Biblia Todo Logo
Bib sou entènèt

- Piblisite -




୧ ପିତର 1:23 - ଓଡିଆ ବାଇବେଲ

23 ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ୱରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍ ଈଶ୍ଵରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ଵାରା ପୁନର୍ଜାତ ହୋଇଅଛ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

23 କାରଣ ଈଶ୍ୱରଙ୍କ ଜୀବନ୍ତ ଓ ଚିରନ୍ତନ ବାକ୍ୟ ଦ୍ୱାରା ତୁମ୍ଭମାନେ କୌଣସି ମରଣଶୀଳ ପିତାଙ୍କ ସନ୍ତାନ ରୂପେ ନୁହେଁ, ମାତ୍ର ଅମର ପିତାଙ୍କ ସନ୍ତାନ ରୂପେ ପୁନର୍ଜନ୍ମ ଲାଭ କରିଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ବରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ।

Gade chapit la Kopi

ପବିତ୍ର ବାଇବଲ

23 ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ।

Gade chapit la Kopi




୧ ପିତର 1:23
18 Referans Kwoze  

ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ,


କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ ।


ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହିଁ ।


ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କଠାରୁ ଜାତ ହେଲେ ।


ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହି ସବୁ ଆତ୍ମା ଓ ଜୀବନ ଅଟେ ।


ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ୱରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ ।


ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥି ନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ ।


ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ ।


ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।


ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରୁ ଜାତ ହେବାରୁ ପାପ କରି ପାରେ ନାହିଁ ।


କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ । ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି ।


ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ ।


ଯେଉଁ ଭବିଷ୍ୟଦ୍‍ବକ୍ତା ସ୍ୱପ୍ନ ଦେଖିଅଛି, ସେ ସ୍ୱପ୍ନ କଥା ପ୍ରକାଶ କରୁ, ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି, ସେ ବିଶ୍ୱସ୍ତ ରୂପେ ଆମ୍ଭର ବାକ୍ୟ କହୁ। ସଦାପ୍ରଭୁ କହନ୍ତି, “ଶସ୍ୟ ନିକଟରେ ପାଳ କଅଣ ?”


ପୁଣି, ଅକ୍ଷୟ ଈଶ୍ୱରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ ।


ଦେଖ, ଆମ୍ଭେ ତୁମ୍ଭମାନଙ୍କ ସନ୍ତାନଗଣଙ୍କୁ ଧମକାଇବା ଓ ତୁମ୍ଭମାନଙ୍କ ମୁଖରେ ମଳ, ଅର୍ଥାତ୍‍, ତୁମ୍ଭମାନଙ୍କ ବଳିସକଳର ମଳ ପ୍ରସାରିବା; ଆଉ, ତୁମ୍ଭେମାନେ ତହିଁ ସଙ୍ଗେ ନୀତ ହେବ।


ଦୃଷ୍ଟାନ୍ତର ଅର୍ଥ ଏହି, ବିହନ ଈଶ୍ୱରଙ୍କ ବାକ୍ୟ,


ପୁଣି, ଯେଉଁ ବିହନ ବୁଣା ଯିବାକୁ ଅଛି, ତହିଁ ଉପରେ ଯେବେ ସେମାନଙ୍କ ଶବର କିଛି ପଡ଼େ, ତେବେ ତାହା ଶୁଚି ରହିବ।


Swiv nou:

Piblisite


Piblisite