତୁମ୍ଭମାନଙ୍କର ସେହି ରବ ଶୁଣିଲି ଓ ତୁମ୍ଭମାନଙ୍କ ଉପରେ ଏକ ଜଣକୁ ରାଜା କଲି।


ତହୁଁ ରାଜା ଫେରି ଯର୍ଦ୍ଦନ ପର୍ଯ୍ୟନ୍ତ ଗଲେ, ତହିଁରେ ଯିହୁଦାର ଲୋକମାନେ ରାଜାଙ୍କୁ ଭେଟିବା ନିମନ୍ତେ ଗିଲ୍‍ଗଲ୍‍କୁ ଯାଇ ଯର୍ଦ୍ଦନ ପାର କରି ରାଜାଙ୍କୁ ଆଣିଲେ।


ମାତ୍ର ବେଥେଲ୍‍ର ଅନ୍ଵେଷଣ କର ନାହିଁ, କିଅବା ଗିଲ୍‍ଗଲ୍‍ରେ ପ୍ରବେଶ କର ନାହିଁ ଓ ବେର୍‍ଶେବାକୁ ଯାଅ ନାହିଁ; କାରଣ ଗିଲ୍‍ଗଲ୍‍ ନିଶ୍ଚୟ ନିର୍ବାସିତ ହେବ ଓ ବେଥେଲ୍‍ ବିନଷ୍ଟ ହେବ।


Swiv nou:

Piblisite


Piblisite