Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 4:9 - ଓଡିଆ ବାଇବେଲ

9 କାରଣ ମୋହର ମନେ ହୁଏ, ପ୍ରେରିତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ଈଶ୍ୱର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କାରଣ ମୋହର ମନେ ହୁଏ, ପ୍ରେରିତ ଯେ ଆମ୍ଭେମାନେ, ଆମ୍ଭମାନଙ୍କୁ ଈଶ୍ଵର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ପ୍ରକୃତ ପକ୍ଷରେ ମୋର ମନେହୁଏ, ଆମ ଭଳି ପ୍ରେରିତ ଶିଷ୍ୟମାନଙ୍କୁ ଈଶ୍ୱର ସମସ୍ତଙ୍କ ପଶ୍ଚାତ୍‌ଭାଗରେ ରଖିଛନ୍ତି। ପ୍ରକାଶ୍ୟରେ ମୃତ୍ୟୁଦଣ୍ଡ ଭୋଗ କରି ସମଗ୍ର ଜଗତର ମନୁଷ୍ୟ ଓ ଦେବଦୂତମାନଙ୍କ ନିକଟରେ ଉପହାସର ପାତ୍ର ବ୍ୟକ୍ତିମାନଙ୍କ ପରି ଆମକୁ ସେ ରଖିଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କାରଣ ମୋହର ମନେ ହୁଏ, ଆମ୍ଭେମାନେ ଯେ ପ୍ରେରିତ, ଆମ୍ଭମାନଙ୍କୁ ଈଶ୍ବର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ।

Gade chapit la Kopi

ପବିତ୍ର ବାଇବଲ

9 କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ।

Gade chapit la Kopi




୧ କରିନ୍ଥୀୟ 4:9
21 Referans Kwoze  

ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ ।


ଯେପରି ଲେଖା ଅଛି, "ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ ।''


ଏମାନେ ସମସ୍ତେ କ'ଣ ସେବାକାରୀ ଆତ୍ମା ନୁହଁନ୍ତି, ପୁଣି, ପରିତ୍ରାଣର ଭାବି ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାଁନ୍ତି ?


ଅନ୍ୟମାନେ ବିଦ୍ରୁପ, କୋରଡ଼ା ପ୍ରହାର, ହଁ, ବନ୍ଧନ ଓ କାରାବାସ ଦ୍ୱାରା ସୁଦ୍ଧା ପରୀକ୍ଷିତ ହେଲେ;


ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ । କାରଣ ଆମ୍ଭେମାନେ ଏଥି ନିମନ୍ତେ ନିରୁପିତ ବୋଲି ତୁମ୍ଭେମାନେ ତ ଜାଣ ।


ଅପରିଚିତ ତୁଲ୍ୟ, ଅଥଚ ସୁପରିଚିତ, ମୃତକଳ୍ପ ତୁଲ୍ୟ, ଅଥଚ ଦେଖ, ଆମ୍ଭେମାନେ ଜୀବିତ, ଶାସ୍ତିପ୍ରାପ୍ତ ତୁଲ୍ୟ,


ଆଉ ଆସିଅାର ପ୍ରଧାନ କର୍ମଚାରୀମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୁରୋଧ କଲେ ।


ଏଥିରେ ନଗରଟି ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଅାର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ ।


ହଁ, ତୁମ୍ଭ ସକାଶୁ ଆମ୍ଭେମାନେ ଦିନସାରା ହତ ହେଉଅଛୁ; ଆମ୍ଭେମାନେ ହତ୍ୟା ନିମନ୍ତେ ଆନୀତ ମେଷତୁଲ୍ୟ ଗଣିତ ହେଉଅଛୁ।


ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ; ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ।


ଲଜ୍ଜାରେ ମୋର ସମୟ କଟାଇବା ନିମନ୍ତେ ମୁଁ ଆୟାସ ଓ ଦୁଃଖଭୋଗ କରିବା ପାଇଁ କାହିଁକି ଗର୍ଭରୁ ନିର୍ଗତ ହେଲି ?


ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ ।


ସେମାନେ କି ଖ୍ରୀଷ୍ଟଙ୍କ ସେବକ ? (ମୁଁ ପାଗଳପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ;


Swiv nou:

Piblisite


Piblisite