Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 1:12 - ଓଡିଆ ବାଇବେଲ

12 ମୋ' କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହିି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର , ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ମୋʼ କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କେଫାଙ୍କର, ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ମୋର ମନେହୁଏ, ତୁମ୍ଭେମାନେ ପ୍ରତେକେ ବିଭିନ୍ନ ମତ ବ୍ୟକ୍ତ କରୁଛ। କେହି କହୁଛି, ‘ମୁଁ ପାଉଲଙ୍କୁ ଅନୁସରଣ କରୁଛି,’ କେହି କହୁଛି, ‘ମୁଁ ପିତରଙ୍କର ଅନୁଗାମୀ,’ ଆଉ କେହି କହୁଛି, ‘ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ’।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ମୋʼ କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର, ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର।

Gade chapit la Kopi

ପବିତ୍ର ବାଇବଲ

12 ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!”

Gade chapit la Kopi




୧ କରିନ୍ଥୀୟ 1:12
20 Referans Kwoze  

ସେ ତାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ । ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ । ତୁମ୍ଭେ କୈଫା (ଅନୁବାଦ କଲେ ଏହାର ଅର୍ଥ ପିତର) ନାମରେ ଖ୍ୟାତ ହେବ ।


ମୋହର ଭାବ ଏହି, ଯେଉଁ ନିୟମ ଈଶ୍ୱରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶି ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ଵାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ ।


ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;


କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ ।


କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ବନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ ।


ହେ ଭାଇମାନେ, ମୁଁ ଏହା କହୁଅଛି, ରକ୍ତମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରି ପାରେ ନାହିଁ, କିମ୍ବା କ୍ଷୟ ଅକ୍ଷୟତାକୁ ଅଧିକାର କରେ ନାହିଁ ।


ସେ କୈଫାଙ୍କୁ, ଆଉ, ତାହା ପରେ ଦ୍ୱାଦଶଙ୍କୁ ଦର୍ଶନ ଦେଲେ;


ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ?


କିନ୍ତୁ ହେ ଭାଇମାନେ, ମୋ' କଥାର ଭାବ ଏହି, ସମୟ ଅତ୍ୟଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ ।


ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହି ସବୁ କଥା ମୋ' ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା' ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ', ଏହା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା କର, ପୁଣି, ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ ।


ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୂଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ ଆଲେକ୍‌ଜାଣ୍ଡ୍ରିଆ; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ ।


କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ ।


ଆପଲ୍ଲ କରିନ୍ଥରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖାପାଇଲେ ।


କାରଣ, ହେ ମୋହର ଭାଇମାନେ, ଖ୍ଳୟୀଙ୍କ ପରିଜନଙ୍କଠାରୁ ତୁମ୍ଭମାନଙ୍କ ସମ୍ବନ୍ଧରେ ମୋ' ନିକଟରେ ଏହା ପ୍ରକାଶ ପାଇଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ଅଛି ।


ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ । ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି, ଆପେ ବିବେଚନା କରୁ ।


ସେସମୟରେ ଇସ୍ରାଏଲ ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ; ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍‍ନିକୁ ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ।


Swiv nou:

Piblisite


Piblisite