Biblia Todo Logo
Bib sou entènèt

- Piblisite -




୧ ପିତର 4:10 - ଓଡିଆ ବାଇବେଲ

10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ୱରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହଦାନ ପାଇଅଛ, ସେହିପ୍ରକାରେ ଈଶ୍ଵରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ତାରଘରିଆ ସ୍ଵରୂପେ ତଦ୍ଦ୍ଵାରା ପରସ୍ପରର ସେବା କର;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ଯେ ଯେଉଁ ଦାନ ପାଇଛି, ତା’ର ଯୋଗ୍ୟ ବେବର୍ତ୍ତାରୂପେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେହି ଦାନର ସଦ୍ବ୍ୟବହାର କରିବା ଉଚିତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହ ଦାନ ପାଇଅଛ, ସେହି ପ୍ରକାରେ ଈଶ୍ବରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ଡାରଘରିଆ ସ୍ୱରୂପେ ତଦ୍ୱାରା ପରସ୍ପରର ସେବା କର;

Gade chapit la Kopi

ପବିତ୍ର ବାଇବଲ

10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ।

Gade chapit la Kopi




୧ ପିତର 4:10
29 Referans Kwoze  

କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି ।


କାରଣ ଈଶ୍ୱର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଯାହା ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ କରୁଅଛ, ତାହା ଈଶ୍ୱର ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହଁନ୍ତି ।


କିନ୍ତୁ ମୁଁ ଯାହା ହୋଇଅଛି, ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି, ଆଉ ମୋ' ପ୍ରତି ପ୍ରଦତ୍ତ ତାହାଙ୍କର ସେହି ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ, ମାତ୍ର ମୁଁ ସେ ସମସ୍ତଙ୍କ ଅପେକ୍ଷା ଅଧିକ ପରିଶ୍ରମ କରିଅଛି, ତଥାପି ମୁଁ ନୁହେଁ, କିନ୍ତୁ ମୋ' ସହିତ ଥିବା ଈଶ୍ୱରଙ୍କ ଅନୁଗ୍ରହ ତାହା କରିଅଛି ।


ମୋତେ ଦିଆଯାଇଥିବା ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି। କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି, ସେ ସମ୍ବନ୍ଧରେ ସାବଧାନ ହେଉ ।


ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,


ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୂଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ ।


କାରଣ ଅଧ୍ୟକ୍ଷ, ଈଶ୍ୱରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟ ପ୍ରିୟ,


ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୂଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ,


ପ୍ରଭୁ କହିଲେ, ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ ?


କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି ? ଆଉ, ଯାହା ତୁମ୍ଭେ ଦାନ ସ୍ୱରୂପେ ପାଇ ନାହଁ, ଏପରି ତୁମ୍ଭର କ'ଣ ଅଛି ? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ୱରୂପେ ପାଇଅଛ, ତେବେ ତାହା ଦାନ ସ୍ୱରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ ?


ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶ ଗୋଟି ମୁଦ୍ରା ଦେଇ କହିଲେ, ମୋର ଆସିବା ପର୍ଯ୍ୟନ୍ତ ବେପାର କର ।


ହେରୋଦଙ୍କ ପରିଚାଳକ ଖୁଜା ଓ ତାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି, ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ ।


ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ ।


କିନ୍ତୁ ଏବେ ସାଧୁମାନଙ୍କର ସେବା କରିବା ନିମନ୍ତେ ମୁଁ ଯିରୂଶାଲମକୁ ଯାଉଅଛି ।


ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଙ୍ଗ, ପୀଡ଼ିତ କି କାରଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ ?


ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାଁନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ପାଇଁ ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି ।


(ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ), ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ ।


ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?


ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ ।


ପ୍ରକୃତରେ ସାଧୁମାନଙ୍କ ସେବା ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ମୋ' ପକ୍ଷରେ ବାହୁଲ୍ୟମାତ୍ର;


କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ ।


ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।


ଈଶ୍ୱରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋ' ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ।


ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା ।


Swiv nou:

Piblisite


Piblisite